LIVE TV
LIVE TV

ଶୀତ ଅଧିବେଶନର ଦ୍ୱିତୀୟ ଦିନ, ଅପରାହ୍ନରେ ଗୃହରେ ଆଗତ ହେବ ୧୦ କୋଟିର ଅତିରିକ୍ତ ବଜେଟ

NEWS7
know-how-much-it-costs-to-print-a-2000-500-and-200-rupees-note

ଭୁବନେଶ୍ୱର ୨୮/୧୧ : ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ଆଗତ ହେବ ଅତିରିକ୍ତ ବଜେଟ। ପ୍ରାୟ 10 ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଅପରାହ୍ନରେ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ।

ସେପଟେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଉଠାଇବ। କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ।​​​​​​​ ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।

ସୂଚନାଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି । ବିଧାନସଭାରେ ଅଭିଭାଷଣ ପରେ ରାଜଭବନରେ ହୋଇଥିଲା ରାତ୍ରିଭୋଜନ । 

ରାଷ୍ଟ୍ରପତିଙ୍କ ସମ୍ମାନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାତ୍ରିଭୋଜନ ଦେଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ପତ୍ନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ଜୁଏଲ ଓରାମ ମଧ୍ୟ ଏହି ରାତ୍ରି ଭୋଜନରେ ସାମିଲ ହୋଇଥିଲେ । ଏହାଛଡା ରାତ୍ରି ଭୋଜନରେ ବାଚସ୍ପତି ସୁରମା ପାଢୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ଅନେକ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।

ସେହିପରି ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଗୃହ ସହ ଜଡ଼ିତ ନିଜର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ । କହିଥିଲେ, ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଛି। ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ତାହା କେବଳ ଏହି ପବିତ୍ର ଗୃହ ପାଇଁ । ଏହି ବିଧାନସଭା ମୋ ପାଇଁ କେବଳ ଏକ ଗୃହ ନୁହେଁ, ଏହା ମୋର ମାତୃତୁଲ୍ୟ ।