ଦୁଇଟି ଫୋନ୍ ଏକାଠି ରଖିଲେ ବିସ୍ଫୋରଣ ହେବ କି, ଏପରି କରିବା କେତେ ବିପଦପୂର୍ଣ୍ଣ?

Published By : Prameya-News7 Bureau | August 28, 2025 IST

ନୂଆଦିଲ୍ଲୀ ୨୮।୦୮: ସ୍ମାର୍ଟଫୋନ୍ ଏବେ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ସାଜିଛି । ଛୋଟଠାରୁ ବଡ ସମସ୍ତେ ସ୍ମାର୍ଟଫୋନ ମାୟାରେ ବାୟା । କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ । ନଚେତ୍ ଫୋନ ହୋଇପାରେ ବ୍ଲାଷ୍ଟ । ସାଧାରଣତଃ ମୋବାଇଲ୍ ଫୋନ୍ ବିସ୍ଫୋରଣ ପଛରେ ଅନେକ କାରଣ ଥାଇପାରେ । କିନ୍ତୁ ଅନେକ ସମୟରେ ମନକୁ ପ୍ରଶ୍ନ ଆସେ କି ଦୁଇଟି ଫୋନ୍ ଏକାଠି ରଖିଲେ ବିସ୍ଫୋରଣ ହୁଏ କି ? ଆସନ୍ତୁ ଜାଣିବା... 

ସାଧାରଣ ପରିସ୍ଥିତିରେ ଦୁଇଟି ଫୋନ୍ ଏକାଠି ରଖିବା ବିପଦପୂର୍ଣ୍ଣ ନୁହେଁ । କିନ୍ତୁ କିଛି ସତର୍କତା ଅବଲମ୍ବନ କରିବା ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଯଦି ଦୁଇଟି ଫୋନ୍ ଚାର୍ଜିଂରେ ଅଛି ଏବଂ ଏକାଠି ରଖାଯାଇଛି, ତେବେ ଗରମ ବଢ଼ିବାର ସମ୍ଭାବନା ରହିପାରେ । ଚାର୍ଜିଂ ସମୟରେ ସ୍ମାର୍ଟଫୋନ୍ ପୂର୍ବରୁ ଗରମ ହୋଇଯାଇଥାଏ ଏବଂ ଯଦି ଦୁଇଟି ଫୋନ୍ ପରସ୍ପର ଉପରେ ରଖାଯାଏ, ତେବେ ଗରମ ବାହାରିବାର ସମସ୍ୟା ହୋଇପାରେ । ଏହା ଅତ୍ୟଧିକ ଗରମ ସମସ୍ୟା ସୃଷ୍ଟି କରିପାରେ ଏବଂ ଫୋନ୍ ବ୍ଲାଷ୍ଟ ହୋଇପାରେ । 

ଫୋନକୁ ତକିଆ ତଳେ କିମ୍ବା କମ୍ ବାୟୁ ପ୍ରବାହ ହେଉଥିବା ସ୍ଥାନରେ ରଖିବା ବିପଜ୍ଜନକ ହୋଇପାରେ। ତେବେ ଫୋନ ବ୍ଲାଷ୍ଟ ହେବାର କାରଣ ଫୋନ୍ କଭର ମଧ୍ୟ ହୋଇପାରେ । ଯଦି କଭର ମୋଟା କିମ୍ବା ସେଥିରେ ନୋଟ୍ସ କି କାର୍ଡ ଭଳି ଜିନିଷ ରଖାଯାଇଥାଏ, ତେବେ ଗରମ ବଢ଼ିପାରେ ଏବଂ ବ୍ଲାଷ୍ଟ ହୋଇପାରେ । ତେବେ ଦୁଇଟି ଫୋନ୍ ଏକାଠି ରଖିବା ଦ୍ୱାରା ବିସ୍ଫୋରଣ ହେବ ବୋଲି କହିବା ବୈଜ୍ଞାନିକ ଭାବରେ ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.