କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ଗିରଫ, ମିଳିଲାଣି ଲକ୍ଷାଧିକ ଟଙ୍କା ସହ ଶତାଧିକ ପ୍ଲଟ୍

Published By : Prameya-News7 Bureau | July 22, 2025 IST

କେନ୍ଦୁଝର ୨୨।୭: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରଯାଇଛି । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ଡିଏଫଓ ଙ୍କ ସରକାରୀ କ୍ବାର୍ଟର୍ସରୁ ୮ ଲକ୍ଷ ୫୦ ହଜାର ଟଙ୍କା ସହ ମିଳିଛି ଗୋଟିଏ ବନ୍ଧୁକ । 

ଡିଏଫ୍‌ଓ ବାବୁଙ୍କ ସମ୍ପତ୍ତି ଉଭା ଯେତେ ପୋତା ସେତେ । ଯେତେ ଖୋଲିଲେ ସେତେ ବାହାରୁଛି ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ରବିବାର ଠାରୁ ଭିଜିଲାନ୍ସ ଚଢାଉ ଜାରି ରଖିଛି । କେନ୍ଦୁଝର ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଆଦି ୭ଟି ସ୍ଥାନରେ ଯାଞ୍ଚ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ସରକାରୀ ବାସଭବନରୁ ବାହାରିଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହାସହ କ୍ବାର୍ଟରରୁ ଏକ ପିସ୍ତଲ ମଧ୍ୟ ଜବତ ହୋଇଛି । ଯାହାର କାଗଜ ପତ୍ର ଅଛି କି ନାହିଁ ସେ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ । ଏହାସହ ଡିଏଫ୍‌ଓ ବାବୁଙ୍କ ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ୍ ବୁକ୍ ଓ ଅନେକ କାଗଜପତ୍ର ଜବତ କରି ଭିଜିଲାନ୍ସ ଟିମ୍ । ଡିଏଫ୍‌ଓ ବାବୁଙ୍କର ୧୧୫ ପ୍ଲଟ୍, ୨୦୦ ଗ୍ରାମ୍‌ ସୁନା, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩ ଦିନ ହେଲାଣି କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରି କେନ୍ଦୁଝର ଆଣିଛି ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ଟିମ୍ । 

You Can Read:

ଦୀଘା ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ଭାସିଯାଇ ପର୍ଯ୍ୟଟକ ନିଖୋଜ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.