ଓଜନ ବଢିବା ଚିନ୍ତାରେ ରୋହିତ, ଖାଇଲେନି କେକ୍, କହିଲେ...

NEWS7
kidney-disease-creates-panic-in-a-village-of-balangir

ନୂଆଦିଲ୍ଲୀ, ୦୭ /୧୨: ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ତିନି ଟିକିଆ ସିରିଜକୁ ୨-୧ରେ ଜିତି ନେଇଛି ଭାରତ । ତେବ ଟୁର୍ଣ୍ଣାମେଣ୍ଟରେ ଖୁବ୍ ଚାଲିଥିଲା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବ୍ୟାଟ୍ । ବିରାଟ ଦୁଇଟି ଶତକ ଏବଂ ଗୋଟିଏ ଅର୍ଧଶତକ ହାସଲ କରିଥିଲେ । ସେହିପରି ରୋହିତ ମଧ୍ୟ ଦୁଇଟି ଅର୍ଧଶତକ ହାସଲ କରିଥିଲେ ।

 

ମୁକାବିଲା ଆରମ୍ଭ ପୂର୍ବରୁ ରୋହିତ ଏବଂ ବିରାଟଙ୍କ ଫର୍ମ ଓ ଫିଟନେସକୁ ନେଇ ଅନେକ ପ୍ରଶ୍ନ କରିଥିଲେ । ଯାହାର ଜବାବ ଦୁଇ ଭେଟରାନ ବ୍ୟାଟରେ ଦେଉଛନ୍ତି । ସେମାନେ ପଡିଆରେ ପୁରା ଫିଟ୍ ବୋଲି ପ୍ରମାଣ ଦେଇଛନ୍ତି । ଯାହା ଉଭୟଙ୍କ ବ୍ୟାଟିଂ ଏବଂ ଫିଲ୍ଡିଂରୁ ସ୍ପଷ୍ଟ ଭାବେ ଜଣାପଡିଛି । ତେବେ ସିରିଜ୍ ବିଜୟ ପରେ ଖେଳାଳିମାନେ କେକ୍ କାଟିଥିଲେ । ହେଲେ କେକ୍ ଖାଇବାକୁ ମନା କରିଦେଇଛନ୍ତି ରୋହିତ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଶନିବାର ମ୍ୟାଚ୍ ଜିତିବା ପରେ ହୋଟଲରେ ଟିମ୍ ଇଣ୍ଡିଆ ଖେଳାଳି ପାର୍ଟି କରିଥିଲେ । ଏଥିରେ ଯଶସ୍ୱୀ ଜୟସ୍ୱାଲ କେକ୍ କାଟୁଥିବା ନଜର ଆସିଥିଲା । ସେ ତୃତୀୟ ଦିନିକଆରେ ଦମଦାର ଶତକ ହାସଲ କରିଥିଲେ । କେକ୍ କାଟିବା ପରେ ସେ ପ୍ରଥମେ ବିରାଟଙ୍କୁ କେକ୍ ଖୁଆଇଥିଲେ । ଏହାପରେ ସେ ରୋହିତଙ୍କୁ କେକ୍ ଖୁଆଇବା ପାଇଁ ଯାଇଥିଲେ ।

ତେବେ ରୋହିତ ସିଧାସିଧା କେକ୍ ଖାଇବେ ନାହିଁ ବୋଲି କହିଥିଲେ । ଏହାଦ୍ୱାରା ତାଙ୍କର ଓଜନ ବଢିଯିବ ଏବଂ ସେ ପୁଣି ଥରେ ମୋଟା ହୋଇଯିବେ ବୋଲି ପ୍ରକାଶ କରିଥିଲେ । ଯାହା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଟେଷ୍ଟ୍ ଫର୍ମାଟରୁ ଅବସର ନେଲା ପରେ ରୋହିତ ଏବେସୁଦ୍ଧା ୧୦ କେଜି ଓଜନ କମାଇଛନ୍ତି । ସେ ଏବେ ନିଜ ଖାଦ୍ୟପେୟ କଡାକଡି ଭାବେ ଜଗୁଛନ୍ତି । ଅଧିକ କ୍ୟାଲୋରି କିମ୍ବା ଫ୍ୟାଟ୍ ଯୁକ୍ତ ଖାଦ୍ୟ ସେ ଗ୍ରହଣ କରୁ ନାହାଁନ୍ତି । ଏପରିକି କେକ୍ ର ଛୋଟ ଖଣ୍ଡ ମଧ୍ୟ ସେ ହାତରେ ଧରୁନାହାଁନ୍ତି ।