ସରକାରଙ୍କ ବଡ଼ ଡିଜିଟାଲ ଷ୍ଟ୍ରାଇକ୍, AI ନାମରେ ଆଉ ଚଳିବନି ଠକେଇ, ନକଲୀ ଫଟୋ ଓ ଭିଡିଓ ଉପରେ ଲାଗିବ ଟ୍ୟାଗ୍

NEWS7
kerala-assembly-unanimously-passes-resolution-against-simultaneous-election-plan

ନୂଆଦିଲ୍ଲୀ ୧୧।୨: ଭାରତ ସରକାର ଆର୍ଟିଫିସିଆଲ ଇଣ୍ଚେଲିଜେନ୍ସୀ (ଏଆଇ) ଜେନେରେଟେଡ କଣ୍ଟେଣ୍ଟ ଓ ଡିପଫେକ କଣ୍ଟେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ ୩ ଘଣ୍ଟାରେ ହଟାଇବା ଜରୁରି କରାଯାଇଛି। ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଜେନେରେଟେଡ କଣ୍ଟେଣ୍ଟରେ କ୍ଲିୟର ଲେବୁଲ ଦେଖାଇବା ମଧ୍ୟ ଜରୁରି। ଏହା ଦ୍ୱାରା ୟୁଜର ଜାଣି ପାରିବେ ଏହି କଣ୍ଟେଣ୍ଟ ଅସଲି ନା ନକଲୀ।

ଏବେ ଏଆଇ ଆଧାରିତ ଡିପଫେକ୍ ଭିଡିଓ ଏବଂ ଅଡିଓ ଦ୍ରୁତ ଭାଇରାଲ ହେଉଥିବାର ଦେଖାଯାଉଛି। ଏପରି ଅଡିଓ ଏବଂ ଭିଡିଓରେ ଘଟଣାକୁ ଭୁଲ ଉପାୟରେ ପ୍ରଦର୍ଶିତ କରାଯାଉଛି। ଏଣୁ ଏହି ନିୟମ ଆଇଟି ନିୟମ ଟ୍ରାନ୍ସପରେନ୍ସୀ କୁ ପ୍ରୋତ୍ସାହିତ କରିବ। ନୂଆ ନିୟମ ୨୦ ଫେବୃଆରୀ ୨୦୨୬ରୁ ଲାଗୁ ହେବ। ଏହି ନିୟମକୁ ଫେସବୁକ୍, ୟୁଟ୍ୟୁବ ଓ ଇଂଷ୍ଟାଗ୍ରାମରେ ପାଳନ ହେବା ଜରୁରି । ନିୟମ ପାଳନ ନ ହେଲେ ଦଣ୍ଡ ଅଥବା ଆଇନଗତ ଉତ୍ତରଦାୟି ହେବାକୁ ପଡିବ। ଭାରତ ସରକାର ଇଣ୍ଟରମିଡିଆରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଇଥିକ୍ସ କୋଡ ୨୦୨୧ରେ ସଂଶୋଧନ କରିଛନ୍ତି।

ଏହି ନୂଆ ନିୟମକୁ ଏଆଇ ଜେନେରେଟେଡ କଣ୍ଟେଣ୍ଟ ଖାସ କରି ଡିପଫେକ ଭିଡିଓ, ଅଡିଓ ଏବଂ ନକଲୀ ଛବିର ତ୍ରୁଟିପୂର୍ଣ୍ଣ ବ୍ୟବହାର ରୋକିବା ଲାଗି ତିଆରି କରାଯାଇଛି। ଏବେ ଏଆଇ କଣ୍ଟେଣ୍ଟରେ କ୍ଲିୟର ଓ ପ୍ରମୁଖ ଲେବୁଲ ଦର୍ଶାଇବା ଅନିବାର୍ଯ୍ୟ ହେବ। ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିବାଦୀୟ ଛବି, ଭିଡିଓ ଅଥବା ଅଡିଓ କୁ ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ। ପୂର୍ବରୁ ଏଥି ପାଇଁ ୩୬ ଘଣ୍ଟା ସମୟ ଥିଲା। ସେହିପରି କଣ୍ଟେଣ୍ଟ ଏଆଇ ଦ୍ୱାରା ତିଆରି ଅଥବା ବଦଳାଯାଇଛି କି ବୋଲି ପ୍ଲାଟଫର୍ମ ୟୁଜରଙ୍କୁ ପଚାରିବ। ଯଦି ପୋଷ୍ଟ ଏଆଇ ଆଧାରିତ ତେବେ ଏହାକୁ କ୍ଲିୟରଲି ଲେବୁଲ କରିବାକୁ ପଡିବ।

ଏହା ବି ପଢନ୍ତୁ :-ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା