ନୂଆଦିଲ୍ଲୀ ୨୫।୮: ଜେଲରେ ୩୦ ଦିନରୁ ଅଧିକ କାଳ ରହିଲେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଥବା ପ୍ରଧାନମନ୍ତ୍ରୀ ଚୌକି ଛଡାଇବା ସମ୍ପର୍କିତ ବିଧେୟକର ଚର୍ଚ୍ଚା ମଧ୍ୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସୋମବାର ୨ଟି ପ୍ରଶ୍ନ କରିଛନ୍ତି। ଅମିତ ଶାହ ନ୍ୟୁଜ ଏଜେନ୍ସୀକୁ ଦେଇଥିବା ସାକ୍ଷାତକାରରେ କେଜରିୱାଲ ଜେଲ ଯାଇ ମଧ୍ୟ ଇସ୍ତଫା ଦେଇ ନଥିଲେ । ଏଣୁ ଏହି ବିଧେୟକ ଆଣିବାର ଆବଶ୍ୟକତା ପଡିଲା ବୋଲି କହିଥିଲେ।
जो व्यक्ति गंभीर गुनाहों के मुज़रिमों को अपनी पार्टी में शामिल करके उनके सारे केस रफ़ा दफ़ा करके उन्हें मंत्री, उपमुख्यमंत्री या मुख्यमंत्री बना देता है, क्या ऐसे मंत्री/प्रधान मंत्री को भी अपना पद छोड़ना चाहिए? ऐसे व्यक्ति को कितने साल की जेल होनी चाहिए?
— Arvind Kejriwal (@ArvindKejriwal) August 25, 2025
अगर किसी पर झूठा केस… https://t.co/cK3kNZrY14
ଏଥିରେ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରିଛନ୍ତି ଓ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଗୁରୁତର ଅପରାଧର ଅପରାଧୀଙ୍କୁ ନିଜ ଦଳରେ ମିସାଇ ତାଙ୍କର ସବୁ କେସ୍ ରଫାଦଫା କରି ତାଙ୍କୁ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କରିଦେଉଛି ସେପରି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦ ଛାଡିବେକି? ଏପରି ବ୍ୟକ୍ତିଙ୍କୁ କେତେ ବର୍ଷ ଜେଲ ହେବା ଦରକାର? ଯଦି କାହାଉପରେ ମିଛ ମାମଲା ଲଗାଇ ତାଙ୍କୁ ଜେଲକୁ ପଠାଯାଏ ଓ ପରେ ସେ ଦୋଷ ମୁକ୍ତ ହୁଅନ୍ତି ତେବେ ଏପରି ମିଛ କେସ୍ ଲଗାଇଥିବା ମନ୍ତ୍ରୀଙ୍କୁ କେତେ ବର୍ଷ ଜେଲ ହେବା ଦରକାର?
ସେହିପରି ଅନ୍ୟ ଏକ ଟ୍ୱିଟରେ କେଜରିୱାଲ ଜେଲରେ ଥାଇ ଚଳାଇଥିବା ସରକାରର ତାରିଫ କରିଛନ୍ତି। କହିଛନ୍ତି ଲୋକେ ସେହି ସରକାରକୁ ଏବେ ମନେ ପକାଉଛନ୍ତି। କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯାଇଥିବା କେଜରିୱାଲ କହିଛନ୍ତି ଯେ ‘ରାଜନୈତିକ ଷଡ଼ଯନ୍ତ୍ର ଯୋଗୁ ମିଛ କେସରେ ଫସାଇ ଯେତେବେଳେ କେନ୍ଦ୍ର ମୋତେ ଜେଲ ପଠାଇଲା ମୁଁ ଜେଲରୁ ୧୬୦ ଦିନ ସରକାର ଚଳାଇଥିଲି’।
राजनीतिक षड्यंत्र के तहत झूठे केस में फँसाकर जब केंद्र ने मुझे जेल भेजा तो मैंने जेल से 160 दिन सरकार चलायी।
— Arvind Kejriwal (@ArvindKejriwal) August 25, 2025
पिछले सात महीनों में दिल्ली की बीजेपी सरकार ने दिल्ली का ऐसा हाल कर दिया है कि आज दिल्ली वाले उस जेल वाली सरकार को याद कर रहे हैं। कम से कम जेल वाली सरकार के वक्त बिजली…
ତେବେ ଗତ ୭ ମାସର ବିଜେପି ସରକାର ଦିଲ୍ଲୀର ଅବସ୍ଥା ଏପରି କରିଦେଇଛି ଯେ ଆଜି ଦିଲ୍ଲୀରେ ଲୋକେ ଜେଲରେ ଥିବା ସରକାରକୁ ମନେ ପକାଉଛନ୍ତି। ଅନୁନ୍ୟ ଜେଲରେ ଥିବା ସରକାର କାଳରେ ଦିଲ୍ଲୀରୁ ବିଦ୍ୟୁତ କଟୁନଥିଲା। ଲୋକଙ୍କ ଘରକୁ ନିୟମିତ ପାଣି ଆସୁଥିଲା, ହସ୍ପିଟାଲ ଓ ମହୋଲା କ୍ଲିନିକମାନଙ୍କରେ ଲୋକଙ୍କୁ ମାଗଣା ଚିକିତ୍ସା ଏବଂ ଔଷଧ ମିଳୁଥିଲା, ମାଗଣାରେ ଟେଷ୍ଟ ହେଉଥିଲା, ଗୋଟିଏ ବର୍ଷାରେ ଦିଲ୍ଲୀର ଅବସ୍ଥା ଏମିତି ହେଉ ନଥିଲା, ଦିଲ୍ଲୀରେ ପ୍ରାଇଭେଟ ସ୍କୁଲମାନଙ୍କ ମନମାନି ଓ ଗୁଣ୍ଡାଗର୍ଦ୍ଦି ଚଳୁ ନଥିଲା।