ଇଣ୍ଡିଗୋର ଅଚଳାବସ୍ଥା, ହସ୍ତସନ୍ତ ଯାତ୍ରୀ; ଟିକେଟ୍ ପାଇଁ ଭୁବନେଶ୍ଵରରେ ଦେବାକୁ ପଡ଼ୁଛି ୫ରୁ ୧୦ ଗୁଣା ଅଧିକ ଦାମ୍

NEWS7
keonjhar-farmers-in-tension-after-flood-situation

ଭୁବନେଶ୍ଵର: ଇଣ୍ଡିଗୋ ପାଇଁ ସମଗ୍ର ଦେଶରେ ବିମାନ କ୍ଷେତ୍ରରେ ଅଚଳାବସ୍ଥା ଜାରି ରହିଛି। ଏଥିରୁ ବାଦ୍ ପଡ଼ିନି ଭୁବନେଶ୍ଵର ବିମାନ ବନ୍ଦର। ଭୁବନେଶ୍ୱରରେ ଇଣ୍ଡିଗୋ ବିମାନ ଟିକେଟ କାଉଣ୍ଟର ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏମିତି କିଛି ଯାତ୍ରୀଙ୍କୁ ବିମାନ ବାତିଲ ପରେ ଗୋଟିଏ ଗୋଟିଏ ଟିକେଟ ପିଛା ପାଞ୍ଚ ଗୁଣା ଟଙ୍କା ଦେବାକୁ ପଡ଼ୁଛି। ଏବେ ଏହି ଆକାଶଛୁଆଁ ଟିକେଟ୍ ଦର ଯାତ୍ରୀଙ୍କୁ ବେଶ ବାଧୁଛି।

ହରପ୍ରିୟା ମହାପାତ୍ର ଓ ପ୍ରଶାନ୍ତ ମହାପାତ୍ର ନାମକ ଦୁହିଁ ଯାତ୍ରୀ ତାଙ୍କ ଦୁଇ ପୁଅଙ୍କ ସହ ଭୁବନେଶ୍ୱରରୁ ଅହମ୍ମଦାବାଦ ଯାଇଥାନ୍ତେ। ଗତ ୨୧ ତାରିଖରେ ଇଣ୍ଡିଗୋରେ ଟିକେଟ କାଟି ଥିଲେ। ସେତେବେଳେ ଜଣଙ୍କ ପିଛା ଯାତ୍ରୀଙ୍କ ୨୦ ହଜାର ଟଙ୍କା ଥିଲା । ବର୍ତ୍ତମାନ ଇଣ୍ଡିଗୋ ବାତିଲ ପରେ ଏଆର ଇଣ୍ଡିଆ ବିମାନରେ ଜଣଙ୍କ ପିଛା ୪୬ ହଜାର ଟଙ୍କା ଦାମ ରହିଛି । ଏସକେ ମିଶ୍ର ନାମକ ଯାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ମୁମ୍ବାଇ ଯାଇଥାନ୍ତେ । ଟିକେଟ୍ ୫ ହଜାର ଟଙ୍କାରେ କିଣିଥିଲେ। ହେଲେ ଇଣ୍ଡିଗୋ ବାତିଲ ପରେ ଏଆର ଇଣ୍ଡିଆ ବିମାନ ୪ ତାରିଖରେ ହୋଇଗଲା ୨୦ ହଜାର ଟଙ୍କା ।

ସେହିଭଳି ତଂଭିଶା ନାମକ ଯାତ୍ରୀ ଜଣଙ୍କ ଗତ ୪ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଟିକେଟ କାଟିଥିଲେ ୫ ହଜାର ଟଙ୍କାରେ। ହେଲେ ଅନ୍ୟ ବିମାନ ଗୁଡ଼ିକ ଅନଲାଇନରେ ଏଆର ଇଣ୍ଡିଆ ବିମାନ ଦେଖିବା ବେଳେ ୨୦ ହଜାର ଟଙ୍କା ଦାମ ରହିଛି । ସେମାନଙ୍କ ପାଇଁ ଚିନ୍ତା ବଢ଼ାଇଛି । ଭୁବନେଶ୍ଵରରୁ ଦୀପକ ନାମକ ଯାତ୍ରୀ ଜଣଙ୍କ ପୁନେ ଯିବାର ଥିଲା । ସେମାନେ ଗତ ୪ ତାରିଖରେ ଇଣ୍ଡିଗୋ ବିମାନରେ ୯ ହଜାର ଟଙ୍କାରେ ଟିକେଟ କିଣିଥିଲେ । ବାତିଲ ପରେ ଏଆର ଇଣ୍ଡିଆରେ ଯିବା ପାଇଁ ବର୍ତ୍ତମାନ ସେମାନଙ୍କୁ ଜଣକ ପିଛା ୩୬ ହଜାର ଟଙ୍କା ଦେବାକୁ ପଡ଼ୁଛି। ଏମିତି ବହୁ ସଂଖ୍ୟାରେ ଯାତ୍ରୀଙ୍କୁ ଏବେ ପାଞ୍ଚ ଗୁଣାରୁ ୧୦ ଗୁଣା ଅଧିକ ଦାମ ଦେଇ ଯାତ୍ରା କରିବାକୁ ପଡ଼ୁଛି।