ସ୍କୁଲରେ ଶିକ୍ଷକ ଅଭାବ : ଛାତ୍ରଛାତ୍ରୀ ଫେରାଇଲେ ୟୁନିଫର୍ମ, ଖାଇଲେନି ମଧ୍ୟାହ୍ନ ଭୋଜନ

NEWS7
khan-sirs-video-went-viral-said-suresh-abdullah

ପଟ୍ଟାମୁଣ୍ଡାଇ ୧୧।୨: ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ l ସ୍କୁଲ ପୋଷାକ ଫେରାଇ ଦେବା ସହ ସରକାରୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରୁନାହାନ୍ତି ଛାତ୍ରଛାତ୍ରୀ l ଉପାସ ରହି ଶ୍ରେଣୀ ଗୃହ ବାହାରେ ପ୍ରତିବାଦ l ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ l

ଉନ୍ନତ ଦେଶ ଗଠନ ହେବାରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଭୂମିକା ଗୁରତ୍ୱପୂର୍ଣ୍ଣ l ଶିକ୍ଷାର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ପୋଷାକ ଓ ପୁଷ୍ଟିକର ଖାଦ୍ୟ ବି ସରକାର ଯୋଗାଇ ଦେଉଛନ୍ତି l ମାତ୍ର ଏଠି ଏକ ଅଭlବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ଶିକ୍ଷକ ଅଭାବ ହେତୁ, ବାରମ୍ବାର ସରକାରଙ୍କ ଦୃଷ୍ଟି ଗୋଚର ସତ୍ୱେ କିଛି ପଦକ୍ଷେପ ନ ନେବାରୁ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍କୁଲ ପୋଷାକ ଫେରାଇ ପ୍ରତିବାଦ କରିଛନ୍ତି ।

ଏହି ବିଦ୍ୟାଳୟରେ ୩୦୯ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୧୦ ଜଣ ଶିକ୍ଷକ ଆବଶ୍ୟକ । ମାତ୍ର ଏଠାରେ ୪ ଜଣ ଶିକ୍ଷକ ଅଛନ୍ତି । ଏହାର ପ୍ରତିବାଦରେ ପିଲାମାନେ ଧାରଣାରେ ଦେଇଛନ୍ତି ।