Science News: ବୈଜ୍ଞାନିକ ଖୋଜି ପାଇଲେ ୫୨ କୋଟି ବର୍ଷ ତଳର ଜୀବାଶ୍ମ, ଅକ୍ଷତ ଅଛି ଆଭ୍ୟନ୍ତରୀଣ ଅଙ୍ଗ

NEWS7
know-your-daily-horoscope-for-09-may-2025

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ବିରଳ ଆବିଷ୍କାର କରିଛନ୍ତି । ୫୨୦ ନିୟୁତ ବର୍ଷ ପୁରୁଣା ଜୀବାଶ୍ମ ଖୋଜି ପାଇଛନ୍ତି, ଯାହାର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ସମ୍ପୂର୍ଣ୍ଣ ସଂରକ୍ଷିତ ଅଛି । ଏହା ଆର୍ଥ୍ରୋପଡଙ୍କ(ଅମେରୁଦଣ୍ଡୀୟ ପ୍ରାଣୀ) ପ୍ରାରମ୍ଭିକ ପ୍ରଜାତି ସଂପର୍କରେ ଏକ ବିସ୍ତୃତ୍ବ ଜ୍ଞାନ ପ୍ରଦାନ କରିଛି । ଚୀନ୍ର ଦୁରାମ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଆବିଷ୍କାର କରିଛନ୍ତି ଏବଂ ନେଚର ପତ୍ରିକାରେ ସେମାନଙ୍କର ତଥ୍ୟ ପ୍ରକାଶ ପାଇଛି । ଏହି ଜୀବାଶ୍ମର ନାମ ୟୁଟି ୟୁଆନଶି ରଖାଯାଇଛି । ଏହା କଙ୍କଡ଼ା, ଲବଷ୍ଟର, କୀଟପତଙ୍ଗ ଏବଂ ସେଣ୍ଟିପିଡ୍ ଭଳି ବର୍ତ୍ତମାନ ସମୟରେ ଜୀବିତ ପ୍ରାଣୀମାନଙ୍କ ସହିତ ଜଡିତ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଜୀବାଶ୍ମ ଏକ ଲାର୍ଭାର ଥିଲା ଏବଂ ଏହା ଅତ୍ୟନ୍ତ କ୍ଷୁଦ୍ର। ତେଣୁ ଏହାକୁ ସ୍କାନିଂ କରିବା ପାଇଁ ଜଟିଳ ପ୍ରଯୁକ୍ତିବିଦ୍ୟା ଆବଶ୍ୟକ ଥିଲା। ୟୁଟି ୟୁଆନଶି ସ୍କାନିଂ କରିବା ପାଇଁ ଦଳ ଉନ୍ନତ ସ୍କାନିଂ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରିଥିଲା। ସେମାନେ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ‘କ୍ଷୁଦ୍ର ମସ୍ତିଷ୍କ ଅଞ୍ଚଳ, ପାଚନ ଗ୍ରନ୍ଥି, ଆଦିମ ରକ୍ତ ସଂଚାଳନ ପ୍ରଣାଳୀ ଏବଂ ଲାର୍ଭାର ଆଖିକୁ ସଂଯୋଗ କରୁଥିବା ସ୍ନାୟୁଗୁଡ଼ିକର ଚିହ୍ନର 3D ଇମେଜିଂ କରାଯାଇଥିଲା ।

ଅଧ୍ୟୟନର ମୁଖ୍ୟ ଲେଖକ ଦୁରାମ ବିଶ୍ୱବିଦ୍ୟାଳୟର ଡକ୍ଟର ମାର୍ଟିନ୍ ସ୍ମିଥ୍ ଜୀବାଶ୍ମର ଆବିଷ୍କାରକୁ ଖୁସି ଜାହି କରିଛନ୍ତି । ବହୁ ଦିନ ଆଗକୁ ସେ ଦେଖିଥିବା ସ୍ବପ୍ନ ଯେପରି ସତ ହୋଇଛି ବୋଲି ସେ କହିଛନ୍ତି । ମୁଁ ଯେଉଁ ଜୀବାଶ୍ମକୁ ଆବିଷ୍କାର କରିବାକୁ ଚାହେଁ, ସେ ବିଷୟରେ ଦିବାସ୍ୱପ୍ନ ଦେଖୁଥିଲି । ମୁଁ ସର୍ବଦା ଏକ ଆର୍ଥ୍ରୋପଡ୍ ଲାର୍ଭା ବିଷୟରେ ଭାବୁଥିଲି । କାରଣ ବିକାଶମୂଳକ ତଥ୍ୟ ସେମାନଙ୍କର ବିବର୍ତ୍ତନକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ,ବୋଲି ସେ କହିଛନ୍ତି। ଜୀବାଶ୍ମଟି ବର୍ତ୍ତମାନ ଚୀନ୍ର ୟୁନାନ୍ ବିଶ୍ୱବିଦ୍ୟାଳୟରେ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲାର୍ଭା ଅତ୍ୟନ୍ତ ଭଙ୍ଗୁର । ତେଣୁ ଏକ ଜୀବାଶ୍ମ ଖୋଜିବା ପ୍ରାୟ ଅସମ୍ଭବ ବୋଲି ବିଶ୍ୱାସ କରାଯାଉଥିଲା। ତଥାପି, ଯେତେବେଳେ ଦଳ ଏହି ନମୁନା ପାଇଲା, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କେବଳ ଏକ ଜୀବାଶ୍ମ ଲାର୍ଭା ପାଇନଥିଲେ, ବରଂ ଏହାର ଅଙ୍ଗ ସମ୍ପୂର୍ଣ୍ଣ ଅକ୍ଷତ ଥିଲା। ସ୍ମିଥ୍ କହିଛନ୍ତି ଯେ, ଯେତେବେଳେ ସେ ଏହାର ଚର୍ମ ତଳେ ସଂରକ୍ଷିତ ଗଠନ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଜଟିଳ ଜୀବ କିପରି କ୍ଷୟକୁ ଏଡ଼ାଇ ପାରିଛନ୍ତି ଏବଂ ଅଧା ବିଲିୟନ ବର୍ଷ ପରେ ମଧ୍ୟ ଅକ୍ଷତ ଭାବରେ ଦେଖାଯାଉଛନ୍ତି ?