ପ୍ରିୟଙ୍କା-ଦୀପିକାଙ୍କ ପରେ କିଆରାଙ୍କ ଜଲୱା, ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ସାମିଲ୍

Published By : Prameya-News7 Bureau | March 24, 2025 IST

ମୁମ୍ଵାଇ ୨୪।୦୩; ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ । ୧୧ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ସେ ୨୦୧୪ ମସିହାରେ 'ଫଗ୍‌ଲି' ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ । ତା ପରେ ପାଲଟିଥିଲେ ଟପ୍ ହିରୋଇନ୍ । କିଆରା ଅନେକ ବ୍ଲକ୍‌ବଷ୍ଟର୍‌ ମୁଭି ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ଅଭିନେତ୍ରୀ ଫିଲ୍ମ 'ଟକ୍ସିକ୍'ରେ ନଜର ଆସିବେ।  ଯେଉଁଥିପାଇଁ ସେ ନିର୍ମାତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛନ୍ତି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ନିକଟରେ କିଆରାଙ୍କୁ ରାମ ଚରଣଙ୍କ ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର୍‌'ରେ ଦେଖିବାକୁ ମିଳିଥିଲା। ୩୦୦ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ପୂରା ଫ୍ଲପ୍ ହୋଇଥିଲା। ଏହା ପରେ ବି କିଆରା ଆଡଭାନଙ୍କ ଫି’ କମି ନାହିଁ, ବରଂ ଏହା ଦ୍ୱିଗୁଣିତ ହୋଇଯାଇଛି। ଏହା ସହ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ସ୍ଥାନ ହାସଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ କିଆରା ୟଶ୍‌ଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍' ପାଇଁ ୧୫ କୋଟି ଟଙ୍କାର ଫି ନେଇଛନ୍ତି। ତାଙ୍କୁ 'ଗେମ୍ ଚେଞ୍ଜର' ପାଇଁ ପ୍ରାୟ ୫-୭ କୋଟି ଟଙ୍କା ଦିଆଯାଇଥିଲା। ଏବେ କିଆରା ଆଡଭାନୀଙ୍କ ଫି ଅଧିକ ପାଇଛି।କିଆରା ବର୍ତ୍ତମାନ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି। ସେ କଙ୍ଗନା, ଆଲିଆ ଭଟ୍ଟ, କରୀନା କପୁର ଖାନ, କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ମଧ୍ୟରେ ସ୍ଥାନ ପାଇଛନ୍ତି। ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ ୧୨ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.