ଲାୟନଲ ମେସିଙ୍କୁ ଉପହାରରେ ଅନନ୍ତ ଅମ୍ବାନୀ ଦେଲେ Richard Mille ଘଡ଼ି, ଜାଣନ୍ତୁ ଦାମ କେତେ?

NEWS7
know-your-daiiy-horoscope-rashiphala-for-fourth-october-tuesday-2022

ଜାମନଗର ୧୭।୧୨: ଫୁଟବଲର ଲାୟନଲ ମେସିଙ୍କ ଭାରତ ଯାତ୍ରା କାଳରେ ଏକ ଅନନ୍ୟ କ୍ଷଣ ଦେଖାଯାଇଛି। ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ତାଙ୍କୁ ୧୦.୯୧ କୋଟି (୧.୨ ନିୟୁତ ଡଲାର) ଟଙ୍କା ମୂଲ୍ୟର ଏକ ବିରଳ Richard Mille RM003-V2 GMT Tourbillion ‘Asia edition’ ଘଡ଼ି ଉପହାର ଦେଇଛନ୍ତି। ଏହି ଅଲଟ୍ରା ରେୟାର ଘଡ଼ିର ବିଶ୍ୱରେ ମାତ୍ର ୧୨ଟି ସାମ୍ପୂଲ ରହିଛି। ଏଥିରୁ ଲିମିଟେଡ ଏଡିସନର ଏହି ଘଡ଼ିଟି ଅନ୍ୟତମ।

ଏହି ଖାସ କ୍ଷଣ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମେସି ଭାରତରେ ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। ଏହି ପରିଦର୍ଶନ କାଳରେ ମେସିଙ୍କ କଲେଇ ଖାଲିଥିଲା, କିଛି ସମୟ ପରେ ସେ ହାତରେ ଏହି ରିଚାର୍ଡ ମିଲ ଘଡ଼ି ପିନ୍ଧିଥିବାର ଦେଖାଯାଇଛି। ଏହାକୁ ଅନନ୍ତ ଅମ୍ବାନୀ ତାଙ୍କୁ ଉପହାରରେ ଦେଇଛନ୍ତି। ଏହି ଦୁର୍ଲଭ ଘଡ଼ିର ଡିଜାଇନ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏହାର ବ୍ଲାକ୍ କାର୍ବନ କ୍ୟାସ୍ ଓ ସ୍କେଲଟନ ଡାୟଲ ଏହାକୁ ଟେକନିକ୍ ରୂପେ ଖାସ କରିଛି। ଦେଖିବାକୁ ବି ଏହା ବେଶ୍ ଆକର୍ଷକ।

ଏହି ଘଡି଼ରେ ଥିବା ଜିଏମଟି ଅର୍ଥାତ ଡୁଆଲ ଟାଇମ ଜୋନ ଫଙ୍କସନ ଓ ଟୁରବିଲନ ଟେକ୍ନୋଲଜି ଯୋଗୁ ୱାଚ୍ ସଂଗ୍ରାହକଙ୍କ ମଧ୍ୟରେ ଏହାର ବେଶ ଚାହିଦା ରହିଛି। ଏହି ଘଡ଼ି ଉପହାର ଲାଗି କେବଳ ମେସି ନୁହନ୍ତି ଅନନ୍ତ ଅମ୍ବାନୀ ମଧ୍ୟ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଅନନ୍ତ ଅମ୍ବାନୀ ମଧ୍ୟ ଏହି ଲିମିଟେଡ ଏଡିସନ ଘଡ଼ିରୁ ଗୋଟିଏ ପିନ୍ଧୁଛନ୍ତି। ତେବେ ଅନନ୍ତ ଅମ୍ବାନୀ ଏହି ଘଡ଼ିର ଅନ୍ୟ ଏକ ସଂସ୍କରଣ ରିଚାର୍ଡ ମିଲ ଆରଏମ-୦୫୬ ସଫାୟର ଟୁର୍ବିଲନ ପିନ୍ଧୁଛନ୍ତି। ଅନନ୍ତ ପିନ୍ଧୁଥିବା ଘଡ଼ିଟିର ମୂଲ୍ୟ ୪୫.୫୯ କୋଟି ଟଙ୍କା ବୋଲି କୁହାଯାଉଛି।

ଅନନ୍ତଙ୍କ ଏହି ଘଡ଼ିଟି ସଫାୟର କ୍ରିଷ୍ଟାଲରେ ତିଆରି ଓ ବିଶ୍ୱରେ ଏହି ଘଡ଼ିର ମାତ୍ର ଅଳ୍ପ ପିସ୍ ଅଛି। ମେସିଙ୍କ ବନତାରା ପରିଦର୍ଶନ କେବଳ ଘଡ଼ି ଉପହାରରେ ସୀମିତ ନାହିଁ। ତାଙ୍କୁ ଏଠାରେ ଧୂମଧାମରେ ସ୍ୱାଗତ ମଧ୍ୟ କରାଯାଇଥିଲା। ତାଙ୍କୁ ଲୋକ ସଙ୍ଗୀତ ଓ ପାରମ୍ପରିକ ଆସ୍ଥା ଆଧାରିତ ଆରତୀରେ ସ୍ୱାଗତ କରାଯାଇଛି। ମେସିଙ୍କ ସହ ଏହି ଗସ୍ତରେ ତାଙ୍କ ଇଣ୍ଟର ମିଆମି ସାଥୀ ଖେଳାଳି ଲୁଇସ୍ ସୁଆରେଜ ଓ ରୋଡ୍ରିଗୋ ଡି ପଲ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ଅନନ୍ତ ଅମ୍ବାନୀ ଓ ତାଙ୍କ ପତ୍ନୀ ରାଧିକା ମର୍ଚ୍ଚାଣ୍ଟ ମେସିଙ୍କ ସ୍ମୃତିରେ ବନତାରାରେ ଜନ୍ମିତ ଏକ ବାଘ ଶାବକର ନାମକରଣ ‘ଲାୟନଲ’ ରଖିଛନ୍ତି।