ନୂଆଦିଲ୍ଲୀ ୨୭।୦୫: ଚାଲିଛି ଆଇପିଏଲ୍ ମହାସମର । ଶେଷ ପର୍ଯ୍ୟାୟରେ ମୁକାବିଲା । ମଙ୍ଗଳବାର ଖେଳାଯିବ ଲିଗ୍ ମ୍ୟାଚ୍ । ଏହାପରେ ଖେଳାଯିବ ସେମି ଫାଇନାଲ ଓ ଫାଇନାଲ । ପ୍ଲେଅଫ୍ ମ୍ୟାଚ୍ ମେ ୨୯ରୁ ଆରମ୍ଭ ହେବ । ଆଉ ଫାଇନାଲ୍ ମ୍ୟାଚ୍ ଜୁନ୍ ୩ରେ ଖେଳାଯିବ । ଏଥର ଗୁଜରାଟ ଟାଇଟାନ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରେ ସ୍ଥାନ ପାଇଛନ୍ତି । ଏହାବ୍ୟତୀତ ସିଜିନର ବିଜେତା ଟିମ୍କୁ ଦିଆଯିବ ପୁରସ୍କାର ରାଶି । ଯାହା ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଜାଣନ୍ତି କି ଆଇପିଏଲ୍ ସିଜିନ୍ ଆରମ୍ଭରୁ କେତେ ମିଳୁଥିଲା ? ସିଜିନ୍ ଆରମ୍ଭ ବେଳେ କେତେ ରହିଥିଲା ପ୍ରାଇଜ୍ ମନି ? ଏବେ କେତେ ବଢିଛି ପୁରସ୍କାର ରାଶି ? ଆସନ୍ତୁ ଜାଣିବା...
ରିପୋର୍ଟ ଅନୁଯାୟୀ ୨୦୦୮ରୁ ୨୦୦୯ ଯାଏଁ ବିଜେତା ଟିମ୍କୁ ପୁରସ୍କାର ରାଶି ଭାବେ ମିଳୁଥିଲା ୪ କୋଟି ୮ ଲକ୍ଷ । ସେହିପରି ରନରଅପ୍ ଟିମ୍କୁ ମିଳୁଥିଲା ୨ କୋଟି ୪୦ ଲକ୍ଷ ଟଙ୍କା । ସେହିପରି ୨୦୨୦-୧୩ ଯାଏଁ ବିଜେତା ଟିମ୍କୁ ମିଳୁଥିଲା ୧୦ । ସେହିପରି ରନରଅପ୍ ଟିମ୍କୁ ମିଳୁଥିଲା ୫ କୋଟି ଟଙ୍କା । ୨୦୧୪-୨୦୧୫ ବିଜେତା ଟିମ୍କୁ ୧୫ କୋଟି ଏବଂ ରନରଅପ୍ ଟିମ୍କୁ ମିଳୁଥିଲା ୧୦ କୋଟି ଟଙ୍କା । ୨୦୧୬ରେ ଏହି ରାଶି ପୁଣି ବୃଦ୍ଧି ପାଇଥିଲା । ବିଜେତା ଟିମ୍କୁ ମିଳିଥିଲା ୧୬ କୋଟି କିନ୍ତୁ ରନରଅପ୍ ଟିମ୍କୁ ପୂର୍ବବର୍ଷ ପରି ସମାନ ପୁରସ୍କାର ରାଶି ମିଳିଥିଲା ।
ତେବେ ୨୦୧୭ରେ ବିଜେତା ଟିମ୍ ପାଇଁ ପୁରସ୍କାର ରାଶି କମି ହୋଇଥିଲା ୧୫ କୋଟି । ସେହିପରି ରନରଅପ୍ ଟିମ୍କୁ ସେଇ ୧୦ କୋଟି ମିଳିଥିଲା । ଏହାପରେ ଆଇପିଏଲ୍ ପୁରସ୍କାର ରାଶି ଏକ ଲମ୍ବା ଡିଆଁ ମାରିଥିଲା । ୨୦୧୮ରୁ ୨୦୧୯ ଯାଏଁ ଏହି ରାଶି ୨୦ କୋଟି ହୋଇଥିଲା । ଆଉ ରନରଅପ୍ ଟିମ୍ ପାଇଥିଲେ ୧୨ କୋଟି ୫୦ ଲକ୍ଷ । ୨୦୨୦ ମସିହାରେ ବିଜେତା ଟିମ୍ର ପୁରସ୍କାର ରାଶି ୧୦ କୋଟି ଏବଂ ରନରଅପ୍ ଟିମ୍ ପାଇଥିଲେ ୬ କୋଟି ୨୫ ଲକ୍ଷ । ୨୦୨୧ରେ ପୁଣି ବିଜେତା ଟିମ୍କୁ ୨୦ କୋଟି ପୁରସ୍କାର ରାଶି ମିଳିଥିଲା। ଆଉ ୧୨ କୋଟି ୨୦ ଲକ୍ଷ ମିଳିଥିଲା ରନରଅପ୍ ଟିମ୍କୁ । ୨୦୨୨ରୁ ୨୦୨୪ ଯାଏଁ ବିଜେତା ଟିମ୍ର ପୁରସ୍କାର ରାଶି ୨୦ କୋଟି ଟଙ୍କା ମିଳିଥିଲା । ସେହିପରି ରନରଅପ୍ ଟିମ୍କୁ ମିଳିଥିଲା ୧୩ କୋଟି ଟଙ୍କା । ଚଳିତବର୍ଷ ମଧ୍ୟ ସମାନ ରହିବ ପୁରସ୍କାର ରାଶି ।