ଚାକିରି ନାଁରେ ଠକିଥିଲେ ୨୨ଲକ୍ଷ, କେନ୍ଦୁଝରର ଠକ ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ

NEWS7
kendrapara-district-magistrate-suspended-two-officers-for-negligence-

ଭୁବନେଶ୍ବର ୧୪।୨: ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ଠକ ମହିଳାଙ୍କୁ ଗିରଫ କଲା ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହି ଗାଁରୁ ମହିଳା ଗିରଫ । ଠକ ମହିଳାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଚାକିରି ଦେବା ନାଁରେ ଜଣେ ଆଶାୟୀ ପ୍ରାର୍ଥୀଙ୍କଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିଲେ ।

ଏ ଖବର ବି ପଢ଼ନ୍ତୁ:- ସିଗାରେଟ୍ ଯୋଗୁ ଅଢ଼େଇ ବର୍ଷ ପ୍ରେମରେ ଫାଟ, ଥାନାର ଦ୍ବାରସ୍ଥ ହେଲେ ଦମ୍ପତି

ସୂଚନାଯୋଗ୍ୟ ଯେ, ଚାକିରି ଦେବାକୁ କହି ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଖଣ୍ଡଗିରି ଥାନାରେ ଆଶାୟୀ ପ୍ରାର୍ଥୀ ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଚାକିରି ଦେବାକୁ କହି ଠକେଇ ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।  ଖଣ୍ଡଗିରି ପୋଲିସର ଏକ ଟିମ୍ କେନ୍ଦୁଝରରୁ ସଂପୃକ୍ତ ଠକ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଏ ଖବର ବି ପଢ଼ନ୍ତୁ:- ରାସ୍ତାକଡ଼ରୁ ମିଳିଲା ତୁଷାରଙ୍କ ରକ୍ତାକ୍ତ ମୃତଦେହ, କିଏ ଓ କାହିଁକି କଲା ହତ୍ୟା ?

ତେବେ ସଂପୃକ୍ତ ମହିଳା ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଠକ ମହିଳାଙ୍କୁ ଗିରଫ କରିଛି । ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ । ଏଥିରେ ଆଉ ସଂପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ ।​​​​​​​