LIVE TV

ଭାଷା ପାଇଁ ଜୀବନ ଗଲା: ମରାଠୀ କହି ନପାରିବାରୁ ମାଡ଼ ପରେ ଆତ୍ମହତ୍ୟା କଲେ ଛାତ୍ର!

NEWS7
know-about-mtech-baba-in-mahakumbh-2025

ମୁମ୍ବାଇ: ଭାବର ସହଜ ଆଦାନପ୍ରଦାନ ଭାଷା ଦ୍ୱାରା ହୋଇଥାଏ। ଜଣଙ୍କ ମନ ଓ ହୃଦୟ ବୁଝିବାରେ ଏହା ଏକ ବଡ଼ ମାଧ୍ୟମ। ଭାଷାରେ କେତେ ସର୍ଜନା କେତେ କେତେ ମହାନ ସାହିତ୍ୟ ସୃଷ୍ଟି ହୋଇଛି। ଏଇ ଭାଷା ଯେପର୍ଯ୍ୟନ୍ତ କବିର କଲମରେ ଥିଲା ସେପର୍ଯ୍ୟନ୍ତ ସର୍ଜନାର ସମ୍ଭାବନା ଥିଲା। ହେଲେ ଯେବେଠାରୁ ଉଗ୍ରବାଦୀଙ୍କ ଆୟୁଧ ସାଜିଲାଣି ସେବେଠାରୁ ବିପଦ ବଢ଼ିଲାଣି। ଭାଷାରେ ନାଁରେ ରିତିମତ ଗୁଣ୍ଡାମି ଆରମ୍ଭ ହୋଇଯାଇଛି। ଆଉ ଗୁଣ୍ଡାମୀ ଶେଷରେ ଜଣେ ଛାତ୍ରଙ୍କର ଜୀବନ ନେଇଛି।

ମହାରାଷ୍ଟ୍ରର କଲ୍ୟାଣ ଇଷ୍ଟ ତୀସଗାଁଓ ନାକା ଏରିଆରେ ଏଭଳି ଘଟଣା ଘଟିଛି। ମରାଠୀ କହି ନପାରିବାରୁ ଲୋକାଲ ଟ୍ରେନ୍‌ରେ ମାରପିଟର ଶିକାର ହେବାରୁ ଜଣେ କଲେଜ ଛାତ୍ର ବୁଧବାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଏଭଳି ଅଭିଯୋଗ କରିଥିବା ଗୁରୁବାର ମହାରାଷ୍ଟ୍ର ପୁଲିସ ସୂଚନା ଦେଇଛି।

ଛାତ୍ରଙ୍କର ବାପାଙ୍କର ଅଭିଯୋଗ ଅନୁସାରେ, ଛାତ୍ର ଜଣକ ଲୋକାଲ ଟ୍ରେନ୍‌ରେ ବସି ମୁଲୁଣ୍ଡରେ ଥିବା ତାଙ୍କ କଲେଜକୁ ଯାଉଥିବା ସମୟରେ କିଛି ଯୁବକ ତାଙ୍କୁ ମାଡ଼ ମାରିଥିଲେ। ତାଙ୍କ ବାପା କହିଛନ୍ତି“ ହିନ୍ଦୀ ଓ ମରାଠୀକୁ ନେଇ ବିତର୍କ ହେବାରୁ ତାଙ୍କ ପୁଅକୁ ଟ୍ରେନ୍ରେ ଧାକ୍କାହାବୁକା ମରାଯାଇଥିଲା। ଠେଲାପେଲା ପରେ ଅସୁବିଧା ହେବାରୁ ସେ ଖାଲି କହିଥିଲେ ଥୋଡ଼ା ଆଗେ ଚଲୋନା(ଟିକେ ଆଗକୁ ଚାଲ)। ଏହାପରେ ଅନ୍ୟ ଯାତ୍ରୀମାନେ ତାକୁ କାହିଁକି ମରାଠୀ ଶିଖି ନାହଁ ବୋଲି ପ୍ରଶ୍ନ କରିଥିଲେ।” ମାରପିଟ ପରେ ମାନସିକ ଚାପରେ ଥିବା ପିଲାଟି ଗତକାଲି ଆତ୍ମହତ୍ୟା କରିଛି ବୋଲି ତାଙ୍କ ବାପା ପୁଲିସ ଆଗରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମିଳିବା ପରେ କଲ୍ୟାଣର କୋଲସେୱାଡି ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଆମ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ କରି ମାମଲାର ତଦନ୍ତ କରୁଛୁ ବୋଲି ପୁଲିସ କହିଛି।