ନୂଆଦିଲ୍ଲୀ ୩୧।୦୭; ସୋନପ୍ରୟାଗ-ଗୌରୀକୁଣ୍ଡ ରାସ୍ତାରେ ଏକ ବଡ଼ ଭୂସ୍ଖଳନ ହୋଇଛି। ଯେଉଁଥିପାଇଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ମୁନକଟିଆଠାରୁ ପ୍ରାୟ ଦେଢ଼ କିଲୋମିଟର ଆଗକୁ ପାହାଡର ଏକ ବଡ଼ ଅଂଶ ଧସିଯିବାରୁ ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ୱରୁ ଯାତାୟାତ ବନ୍ଦ ହୋଇଯାଇଛି।
ତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ କେଦାରନାଥକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ । କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଛି । ଏହି ରାସ୍ତାରେ ବଡବଡ ପଥର ପଡିବା ସହ ଗୋଡି ବାଲି ଚରିଯାଇଥିବାରୁ ରାସ୍ତାରେ ଯାଇପାରୁନି ଗାଡିମୋଟର । ରାତି ହୋଇଥିବାରୁ ଜେସିବି ମେସିନରେ ପଥର, ବାଲି କାଢିବା ସମ୍ଭବ ହୋଇନାହିଁ । ପ୍ରାୟ ୫୦ରୁ ୭୦ ମିଟର ରାସ୍ତା ଧୋଇଯାଇଛି । ଫଳରେ ଉଭୟ ପଟରେ ଗାଡି ଅଟକି ରହିଛି । ବର୍ଷା ଲାଗି ରହିଥିବାରୁ ରାସ୍ତାସଫା କାମରେ ବାଧା ସୃଷ୍ଟି ହୋଇଛି ।
ରାସ୍ତାରେ ଫସି ରହିଥିବା ପ୍ରାୟ ୨ ହଜାର ୫ ଶହ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୧୩୦୦ ତୀର୍ଥଯାତ୍ରୀ ବାବା କେଦାରଙ୍କ ଦର୍ଶନ କରି ଫେରି ଆସିଥିଲେ।ଏନଡିଆରଏଫ ଓ ଏସଡିଆରଏଫ ମିଳିତ ପ୍ରୟାସରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ରାସ୍ତା ମରାମତି ଲାଗି ପ୍ରାୟ ୨ରୁ ୩ ଦିନ ଲାଗିବ ବୋଲି କୁହାଯାଇଛି । ତେଣୁ ଏହି ସମୟରେ ଯାତ୍ରୀଙ୍କ ଅସୁବିଧା ଦୃଷ୍ଟିରୁ ନଆସିବାକୁ ସଚେତନ କରାଯାଇଛି ।