ନୂଆଦିଲ୍ଲୀ ୧୭।୦୧; କଳାଜାଇରୁ ଚିହ୍ନିବେ ବ୍ୟକ୍ତିଙ୍କ ସ୍ଵଭାବ । ଆମ ଶରୀରରେ ବିଭିନ୍ନ ଜାଗାରେ କଳାଜାଇ ଛୋଟବେଳୁ ରହିଥାଏ । ଆଉ କିଛି କଳାଜାଇ ବୟସ ବଢିବା ସହ ଧିରେଧିରେ ସୃଷ୍ଟି ହୋଇଥାଏ । ଶରୀରର ବିଭିନ୍ନ ଜାଗାରେ କଳା ଏବଂ ନାଲି ଜାଇ ଦେଖିବାକୁ ମିଳିଥାଏ । ମୁହଁର ଏପରି କିଛି ଅଂଶରେ କଳାଜାଇ ରହିଥାଏ । ଯାହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଆଉ କିଛି ଏପରି ସ୍ଥାନରେ କଳାଜାଇ ରହିଥାଏ। ଯାହା ଖୁବ ଅଶୁଭ ବୋଲି ମନେ କରାଯାଏ । ଏହାଛଡା ଜ୍ୟୋତିଷ୍ୟ ଶାସ୍ତ୍ରରେ କଳାଜାଇରୁ ମଣିଷର ବ୍ୟକ୍ତିତ୍ବ ମଧ୍ୟ ଜଣାପଡ଼େ । ତେବେ ଆଶନ୍ତୁ ଜାଣିବା କେଉଁ ସ୍ଥାନରେ କଳାଜାଇ ରହିଲେ କଣ ସୂଚନା ଦେଇଥାଏ ।
ଓଠରେ ଥିବା କଳାଜାଇ
-ଉପର ଓଠର ଡାହାଣ ପାର୍ଶ୍ବରେ ଯଦି କଳାଜାଇ ରହିଥାଏ। ତେବେ ଜୀବନସାଥୀର ପୂର୍ଣ୍ଣ ସହାୟତା ମିଳିଥାଏ । ଅର୍ଥାତ ତୁମର ଜୀବନସାଥୀ ତୁମ ସହ ସବୁବେଳେ ସବୁ ପରିସ୍ଥିତିରେ ରହିଥାନ୍ତି ।
-ସେହପରି ଯଦି ଓଠର ବାମ ପାର୍ଶ୍ବରେ କଳାଜାଇ ଥାଏ। ତେବେ ଜୀବନସାଥୀ ସହ ବାରମ୍ବାର ବିବାଦ ଲାଗି ରହିଥାଏ ।
-ଯଦି ତଳ ଓଠର ଡାହାଣ ପଟେ କଳାଜାଇ ଥାଏ ତେବେ ସେହି ବ୍ୟକ୍ତି ନିଜ କ୍ଷେତ୍ରରେ ଖୁବ ପ୍ରସିଦ୍ଧି ଲାଭ କରେ ।ଏହି ବ୍ୟକ୍ତିଙ୍କର ଖାଦ୍ୟ ପ୍ରତି କୌଣସି ଆସକ୍ତି ନଥାଏ ।
-ତଳ ଓଠର ବାମ ପାର୍ଶ୍ବରେ କଳାଜାଇ ଥିଲେ । କିଛି ବିଶେଷ ରୋଗ ହେବାର ସମସ୍ୟା ଦେଖିବାକୁ ମିଳିଥାଏ ।
ନାକରେ ଥିବା କଳାଜାଇ
-ନାକର ଉପରିଭାଗରେ ଯଦି କଳାଜାଇ ଥାଏ। ତେବେ ଏହି ବ୍ୟକ୍ତି ନିଜ ଲକ୍ଷସ୍ଥଳରେ ଅଧିକ ଧ୍ୟାନ ଦେଇଥାନ୍ତି । ନାକର ତଳେ ଯଦି କଳାଜାଇ ଥାଏ । ତେବେ ଏହି ବ୍ୟକ୍ତି ଅଧିକ ବିଳାସପୂର୍ଣ୍ଣ ଏବଂ ଅତ୍ୟଧିକ ଅଳସୁଆ ହୋଇଥାନ୍ତି ।
-ନାକର ଡାହାଣପାର୍ଶ୍ବରେ କଳାଜାଇ ଥିଲେ । ଧନ ସମ୍ପତ୍ତି , ସୁଖର ଅଭାବ ଜୀବନରେ ରହିନଥାଏ ।
-ସେହିପରି ଯଦି ବାମ ପାର୍ଶ୍ବରେ କଳାଜାଇ ଥାଏ । ତେବେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡେ ।
ମଥାରେ ଥିବା କଳାଯାଈ
-ମଥାର ଡାହାଣ ପାର୍ଶ୍ବରେ କଳାଯାଈ ଥିଲେ ଧନ ସବୁବେଳେ ବଢିବାର ସଂକେତ ଦେଇଥାଏ ।
-ମଥାର ମଧ୍ୟଭାଗରେ କଳାଯାଈ ଥିଲେ ଭାଗ୍ୟବାନର ସୂଚନା ଦେଇଥାଏ ।
ଗାଲରେ ଥିବା କଳାଜାଇ
-ଡାହାଣ ପାର୍ଶ୍ବର ଗାଲରେ କଳାଜାଇ ଥିଲେ, ସେହି ବ୍ୟକ୍ତି ଧନବାନ୍ ହୋଇଥାଏ ।
- ଯଦି ବାମ ପାର୍ଶ୍ବର ଗାଲରେ କଳାଜାଇ ଥାଏ । ତେବେ ଏହି ବ୍ୟକ୍ତି ବହୁତ ଖର୍ଚ୍ଚୀ ସ୍ବଭାବର ହୋଇଥାନ୍ତି ।