ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ, ଲାଗୁ ହେଲା ଗ୍ରାପ-୪ କଟକଣା

NEWS7
khan-sirs-video-went-viral-said-suresh-abdullah

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଅଣନିଶ୍ବାସୀ । ପ୍ରଦୂଷଣ ସବୁ ସୀମା ଟପିଯାଇଛି । ରାଜଧାନୀରେ AQI ୪୦୦ ଅତିକ୍ରମ କରିଛି । ଏହା ପରେ ଦିଲ୍ଲୀ ଏନସିଆରରେ ଗ୍ରାପ-4 କଟକଣା ଲାଗୁ କରାଯାଇଛି । ଗ୍ରାପ୍-୪ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯିବ।

ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରେ BS-3 ପେଟ୍ରୋଲ ଏବଂ BS-4 ଡିଜେଲ ଯାନଗୁଡ଼ିକୁ ନିଷେଧ କରାଯିବ। ଏହା ସହିତ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ହାଇବ୍ରିଡ୍ ମୋଡ୍ରେ କାର୍ଯ୍ୟ କରିବେ । ଅର୍ଥାତ୍ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମୋଡ୍ରେ ଶ୍ରେଣୀ ପରିଚାଳନା କରାଯିବ।

 

GRAP ର ମୋଟ ଚାରୋଟି ପର୍ଯ୍ୟାୟ ଅଛି। ଯେତେବେଳେ ଏକ୍ୟୁଆଇ ୨୦୧ ରୁ ୩୦୦ ମଧ୍ୟରେ ଥାଏ, ସେତେବେଳେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୁଏ, ଯେତେବେଳେ AQI ୩୦୧ ରୁ ୪୦୦ ମଧ୍ୟରେ ଥାଏ । ଯେତେବେଳେ ଏକ୍ୟୁଆଇ ୪୦୧ ରୁ ୪୫୦ ମଧ୍ୟରେ ଥିଲେ, ସେତେବେଳେ ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଏ । ଏକ୍ୟୁଆଇ ୪୫୦ ଅତିକ୍ରମ କଲେ ଗ୍ରାପ-୪ ଲାଗୁ ହୁଏ ।