IND vs NZ T 20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଅର୍ଶଦୀପ-ଚକ୍ରବର୍ତ୍ତୀ ବାଦ୍; ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

NEWS7
know-how-danny-denzongpa-built-indias-3rd-largest-beer-brand

ଗୌହାଟୀ: ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦। ପ୍ରଥମ ଦୁଇଟି ଟି-୨୦ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅନ୍ୟପଟେ ତୃତୀୟ ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି କିଓ୍ଵି ଟିମ୍। ଏହି ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ ଦଳ।

ଆଜିର ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ଘଟିଛି। ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଓ ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିଛି। ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ପରିବର୍ତ୍ତନ ହୋଇଛି। କାଇଲ ଜେମିଶନ ପୁଣି ଥରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ଭାରତୀୟ ଦଳ

ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ହର୍ଷିତ ରାଣା, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା।

ନ୍ୟୁଜିଲାଣ୍ଡ ଦଳ

ଡେଭନ କନଓ୍ଵେ, ଟିମ୍ ସେଇଫର୍ଟ(ଓ୍ଵିକେଟ୍ କିପର), ରଚିନ ରବୀନ୍ଦ୍ରନ, ଗ୍ଲେନ ଫିଲିପ୍ସ, ମାର୍କ ଚପମ୍ୟାନ, ଡାରିଲ ମିଚେଲ୍, ମିଚେଲ୍ ସାଣ୍ଟନର(ଅଧିନାୟକ), କାଇଲ ଜେମିଶନ, ମ୍ୟାଟ୍ ହେନରୀ, ଇଶ ସୋଢି, ଜାକବ ଡଫି।