ଫିଲ୍ମ ‘ନାଗଜିଲ୍ଲା’ରେ କାର୍ତ୍ତିକଙ୍କ ଡବଲ୍‌ ରୋଲ୍‌, ସେପ୍ଟେମ୍ଵରରୁ ଆରମ୍ଭ ହେବ ଫିଲ୍ମର ସୁଟିଂ

Published By : Prameya-News7 Bureau | April 13, 2025 IST

ମୁମ୍ଵାଇ ୧୩।୦୪; ହିନ୍ଦୀ ସିନେ ଦୁନିଆର ଅନ୍ୟତମ ସଫଳ ଯୁବ ଷ୍ଟାର୍‌ କାର୍ତ୍ତିକ ଆର‌୍ୟନ  ବକ୍ସ ଅଫିସ୍‌ରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅନୁରାଗ  ବାସୁଙ୍କ ସହ ଅପ୍‌କମିଙ୍ଗ ଫିଲ୍ମରେ ସେ ନଜର ଆସିବେ । ଏହା ପରେ  କରନ ଜୋହରଙ୍କ ପ୍ରଯୋଜିତ ‘ତୁ ମେରୀ ମେଁ ତେରା ମେଁ ତେରା ତୁ  ମେରୀ’ ଓ ‘ନାଗଜିଲ୍ଲା’ରେ ନଜର ଆସିବେ । 

ଫିଲ୍ମ ‘ନାଗଜିଲ୍ଲା’ରେ କାର୍ତ୍ତିକଙ୍କ ଡବଲ୍‌ ରୋଲ୍‌ ରହିବ ।  ମଣିଷ ଓ ସାପ ମଧ୍ୟରେ ସଂଘର୍ଷ ଉପରେ ଫିଲ୍ମଟି  ପର୍ଯ୍ୟବସିତ । ‘ଯୱାନ’ରେ ଶାହରୁଖ୍‌ଙ୍କ ଭଳି ଏହି  ଫିଲ୍ମରେ କାର୍ତ୍ତିକ ଉଭୟ ହିରୋ ଓ ଭିଲେନ୍‌  ଭୂମିକାରେ ନଜର ଆସିବେ । କିନ୍ତୁ କାହାଣୀରେ  ଏକ ଟ୍ୱିଷ୍ଟ୍‌ ରହିବ । ‘ନାଗଜିଲ୍ଲା’ ଜରିଆରେ   ନିର୍ଦ୍ଦେଶନା ଦୁନିଆରେ ଏଣ୍ଟ୍ରି କରିବେ   ମୃଗଦୀପ ସିଂହ ଲାମ୍ବା । ଫିଲ୍ମକୁ ବଡ଼   ବଜେଟ୍‌ରେ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶକ   ମୃଗଦୀପ ଓ ପ୍ରଯୋଜକ ମହାବୀର ଜୈନ  କରନ ଜୋହରଙ୍କ ସହ ସହଭାଗିତା  କରିଛନ୍ତି ।

‘ତୁ ମେରୀ ମେଁ ତେରା ମେଁ  ତେରା ତୁ ମେରୀ’ ଫିଲ୍ମର ସୁଟିଂ ଶେଷ  ହେବା ପରେ ‘ନାଗଜିଲ୍ଲା’ର ସୁଟିଂ ଆସନ୍ତା  ସେପ୍ଟେମ୍ବରରୁ ଆରମ୍ଭ ହେବ । ୨୦୨୬,  ଦ୍ୱିତୀୟାର୍ଦ୍ଧରେ ଫିଲ୍ମଟି ମୁକ୍ତିଲାଭ କରିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.