ଆସିଲେ ନାହିଁ ମୁଖ୍ୟମନ୍ତ୍ରୀ, ମଉଳିଲା ବୌଦ୍ଧ ବାସୀଙ୍କ ଆଶା, ମେଡିକାଲ ଉଦଘାଟନକୁ ପୁଣି ଅପେକ୍ଷା

NEWS7
know-icc-or-pakistan,-who-will-give-prize-money-to-indian team who will give prize money to indian team

ବୌଦ୍ଧ: ସ୍ଵାସ୍ଥ୍ୟ ସେବା ପାଇବା ଲୋକଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାବାସୀ ପୁଣି ଥରେ ତାଙ୍କର ଏହି ମୌଳିକ ଅଧିକାରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ୩ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କୋଠା ଉଦଘାଟନ ହେବା ନେଇ ଆଶା ବିଶ୍ଵାସ ବାନ୍ଧିଥିବା ଜିଲ୍ଲାବାସୀ ପୁଣି ହେଲେ ନିରାଶ । ହୋଇପାରିଲା ନାହିଁ ନୂତନ ମେଡିକାଲ ଉଦଘାଟନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ ଯୋଗୁଁ ଠପ ହେଇଗଲା ସମସ୍ତ କାର୍ଯ୍ୟକ୍ରମ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୪ ତାରିଖ ବୌଦ୍ଧ ଗସ୍ତ ଥିବାବେଳେ ଏହି ଅବସରରେ ଜିଲ୍ଲାରେ ନିର୍ମାଣ ହେଇଥିବା ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ କୋଠାକୁ ବୌଦ୍ଧବାସୀ ଙ୍କୁ ସମର୍ପିତ କରିବାର ତାରିଖ ଧାର୍ଯ୍ୟ କରିବା ସହିତ ନିମନ୍ତ୍ରଣ ପତ୍ର ମଧ୍ୟ ଛପା ଗଲା । ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପ୍ରସ୍ତୁତି ଜୋରଦାର କରିଥିଲା ଏବଂ ଫୁଲ ମାଳ ସହିତ ରଙ୍ଗ ବିରଙ୍ଗ ଆଲୋକ ମାଳାରେ ସଜେଇହେଇଥିଲା ନୂତନ ମେଡିକାଲ କୋଠା । ଉଦଘାଟନୀ ସଭା ଆୟୋଜନ ପାଇଁ ଅସ୍ଥାୟୀ ମଞ୍ଚ ମଧ୍ୟ ପ୍ରସ୍ତୁତ କରାଗଲା ।

ମୁଖ୍ୟମନ୍ତ୍ରୀଙ୍କ କର କମଳରେ ମେଡିକାଲର ନୂତନ କୋଠା ଉଦଘାଟିତ ହେଉଥିବା ନେଇ ଜିଲ୍ଲା ସାରା ବଡ଼ ବଡ଼ ହୋର୍ଡିଂ ଶୋଭା ପାଇଥିଲା। ଏମିତି କି ଉଦଘାଟନୀ ଫଳକ ମଧ୍ୟ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଲେଖା ଯାଇଥିଲା। ଜିଲ୍ଲାବାସୀ ମନରେ ଆଶା ଓ ବିଶ୍ୱାସ ନେଇ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ନୂତନ ମେଡିକାଲ। ହେଲେ ଦିନ ଗଡି ରାତି ହେଇଗଲା ପଛେ ନା ଆସିଲେ ମୁଖ୍ୟମନ୍ତ୍ରୀ ନା ହେଲା ନୂତନ ମେଡିକାଲ ଉଦଘାଟନ।

ନୂତନ ମେଡିକାଲକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶାର ସମ୍ଭାର ଗଢି ଉଠିଥିଲା ଯେ ଏଥର ଆଉ ଚିକିତ୍ସାରେ ଅବହେଳିତ ହେବୁନାହିଁ। ଶଯ୍ୟା ନ ପାଇ ବାରଣ୍ଡାରେ ଶୋଇବୁ ନାହିଁ। ଡାକ୍ତର ପାଇଁ ଅନ୍ୟ ଜିଲ୍ଲା ଉପରେ ନିର୍ଭର ହେବୁ ନାହିଁ। ହେଲେ ଦିନକ ମଧ୍ୟ ରେ ଅନ୍ଧାର ପାଲଟିଗଲା ସବୁ ଆଶା ଓ ବିଶ୍ଵାସ। ସାଜସଜ୍ଜା ଦେଖି ଲୋକେ ଚାହିଁ ରହିଥିଲେ କେତେବେଳେ ମୁଖ୍ୟମନ୍ତ୍ରୀ ଆସି କରିବେ ଉଦ୍ଘାଟନ । ଲୋକଙ୍କ ଆଶା ଆଶା ହୋଇ ରହିଗଲା ବୋଲି ବୌଦ୍ଧ ବସି ପ୍ରତିକ୍ରିୟା ଦେଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ହେତୁ ସେ ଜିଲ୍ଲାକୁ ଆସି ପାରିନଥିବା ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଉଭୟ ସ୍ପଷ୍ଟୀକରଣ ଦେଇଥିଲେ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ଏହି ମେଡିକାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। କୌଣସି କାରଣରୁ ବିଳମ୍ବ ହୋଇଥିବା ବେଳେ ଯଥାଶୀଘ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଆସିବେ ଏବଂ ଏହି ମେଡିକାଲକୁ ଉଦଘାଟନ କରି ରୋଗୀ ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କରିଛନ୍ତି।

ନୂତନ ମେଡିକାଲ କୋଠା ନିର୍ମାଣ ହେବାର ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟନ ହେବା ନେଇ ଜିଲ୍ଲାବାସୀଙ୍କୁ କେବଳ ତାରିଖ ଦେଉଛନ୍ତି ସରକାର ଏବଂ ଏହି ତାରିଖ ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ପୁଣି ଥରେ ଅନ୍ଧକାର କୁ ଠେଲି ଦେଉଛନ୍ତି। ଯଥା ଶୀଘ୍ର ଏହି ମେଡିକାଲ କୋଠା ଉଦଘାଟନ କରାଗଲେ ଜିଲ୍ଲାବାସୀ ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇବେ ବୋଲି ଆଶା ଓ ବିଶ୍ବାସ ବାନ୍ଧି ବସିଛନ୍ତି ।