LIVE TV

ଭାରତକୁ ପୁଣି ରେୟାର ଆର୍ଥ ମ୍ୟାଗ୍ନେଟ ଦେବାକୁ ପ୍ରସ୍ତୁତ ଚୀନ୍, ୪ କମ୍ପାନୀଙ୍କୁ ଦେଲା ଲାଇସେନ୍ସ

NEWS7
kinnar-jagadguru-himangi-sakhi-was-attacked-in-prayagraj

ନୂଆଦିଲ୍ଲୀ ୩୦।୧୦: ଭାରତକୁ ପୁଣି ଥରେ ରେୟାର ଆର୍ଥ ମ୍ୟାଗ୍ନେଟ୍ ଦେବାକୁ ରାଜି ହୋଇଛି ଚୀନ୍। ଏଥିରେ ଏବେ ୪ଟି କମ୍ପାନୀଙ୍କୁ ମ୍ୟାଗ୍ନେଟ ଆମଦାନୀ ପାଇଁ ଲାଇସେନ୍ସ ଦେବାକୁ ସହମତ ହୋଇଛି। ବୈଦେଶିକ ମନ୍ତ୍ରାଳୟ ଗୁରୁବାର ଏହି କଥା ପୁଷ୍ଟି କରିଛି। ଏହା ଦ୍ୱାରା ଇଲେକ୍ଟ୍ରିକ୍ ବାହନରୁ ଆରମ୍ଭ କରି ମୋବାଇଲ ସ୍ମାର୍ଟ ଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଆଇଟମରେ ଲାଗୁଥିବା ରେୟାର ଆର୍ଥ ମ୍ୟାଗ୍ନେଟ ଅଭାବ ଖୁବ୍ ଶୀଘ୍ର ଦୂର ହେବ ବୋଲି ଆଶା କରାଯାଉଛି।

ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଏ) ଓ ବିଦେଶ ମନ୍ତ୍ରାଳୟ ସହଯୋଗରେ ୫୦ରୁ ଅଧିକ କମ୍ପାନୀ ଚୀନ୍‌ ରୁ ରେୟାର ଆର୍ଥ ମ୍ୟାଗ୍ନେଟ୍ ହାସଲ ପାଇଁ ଲାଇସେନ୍ସ ନିବେଦନ କରିଥିଲେ। ଗତ ଅଗଷ୍ଟ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତରୁ ଦେଶକୁ ରେୟାର ଆର୍ଥ ମ୍ୟାଗ୍ନେଟ୍ ସପ୍ଲାଇ ପୁଣି ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲା। ତେବେ ଆମେରିକା ପକ୍ଷରୁ ବାଣିଜ୍ୟ ନୀତିରେ ପରିବର୍ତ୍ତନ ଯୋଗୁ ଚୀନ୍ ଭାରତ ସମେତ ଅନେକ ଦେଶଙ୍କୁ ରେୟାର ଆର୍ଥ ମ୍ୟାଗ୍ନେଟ୍ ଯୋଗାଣ ବନ୍ଦ କରିଦେଇଥିଲା।

ଏଥି ଯୋଗୁ ଭାରତରେ ମୁଖ୍ୟ ରୂପେ ଇଭି ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିଲା। ତେବେ ଭାରତ ସରକାର ଦେଶରେ ରେୟାର ଆର୍ଥ ମ୍ୟାଗ୍ନେଟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ମଧ୍ୟ ଆଣିବାକୁ ଯାଉଛନ୍ତି। ଏହି ଯୋଜନା ୭ହଜାର କୋଟିରୁ ଅଧିକ ଟଙ୍କାର ହେବ। ରେୟାର ଆର୍ଥ ମ୍ୟାଗ୍ନେଟର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ଘରୋଇ ସ୍ତରରେ କରିବା ଲାଗି ସରକାର ଏହି ଯୋଜନା ଆଣିବେ। ସୂତ୍ର ଅନୁସାରେ ଚୀନ୍ ଯେଉଁ ଭାରତୀୟ କମ୍ପାନୀଙ୍କୁ ଆମଦାନୀ ଲାଇସେନ୍ସ ଦେଇଛି ସେଥିରେ ଜୟ ଉସିନ ଲିମିଟେଡ, ଦି ଡାୟମଣ୍ଡ ଇଲେକ୍ଟ୍ରିକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, କଣ୍ଟିନେଣ୍ଟଲ ଏଜି ଓ ହିଟାଚୀ ଆଷ୍ଟେମୋ ଅଛନ୍ତି।

ହେଭି ଇଣ୍ଡଷ୍ଟ୍ରି ମିନିଷ୍ଟ୍ରିର ଜନୈକ ଅଧିକାରୀ କହିଛନ୍ତି ଯେ ଚୀନ୍ ର ଏହି ନିଷ୍ପତ୍ତି ଯୋଗୁ ଇଲେକ୍ଟ୍ରିକ୍ ବାହନ, ଇଲେକ୍ଟ୍ରୋନିକ୍  ସମେତ ସୁରକ୍ଷା ସେକ୍ଟର ଅନେକ ଆଇଟମ ସମ୍ପର୍କିତ କମ୍ପୋନେଣ୍ଟ ତିଆରି ସହଜ ହେବ। ଏହା ଆମର ମେନୁଫେକ୍ଚରିଂ ଉଦ୍ୟୋଗ ଲାଗି ଏକ ଆଶ୍ୱସ୍ତିକର ଖବର। ଇଣ୍ଟରନ୍ୟାସନାଲ ଏନର୍ଜୀ ଏଜେନ୍ସୀ ଅନୁସାରେ ବୈଶ୍ୱିକ ସ୍ତରରେ ରେୟାର ଆର୍ଥ ମ୍ୟାଗ୍ନେଟ୍ ମୋଟ ଉତ୍ପାଦନରେ ଚୀନର ଭାଗିଦାରୀ ୬୧% ରହିଛି। ସେହିପରି ରେୟାରଆର୍ଥ ପ୍ରୋସେସିଂରେ ଚୀନ୍ ର ଭାଗିଦାରୀ ୯୨% ରହିଛି।