ନୂଆଦିଲ୍ଲୀ ୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଲାଗି ୬-୭ ମେ ରାତିରେ ଭାରତ ଅପରେଶନ ସିନ୍ଦୂର ଚଳାଇ ନା କେବଳ ଦେଶର ସାମରିକ କ୍ଷମତା ପ୍ରଦର୍ଶନ କରିଛି ବରଂ ମହିଳା ନେତୃତ୍ୱ ଉଦାହରଣ ମଧ୍ୟ ଦେଇଛି। ଏହି ହାଇପ୍ରେଫାଇଲ ଅପରେସନର ୭ ମେ ସକାଳେ ଭାରତୀୟ ସେନାର କର୍ଣ୍ଣେଲ ସୋଫିୟା କୁରେସୀ ଓ ବାୟୁ ସେନା ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ ଅଧିକାରୀକ ବ୍ରିଫିଙ୍ଗ କରିଛନ୍ତି। କୌଣସି ଅନ୍ତର୍ଜାତୀୟ ସୈନ୍ୟ କାର୍ଯ୍ୟାନୁଷ୍ଠାନ ପରେ ମହିଳା ଅଧିକାରୀ ବ୍ରିଫିଙ୍ଗ କରିବାର ଏହା ପ୍ରଥମ ଘଟଣା।
ଏହି ବ୍ରିଫିଙ୍ଗରେ କର୍ଣ୍ଣେଲ କୁରେସୀ କିପରି ଅପରେସନର ଯୋଜନା କରାଯାଇଥିଲା, ଏଥି ପାଇଁ କିପରି ଗୁଇନ୍ଦା ଇନପୁଟ ଏକତ୍ର କରାଯାଇଥିଲା ଓ ତୃଣମୂଳ ସ୍ତରରେ ୟୁନିଟଙ୍କୁ କିପରି ମୁତୟନ କରାଯାଇ ସେ ନେଇ ସୂଚନା ଦେଇଥିଲେ। ସେହିପରି ପ୍ରେସବ୍ରିଫିଙ୍ଗରେ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ ଏୟାରଷ୍ଟ୍ରାଇକ୍ ସମ୍ପର୍କିତ ବୈଷୟିକ ସୂଚନା ସେୟାର କରିଥିଲେ। ଏଥିରେ ଲେଜର ଗାଇଡେଡ ବୋମାର ଉପଯୋଗ ଓ ସଠିକ ଲକ୍ଷ୍ୟ ଚିହ୍ନଟ ନେଇ ସୂଚନା ଦେଇଥିଲେ।
Col. Sofia Qureshi and Wing Commander Vyomika Singh briefing the nation on Operation Sindoor.
— Jahid Hussain 📈 (@JahidHussain2) May 7, 2025
India’s message to the world on Women power, Religious unity and Extraordinary Military competence.
Peak Symbolism chosen by our forces.🇮🇳
pic.twitter.com/TmoAo8aiVp
କର୍ଣ୍ଣେଲ ସୋଫିୟା କୁରେସୀ କିଏ?
ପାଖାପାଖି ୪୩ ବର୍ଷ ବୟଷ୍କା କର୍ଣ୍ଣେଲ କୁରେସୀ ଭାରତୀୟ ସେନାର ସିଗ୍ନାଲ କୋର ସମ୍ପର୍କିତ ଜଣେ ପ୍ରତିଷ୍ଠିତ ଅଧିକାରୀ। ମୂଳତଃ ଗୁଜରାଟ ବଡୋଦରାର ବାସିନ୍ଦା କର୍ଣ୍ଣେଲ କୁରେସୀ ବାୟୋକେମେଷ୍ଟ୍ରିରେ ପୋଷ୍ଟଗ୍ରାଜୁଏଟ ଡିଗ୍ରି ହାସଲ କରିଛନ୍ତି। ସେ ୧୯୯୯ ମସିହାରେ ମାତ୍ର ୧୭ ବର୍ଷ ବୟସରେ ସର୍ଟ ସର୍ଭିସ କମିଶନ ମାଧ୍ୟମରେ ଭାରତୀୟ ସେନାରେ ଯୋଗଦାନ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେ ଭାରତୀୟ ସେନା ପକ୍ଷରୁ ‘ଏକ୍ସରସାଇଜ ଫୋର୍ସ-୧୮’ ସ୍କ୍ୱାର୍ଡର ନେତୃତ୍ୱ ନେଇଥିଲେ। ଏହି ଦାୟିତ୍ୱ ତୁଲାଇବାରେ ସେ ଭାରତର ପ୍ରଥମ ମହିଳା ଅଫିସର ପାଲଟିଥିଲେ।
ୱିଙ୍କ କମାଣ୍ଡର ଭ୍ୟୋମିକା ସିଂହ
ଭ୍ୟୋମିକା ସିଂହ ଭାରତୀୟ ବାୟୁସେନା (ଆଇଏଏଫ)ର ଜଣେ ନିର୍ଭିକ ଓ ଅଭିଜ୍ଞ ଅଫିସର, ଯିଏ ହେଲିକପ୍ଟର ୟୁନିଟରେ ମୁତୟନ ଅଛନ୍ତି। ସେ ଚେତକ ଓ ଚିତା ଭଳି ଲାଇଟ୍ ହେଲିକପ୍ଟର ସବୁ ଉଡାଇଛନ୍ତି। ତାଙ୍କୁ ୧୮ ଡିସେମ୍ବର ୨୦୦୪ରେ ୨୧ତମ ସର୍ଟସର୍ଭିସ୍ କମିଶନ (ମହିଳା) ଫ୍ଲାଇଂ ପାଇଲଟ କୋର୍ସରେ ନିଯୁକ୍ତ କରାଯାଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ତାଙ୍କୁ ଆଇଏଏଫର ସବୁଠୁ ଦୁଃସାହାସୀ ଓ ନିର୍ଭରଯୋଗ୍ୟ ମହିଳା ଅଫିସର ରୂପେ ଗଣାଯାଉଛି। ଦୁଇ ଦଶନ୍ଧୀର କ୍ୟାରିୟରରେ ଭ୍ୟୋମିକା ୨,୫୦୦ ଘଣ୍ଟାରୁ ଅଧିକ ଉଡାଣ ପୂରା କରିଛନ୍ତି। ସେ ପାହାଡ ହେଉ ଅଥବା ଘନ ଜଙ୍ଗଲ କିମ୍ବା ମରୁଭୂମି ରିଲିଫ ଓ ଉଦ୍ଧାର ନିମନ୍ତେ ସୈନ୍ୟ ଅଭିଯାନରେ ସେ ସର୍ବଦା ସାମିଲ ହୋଇ ଆସିଛନ୍ତି। ୧୮ ଡିସେମ୍ବର ୨୦୧୭ରେ ସେ ୱିଙ୍ଗ କମାଣ୍ଡର ପଦବୀକୁ ପଦୋନ୍ନତୀ ପାଇଥିଲେ।