ଉଡ଼ାଣ ଭରିବା ମାତ୍ରେ ଜଳିଉଠିଲା ବିମାନର ଇଞ୍ଜିନ୍, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲେ ୨୩୬ ଯାତ୍ରୀ

NEWS7
kerala-cm-warns-public-about-sunstroke-and-fires

କୋଲକାତା: ନେପାଳର ରାଜଧାନୀ କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ବିମାନର ଦକ୍ଷୀଣ ପାର୍ଶ୍ବ ଇଞ୍ଜିନରେ ନିଆଁ ଲାଗିଥିବା ନେଇ ଆଶଙ୍କା କରି ପାଇଲଟ୍ ବିମାନକୁ କୋଲକାତା ଅଭିମୁଖେ ଆଣିଥିଲେ । ବିମାନରେ ଥିବା ସମସ୍ତ ୨୩୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନକୁ ବର୍ତ୍ତମାନ ଯାଞ୍ଚ ପାଇଁ କୋଲକାତା ବିମାନବନ୍ଦରରେ ରଖାଯାଇଛି।

ତୁର୍କୀସ୍ ଏୟାରଲାଇନ୍ସ ‘ଟିଏଚଓ୍ବାଇ-୭୨୭’ ଆଜି ଦିନ ୧:୨୮ ରେ କାଠମାଣ୍ଡୁରୁ ଉଡ଼ାଣ ଭରଥିଲା। ୪ ମିନିଟ୍ ପରେ, ପାଇଲଟ୍ ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିଥିଲେ। ପାଇଲଟ୍ ତା’ପରେ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ। ବିମାନଟି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ଇଞ୍ଜିନରେ ଚାଲିଥିଲା। ପ୍ରାୟ ୨:୪୯ ରେ, ବିମାନଟି କୋଲକାତା ବିମାନବନ୍ଦରରେ ଅବତରଣ କରିଥିଲା ।

ପାଇଲଟ୍ କୋଲକାତା ATC କୁ ଇଞ୍ଜିନରେ ନିଆଁ ଲାଗିବା ବିଷୟରେ ସୂଚନା ଦେଇଥିଲେ। ପାଇଲଟ୍ କାଠମାଣ୍ଡୁ ଟାୱାରକୁ ସୂଚନା ଦେଇଥିଲେ ଏବଂ ଗୋଟିଏ ଇଞ୍ଜିନରେ ଉଡ଼ାଣ ଜାରି ରଖିଥିଲେ । ସେପଟେ କୋଲକାତା ଏୟାରପୋର୍ଟରେ ଏମର୍ଜେନ୍ସି ଜାରି ହୋଇଥିଲା । ବିମାନଟି ସୁରକ୍ଷିତ ଅବତରଣ କରିଥିବା ବେଳେ ଏଥିରେ ଥବା ୨୩୬ ଜଣ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି । ତଦନ୍ତ ପରେ କ୍ରୁ ନିଷ୍ପତ୍ତି ନେଇଥିଲେ ଯେ, ବିମାନଟି ଦୀର୍ଘ ଯାତ୍ରା ପାଇଁ ନିରାପଦ ନୁହେଁ।

ତୁର୍କୀସ୍ ଏୟାରଲାଇନ୍ସ ର ବିମାନ ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ଅଛି ଏବଂ ଏହାର ତଦନ୍ତ ଚାଲିଛି। ଅଧିକାରୀ କହିଛନ୍ତି ଯେ, ପାଇଲଟମାନେ ବିମାନକୁ କାଠମାଣ୍ଡୁର ପଶ୍ଚିମ ଦିଗକୁ ବୁଲାଇଥିଲେ ଏବଂ ଡାହାଣ ଇଞ୍ଜିନକୁ ବନ୍ଦ କରିଦେଇଥିଲେ । ଫଳରେ ବିମାନଟି ପ୍ରାୟ ୧୦ ମିନିଟ୍ ପାଇଁ ଗୋଟିଏ ଇଞ୍ଜିନରେ ଉଡ଼ାଣ ଜାରି ରଖିଥିଲା। ରିପୋର୍ଟ ପରେ, କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରାୟ ୧୫ ମିନିଟ୍ ପାଇଁ ବନ୍ଦ କରିଦିଆଯାଇଥିଲା।