LIVE TV

ଟ୍ରେନ୍‌ରେ କେବଳ ହଲାଲ୍ ମିଟ୍ କାହିଁକି ? ରେଳବାଇକୁ ଏନଏଚ୍ଆରସିର ନୋଟିସ୍‌

NEWS7
katrina-kaif-wished-salman-khan-birthday-wrote-special-message

ନୂଆଦିଲ୍ଲୀ: ଡକ୍ଟର ଆମ୍ବେଦକର ଜନକଲ୍ୟାଣ ସମିତିର ଅଭିଯୋଗ ଆଧାରରେ ଏନଏଚ୍ଆରସି ରେଳବାଇକୁ ଏକ ନୋଟିସ ଜାରି କରିଛି । ଟ୍ରେନ କେବଳ ହଲାଲ ମାଂସ ପରଷା ଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଉପରେ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରେଳବାଇକୁ କହିଛନ୍ତି ଜାତୀୟ ମାନବାଧିକାର କମିଶନ । ଜାତୀୟ ମାନବାଧିକାର କମିଶନ ମାନବାଧିକାର ଆଇନର ଧାରା ୧୨ ଅନୁଯାୟୀ ଭାରତୀୟ ରେଳବାଇକୁ ଏକ ନୋଟିସ ଜାରି କରିଛନ୍ତି । 

ରେଳବାଇ ଆମିଷ ଥାଳିରେ କେବଳ ହଲାଲ ପ୍ରକ୍ରିୟାକୃତ ମିଟ୍ ଦେଉଛି ବୋଲି ଅଭିଯୋଗ ହୋଇଛି । ଏହା ଦ୍ବାରା ହିନ୍ଦୁ, ଶିଖ୍ ଏବଂ ଅନୁସୂଚିତ ଜାତିର ଲୋକମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଅଭିଯୋଗକାରୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ସମିତର ଅଭିଯୋଗ ଅନୁସାରେ, ହିନ୍ଦୁ, ଶିଖ ଏବଂ ଅନୁସୂଚିତ ଜାତିର ଲୋକମାନେ ମଧ୍ୟ ମାଂସ ବିକ୍ରି କରୁଛନ୍ତି ।ଭାରତୀୟ ରେଳରେ କେବଳ ହଲାଲ ମିଟି୍ ଦିଆଗଲେ ସେମାନଙ୍କୁ ଏହି କ୍ଷେତ୍ରରେ ବ୍ୟବସାୟ କରିବାର ସୁଯୋଗ ମିଳି ପାରିବନାହିଁ ।

ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି, NHRC ଏହି ମାମଲାକୁ ବିଚାରକୁ ନେଇ ରେଳବାଇ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ନୋଟିସ ଜାରି କରିଛନ୍ତି । କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ, ରେଳବାଇ ଦୁଇ ସପ୍ତାହ ମଧ୍ୟରେ କମିଶନଙ୍କ ନିକଟରେ ଏକ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବ । ଯେଉଁଥିରେ ଏହି ମାମଲାରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ ରହିବ।

ପ୍ରକୃତରେ, ରେଳବାଇରେ କେବଳ ହଲାଲ ମାଂସ ପରଷା ଯିବା ସମ୍ପର୍କରେ ସାଧାରଣ ବିତର୍କ ଏବଂ ଅଭିଯୋଗ ସମୟ ସମୟରେ ସାମ୍ନାକୁ ଆସିଛି। ଏଥିପାଇଁ ବିଭିନ୍ନ କାରଣ ଏବଂ ଦାବି ଉପସ୍ଥାପନ କରାଯାଇଛି । କିନ୍ତୁ ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଆନୁଷ୍ଠାନିକ ଭାବରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଆସିଛି ।