ମେଷ- ରାଶିକୁ ନବମ ଚନ୍ଦ୍ର ଚାକିରିରେ ପ୍ରଶଂସା ଯୋଗ ରହିଛି । ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନର ବାଟ ଦେଖାଯିବ । ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମାହୋଲ ରହିବ ।
ବୃଷ - ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।
ମିଥୁନ - ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ।ଶାରୀରିକ ଓ ମାନସିକ ଖୁସି ମିଳିବ । ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ ।ସ୍ବାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ । ପତ୍ନୀ ଙ୍କ ସହ ଭ୍ରମଣ ଓ ବନ୍ଧୁ ମିଳନ ହେବାର ସମ୍ଭାବନା ରହିଛି ।
କର୍କଟ - କର୍ମ କ୍ଷେତ୍ର ରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
ସିଂହ - ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ । ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ପ୍ରେମ ସମ୍ପର୍କ ନିବିଡ଼ ହେବ ।
କନ୍ୟା- କିଛି ଆଶାର ପୂରଣ ନ ହୋଇ ପାରିବାରୁ ମନ ବ୍ୟକୁଳିତ ହୋଇ ପାରେ । ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ । ନିଜର ଜରୁରୀ ବସ୍ତୁ ଆପଣ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ ।
ତୁଳା- ଘାତ ଚନ୍ଦ୍ର ଯୋଗୁଁ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତିରେ ବିଳମ୍ବ ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ । ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ । ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।
ବିଛା- ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି । ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ । ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।
ଧନୁ- ଶ୍ରୀ ଚନ୍ଦ୍ର ରହିଥିବାରୁ ଧର୍ମ ଭାବନା ଜାଗୃତ ହେବ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କର୍ମ କ୍ଷେତ୍ରରେ ଉତ୍ତମ ଯୋଜନାର ଆରମ୍ଭ ହେବ ।
ମକର- ଶାରୀରିକ ଓ ମାନସିକ ବିକାଶ ହେବ । ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ । ଧୈର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ କିଛିକୁ ପ୍ରଭାବ ପଡ଼ି ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
କୁମ୍ଭ - ଉତ୍ତମ ଆୟର ଯୋଗ ରହିଛି । କର୍ମ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ପୁନଃ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।
ମୀନ - କର୍ମ ଚଞ୍ଚଳ ହେବେ । ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନେ ବନ୍ଧୁ ଙ୍କୁ ପାଇ ଖୁସି ହେବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682