ଅନୁଗୋଳରୁ ମଣିଷମରା ଡିଜେ ଗାଡ଼ି ଜବତ, ଭାଇବ୍ରେଟର ଓ ସାଉଣ୍ଡ ସହିନପାରି ହୋଇଥିଲା ଯୁବକଙ୍କ ମୃତ୍ୟୁ

NEWS7
know-more-about-these-5-healthy-foods-for-kids

ଆଠଗଡ଼ ୧୮।୧: କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଛାତିଥରା ଡିଜେ ସାଉଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଡିଜେ ଗାଡିକୁ ଜବତ କରିଛି ତିଗିରିଆ ପୋଲିସ । ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଡିଜେ ଗାଡିକୁ ଅନୁଗୋଳ ଅଞ୍ଚଳରେ ଚଢ଼ାଉ କରି ଜବତ କରି ତିଗିରିଆ ଥାନାକୁ ଆଣିଛି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାତିରେ ନୂଆପାଟଣା ସୁରେନ୍ଦ୍ର ପାଟଣାରେ ଯାଉଥିବା ଏକ ବାହାଘର ପ୍ରସେସନର ଡିଜେରେ ଦିଆଯାଇଥିବା ଭାଇବ୍ରେଟର ଓ ସାଉଣ୍ଡକୁ ସହ୍ୟ ନକରି ପରି ଛାତି କ’ଣ ହୋଇଯାଉଛି କହି ଟଳି ପଡ଼ିଥିଲେ ଲକ୍ଷ୍ମୀଧର ଚନ୍ଦ l ପରିବାର ଲୋକେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ କ୍ଷତିପୂରଣ ଓ ଗିରଫ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା l ଘଟଣା ପରେ ଡିଜେ ଗାଡି ଫେରାର ହୋଇଯାଇଥିବା ବେଳେ ଗତ ରାତିରେ ଏକ ସ୍ଵତନ୍ତ୍ର ଟିମ୍ ଅନୁଗୋଳ ଅଞ୍ଚଳରେ ଚଢ଼ାଉ କରି ଡିଜେ ଗାଡିକୁ ଜବତ କରିବା ସହ ଅପରେଟରକୁ ଗିରଫ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି ।