ବାଲିଯାତ୍ରା ୨୦୨୫
LIVE TV

ଅସୁଛି ବର୍ବାଦୀ! ଷ୍ଟକ୍ ମାର୍କେଟକୁ ନେଇ ଚେତାବନୀ ଦେଲେ ରବର୍ଟ କିୟୋସାକୀ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
kendrapara-mahakalapada-drowned-fisherman-rescued-safely-by-fire-brigade

ନୂଆଦିଲ୍ଲୀ ୧୦।୧୧: ‘ରିଚ୍ ଡ୍ୟାଡ୍ ଆଣ୍ଡ ପୁଅର ଡ୍ୟାଡ୍’ର ଲେଖକ ରବର୍ଟ କିୟୋସକୀ ଷ୍ଟକ୍ ମାର୍କେଟକୁ ନେଇ ଚେତାବନୀ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ବଜାରରେ ବଡ଼ ହ୍ରାସ ଦେଖାଯିବ ବୋଲି ଏକ ଚେତାବନୀ ଦେଇଛନ୍ତି। ତେବେ ସେ ଲେଖିଛନ୍ତି ଯେ ଏଥି ପାଇଁ ମୁଁ ବିଚଳିତ ହୋଇ ମୋ ସମ୍ପତ୍ତି ବିକ୍ରି କରି ଦେଉ ନାହିଁ, ବରଂ କ୍ରୟ କରୁଛି। ସେ ଏପରି ଚେତାବନୀ ଜାଲି ନୋଟ୍ କୁ ନେଇ ଦେଇଛନ୍ତି।

ରବର୍ଟ କିୟୋସକୀ ତାଙ୍କ ପୋଷ୍ଟରେ ସୁନା, ରୂପା ଓ ବିଟ କଏନ୍ ଆଦି ଲାଗି ଏକ ଟାର୍ଗେଟ୍ ପ୍ରାଇସ୍ ସେଟ୍ କରିଛନ୍ତି। ସେ ୨୦୨୬ ସୁଦ୍ଧା ସୁନା ଦର ୨୭,୦୦୦ ଡଲାର ଓ ବିଟ୍ କଏନ ମୂଲ୍ୟ ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଆମେରିକା ଟ୍ରେଜରୀ  ଓ ଫେଡେରାଲ ରିଜର୍ଭ ଉପରେ ନକଲୀ ଟଙ୍କା ଛାପିବାର ଆରୋପ ଲଗାଇଛନ୍ତି। କିୟୋସକୀ କହିଛନ୍ତି ଯେ ସୁନା ଓ ବିଟକଏନ ଉପରେ ତାଙ୍କର ଭରସା ‘ପଇସା ନିୟମ’ ଆଧାରିତ। ସେ ଲେଖିଛନ୍ତି ସୁନା ପାଇଁ ମୋର ଧାର୍ଯ୍ୟ ଲକ୍ଷ ୨୭,୦୦୦ ଡଲାର ଓ ଏହି ମୂଲ୍ୟ ମୋତେ ମୋ ବନ୍ଧୁ ଜିମ୍ ରିକର୍ଡସଙ୍କ ଠାରୁ ମିଳିଛି ଓ ମୋ ପାଖରେ ୨ଟି ସୁନା ଖଣି ମଧ୍ୟ ଅଛି।

ସେ  କହିଛନ୍ତି ଯେ ୧୯୭୧ ମସିହାରୁ ସୁନା କିଣି ଆସୁଛନ୍ତି। ଏହା ସେହି ବର୍ଷ ଯେଉଁ ବର୍ଷ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଆମେରିକୀୟ ଡଲାରରୁ ଗୋଲ୍ଡ ଷ୍ଟାଣ୍ଡାର୍ଡ ହଟାଇ ଦେଇଥିଲେ। କିୟୋସାକୀ କହିଛନ୍ତି ଯେ ନିକ୍ସନ ଗ୍ରେସମଙ୍କ ନିୟମ ଉଲ୍ଲଂଘନ କରିଥିଲେ, ଯାହା କୁହେ ସିଷ୍ଟମକୁ ନକଲୀ ପଇସା ଆସିଲେ ଅସଲି ପଇସା ଲୁଚି ଯାଏ। ଖାସ ଏଥି ପାଇଁ ମୂଲ୍ୟ ହ୍ରାସ ହେଉଥିଲେ ମଧ୍ୟ ମୁଁ ସୁନା, ରୂପା, ବିଟକଏନ ଓ ଇଥେରିୟମ କିଣି ଚାଲିଛି।  

କିୟୋସାକୀ ଅନ୍ୟ ସମ୍ପତ୍ତି ଲାଗି ମଧ୍ୟ ଏକ ବଡ଼ ଅନୁମାନ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ୨୦୨୬ ସୁଦ୍ଧା ରୂପା ୧୦୦ ଡଲାରକୁ ପହଞ୍ଚିଯିବ। ମୋ ପାଖରେ ରୂପା ଖଣି ଅଛି ଓ ମୁଁ ଜାଣିଛି ନୂଆ ରୂପା ଯୋଗାଣ କମୁଛି। ସେହିପରି ଏଥେରିୟମ ୬୦ ଡଲାର ପର୍ଯ୍ୟନ୍ତ ଯିବ। ଏହି ଅନୁମାନ ମୁଁ ଟମ ଲିଙ୍କ ଠାରୁ ପାଇଛି। କିୟୋସାକୀ ଆମେରିକୀୟ ନୀତି ନିର୍ମାତାଙ୍କ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ ଦୁର୍ଭାଗ୍ୟ ବସତଃ ଆମେରିକୀୟ ଟ୍ରେଜରୀ ଓ ଫେଡ ନିୟମ ଭାଙ୍ଗୁଛନ୍ତି। ସେ ତାଙ୍କ ବିଲ୍ ପୈଠ କରିବା ପାଇଁ ନକଲୀ ନୋଟ୍ ଛାପୁଛନ୍ତି। ମୁଁ ଓ ଆପଣ ଯାହା କରନ୍ତେ ଫେଡ ଓ ଟ୍ରେଜରୀ ତାହା କରୁଛନ୍ତି। ହୁଏତ ଏଥି ପାଇଁ ଆମକୁ ଜେଲ ଭୋଗିବାକୁ ପଡନ୍ତା।

ସେ କହିଛନ୍ତି ଯେ ଆଜି ଆମେରିକା ବିଶ୍ୱର ସବୁଠୁ ବଡ଼ ଋଣୀ ଦେଶ। ଏଣୁ ମୁଁ ଲଗାତର ସଞ୍ଚୟ କରୁଥିବା ଲୋକଙ୍କୁ କ୍ଷତିର ଚେତାବନୀ ଦେଉଛି। ତେବେ କିୟୋସାକୀ ପ୍ରଥମ ଥର ଏପରି ଚେତାବନୀ ଦେଉ ନାହାନ୍ତି। ସେ ପୂର୍ବରୁ ମଧ୍ୟ ଏପରି ଆର୍ଥିକ ସଂକଟ ନେଇ ଚେତାଇ ଆସୁଛନ୍ତି। ତେବେ ତାଙ୍କର ଏହି ତାଜା ପୋଷ୍ଟ ଫିଏଟ ମନି (ସରକାରୀ ମୁଦ୍ରା) ଉପରେ ଅବିଶ୍ୱାସ ଓ ଦୁର୍ଲଭ ସମ୍ପତ୍ତି ଉପରେ ବାଜି ଲଗାଇବାର ପୁରୁଣା ବିଚାରକୁ ଦର୍ଶାଉଛି। କିୟୋସକୀଙ୍କ ଲାଗି ସବୁ ହ୍ରାସ ବିଚଳିତ ହେବାର ସଂକେତ ନୁହେଁ, ତେବେ ଏହା କ୍ରୟ କରିବାର ଏକ ଅବସର ବୋଲି କହିଛନ୍ତି।