ଅର୍ଶଦୀପଙ୍କ ସହ କିଛି ଠିକ୍ ହେଉନି : ଗମ୍ଭୀରଙ୍କ ଉପରେ ବର୍ଷିଲେ ଅଶ୍ୱିନ୍

NEWS7
know-which-ministry-got-the-most-money-in-the-budget

ମୁମ୍ବାଇ,୬|୦୧:ଭାରତୀୟ ଦଳରେ ସାମିଲ ହେବାକୁ ଏବେ ଲମ୍ବା ରେସ୍ । ଦିନକୁ ଦିନ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ବଢୁଛି । କିନ୍ତୁ ଅନେକ ସମୟରେ ଭଲ ପ୍ଲେୟାରଙ୍କୁ ସୁଯୋଗ ମିଳୁନି । ଫେଭରେଟିଜିମ୍ ପାଇଁ ଟପ୍ ପ୍ଲେୟାର ବାଦ୍ ପଡୁଛନ୍ତି । ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସ୍ପିନର ଆର୍ ଅଶ୍ୱିନ୍ ।

ଅଶ୍ୱିନ୍ କହିଛନ୍ତି ଯେ, ଅର୍ଶଦୀପ ସିଂଙ୍କୁ ଲଗାତାର ଭାବେ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଉଛି । ଯାହା ଠିକ୍ ନୁହେଁ । ଫାଇନାଲରେ ସେ ଖେଳିବେ ବୋଲି କୁହାଯାଉଛି । କିନ୍ତୁ ଦଳରେ ବାମହାତୀ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଲେ ଭଲ ହୁଏ । ସହଜରେ ପ୍ରତିପକ୍ଷ ବ୍ୟାଟର ବାମହାତୀ ବୋଲରଙ୍କୁ ପଢିପାରନ୍ତି ନାହିଁ ।

ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ନ୍ୟୁଜିଲାଣ୍ଡି ବିପକ୍ଷ ସିରିଜରେ ବୋଲରଙ୍କ ମଧ୍ୟରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ପ୍ରସିଦ୍ଧ କ୍ରିଷ୍ଣା ଏବଂ ହର୍ଷିତ ରାଣାଙ୍କ ପାଇଁ ଅଭିଜ୍ଞତା ଦରକାର । କିନ୍ତୁ କେହି ହେଲେ ଅର୍ଶଦୀପଙ୍କ କଥା ଭାବୁ ନାହାଁନ୍ତି । ପୂର୍ବରୁ ସେ ଅନେକ ମ୍ୟାଚ୍ ଓ୍ୱିନିଂ ବୋଲିଂ କରିଛନ୍ତି । କଣ ପାଇଁ ଅର୍ଶଦୀପଙ୍କୁ ବାହାରେ ବସିବାକୁ ପଡୁଛି ବୋଲି ଅଶ୍ୱିନ୍ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ଅର୍ଶଦୀପଙ୍କୁ ଟି20 ବିଶ୍ୱକପରେ ପ୍ରଥମେ ବୋଲିଂ କରିବାକୁ ସୁଯୋଗ ମିଳିବ ବୋଲି ଅନେକ କହୁଛନ୍ତି । କିନ୍ତୁ ଗମ୍ଭୀର ଏପରି କରିବାକୁ ଦେବେନି । ସେ ଅନ୍ୟ ବୋଲରଙ୍କୁ ସୁଯୋଗ ଦେବେ । ତେଣୁ ଅଶ୍ୱିନ୍ ଅର୍ଶଦୀପଙ୍କ ପାଇଁ ଲଢେଇ କରୁଥିବା ପ୍ରକାଶ କରିଛନ୍ତି । ଅର୍ଶଦୀପ ସଦାବେଳେ ଭଲ ବୋଲିଂ କରିଥାନ୍ତି । ତେଣୁ ତାଙ୍କୁ ସୁଯୋଗ ଦେବା ଦରକାର ବୋଲି ପୂର୍ବତନ ସ୍ପିନର କହିଛନ୍ତି ।