LIVE TV

ଋଷିଆ ତିଆରିଛି ଝଡ଼ତୋଫାନ, ବର୍ଷା ଓ ବଜ୍ରପାତରେ ଉଡିପାରିବା ଭଳି ବିଶ୍ୱର ପ୍ରଥମ ଯୁଦ୍ଧ ବିମାନ

NEWS7
know-all-about-the-indian-lawyer-harish-salve

ମସ୍କୋ ୮।୧୧: ୟୁକ୍ରେନ ସହିତ ଜାରି ଯୁଦ୍ଧରେ ଋଷିଆ ତାର ସାମରିକ କାର୍ଯ୍ୟକ୍ରମକୁ ଆହୁରି ମଜଭୁତ କରିବା ସହ ତୃତୀୟ ଘାତକ ଅସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହା ହେଉଛି ଋଷିଆର ନୂଆ ଫାଇଟର ଜେଟ୍ ‘ସୁପରଜେଟ୍ ନ୍ୟୁ ପିଡି-୮’। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଏହି ଯୁଦ୍ଧ ବିମାନ ଯେ କୌଣସି ପାଣିପାଗ ଆହ୍ୱାନକୁ ସମ୍ମୁଖୀନ ହେବାକୁ ସକ୍ଷମ। ଋଷୀୟ ଇଞ୍ଜିନିୟର ଆଲେକ୍ସି ତାହା କରି ଦେଖାଇଛନ୍ତି ଯାହା ବିଶ୍ୱର କୌଣସି ଦେଶ ଏ ପର୍ଯ୍ୟନ୍ତ କରି ପାରି ନାହାନ୍ତି।

ଏହି ଯୁଦ୍ଧ ବିମାନ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତରେ ମଧ୍ୟ ଉଡାଣ କରିବାକୁ ସକ୍ଷମ। ଏହାକୁ ୱେଦର ପୃଫ ଫାଇଟର ଜେଟ୍ କୁହାଯାଉଛି। ଋଷିଆର ଏହି ସୁପରଜେଟ୍ ହାଲୁକା, ଶକ୍ତିଶାଳୀ ଓ ସମ୍ପୂର୍ଣ୍ଣ ସ୍ୱେଦେଶୀ ଇଞ୍ଜିନରେ ସଞ୍ଚାଳିତ ହେଉଛି। ଏହାର ପରୀକ୍ଷଣ ସେତେବେଳେ ହୋଇଥିଲା ଯେତେବେଳେ ଆକାଶ କଳାବାଦଲରେ ଆଛାଦିତ ଥିଲା ଓ ଭୀଷଣ ବେଗରେ ପବନ ବହୁଥିଲା। ଟେଷ୍ଟ ପାଇଲଟ ନାଦ୍ୟା ଯେତେବେଳେ ଏହାକୁ ଉଡାଉଥିଲେ କଣ୍ଟ୍ରୋଲ ରୁମରେ ସମସ୍ତଙ୍କ ନଜର ସ୍କ୍ରିନ ଉପରେ ଥିଲା। ଆଲେକ୍ସି ୱାକିଟକିରେ କହିଥିଲେ ଏହା କେବଳ ଏକ ମେସିନ ନୁହେଁ ଆମ ସମସ୍ତଙ୍କ ଆଶା ଓ ଭରସା। ଏହା ସହିତ ପିଡି-୮ ରନୱେରେ ଗର୍ଜନ କରି ଉଡାଣ କରିଥିଲା।

ଏହି ଫାଇଟର ଜେଟ୍ ର କ୍ଷମତା ପରଖିବା ପାଇଁ କୁତ୍ରିମ ବର୍ଷା ପ୍ରଣାଳୀରେ ଇଞ୍ଜିନ ଉପରେ ଭୀଷଣ ବର୍ଷା କରାଯାଇଥିଲା ଓ ବଜ୍ରପାତ ହୋଇଥିଲା। ଏଭଳି ପରିସ୍ଥିତିରେ ସାଧାରଣ ଜେଟ୍ ପ୍ଲେନମାନଙ୍କ ଇଞ୍ଜିନ ବନ୍ଦ ହୋଇଯାଏ, ହେଲେ ପିଡି-୮ ନ ଅଟକି ପାଣିରେ ମଧ୍ୟ ଉଡାଣ କରିଥିଲା। ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ଓ ବଜ୍ରପାତରେ ମଧ୍ୟ ଏହି ଜେଟ୍ ଆକାଶରେ ସ୍ଥିର ରହିଥିଲା। ଏହି ଜେଟ୍ ଉଡାଣ କରୁଥିବା ବେଳେ ଇଞ୍ଜିନିୟରଙ୍କ ନଜର ସ୍କ୍ରିନ ଉପରେ ସ୍ଥିର ଥିଲା  ସବୁଜ ଆଲୋକ ସ୍ୱଭାବିତ ସଞ୍ଚାଳନର ସଂକେତ ଦେଉଥିଲା।

ପାଖାପାଖି ୨୦ ମିନିଟ୍ ଧରି ଜାରି ପରୀକ୍ଷଣ ଉଡାଣରେ ପିଡି-୮ ବିଶ୍ୱର ପ୍ରଥମ ସବୁ ପ୍ରକାର ପାଗ ଅନୁକୂଳ ଫାଇଟର ଜେଟ୍ ବୋଲି ନିଜକୁ ପ୍ରମାଣିତ କରିଛି। ଲ୍ୟାଣ୍ଡିଂ ପରେ ପାଇଲଟ ନାଦ୍ୟା ଓ ଇଞ୍ଜିନୟର ଆଲେକ୍ସୀଙ୍କୁ ଋଷୀୟ ବୈଜ୍ଞାନିକମାନେ ଜୋରଦାର କରତାଳିରେ ସ୍ୱାଗତ କରିଥିଲେ। ଏହି ଅବସରରେ ଆଲେକ୍ସୀ କହିଛନ୍ତି ଯେ ଏହା କେବଳ ଉଡାଣ ନୁହେଁ ଟେକ୍ନିକାଲି ଋଷିଆର ସ୍ୱାଧୀନତାର ପ୍ରତୀକ। ଏବେ ଏହି ସୁପର ଜେଟ୍ ନା କେବଳ ଯୁଦ୍ଧ ବରଂ ଦୁର୍ଗମ ଅଞ୍ଚଳ, ଆର୍କଟିକ୍ ମିସନ ଓ ଉଦ୍ଧାର କାର୍ଯ୍ୟରେ ଉପଯୋଗୀ ପ୍ରମାଣିତ ହୋଇପାରେ।