LIVE TV

ପାରିବାରିକ ବିବାଦରୁ ସର୍ବନାଶ, ଘରେ କେହି ନଥିବା ବେଳେ ଝୁଲିପଡ଼ିଲେ ଯୁବକ

NEWS7
kendu-leaf-worker-on-stike-over-13-point-demand-in-athamallik

ବାଲିପାଟଣା ୨୪।୧୧ : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିରେ ଅଘଟଣ । ପାରିବାରିକ ବିବାଦରୁ ଯୁବକଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ସମୟରେ ଯୁବକ ଜଣଙ୍କ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାଁ ଚିକୁନ ବୋଲି ଜଣାପଡିଛି ।

୨୦୨୩ ମସିହାରେ ଚିକୁନ ବିବାହ କରିଥିଲେ । ତାଙ୍କର ଏକ ଦେଢ ବର୍ଷର ପୁଅ ମଧ୍ୟ ଅଛି । ପରିବାରରେ ଚିକୁନ ଏକମାତ୍ର ପୁଅ । କିଛି ଦିନ ତଳେ ଚିକୁନଙ୍କ ବାପା-ମାଆ ତୀର୍ଥ ଲାଗି ବାହାରକୁ ଯାଇଛନ୍ତି । ସୋମବାର ସକାଳୁ ବହୁ ସମୟ ଧରି କବାଟ ଖୋଲିନଥିଲେ । ଯାହାକୁ ସନ୍ଦେହ ପଡୋଶୀ ଲୋକ କବାଟ ବାଡେଇଥିଲେ । କିନ୍ତୁ ଘର ଭିତରୁ କୌଣସି ଉତ୍ତର ମିଳିନଥିଲା । ଶେଷରେ ବାଧ୍ୟ ହୋଇ ପଡୋଶୀ ଲୋକ କବାଟ ଭାଙ୍ଗିଥିଲେ । ତାପରେ ଯାହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଘରେ ଲାଗିଥିବା ଏକ ଫ୍ୟାନ୍ରେ ମହିଳାଙ୍କ ଲୁଗାରେ ଆତ୍ମହତ୍ୟା କରିଛନ୍ତି ଚିକୁନ୍ । ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର ସଠିକ୍ କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ ବିବାଦ ଲାଗି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅର ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଚିକୁନ୍ ଭୁବନେଶ୍ୱର ସ୍ଥିତ କୃଷ୍ଟି ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିଲେ ।