କେନ୍ଦ୍ର ନେତାଙ୍କ ସମେତ ୪୮ ନେତା ହନି ଟ୍ରାପର ଶିକାର ହୋଇଛନ୍ତି: କର୍ଣ୍ଣାଟକ ମନ୍ତ୍ରୀ

Published By : Prameya-News7 Bureau | March 20, 2025 IST

indiatoday

ନୂଆଦିଲ୍ଲୀ: କର୍ଣ୍ଣାଟକ କୋପରେଟିଭ ମନ୍ତ୍ରୀ କେଏନ୍ ରାଜନ୍ନା ବିଧାନସଭାରେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେ କହିଛନ୍ତି ଯେ କିଛି କେନ୍ଦ୍ରୀୟ ନେତାଙ୍କ ସମେତ ପାଖାପାଖି ୪୮ ଜଣ ନେତା ହନିଟ୍ରାପ୍‌ ଫସିଛନ୍ତି। ତେବେ ଏହି ପ୍ରସଙ୍ଗ କୌଣସି ଗୋଟିଏ ଦଳ ମଧ୍ୟରେ ସୀମିତ ନୁହେଁ, ଏଥିରେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ମାମଲା ଜଣାପଡ଼ିବ ବୋଲି ସେ ଦାବି କରିଛନ୍ତି।

ବିଧାନସଭାରେ ବକ୍ତବ୍ୟ ରଖିଲା ବେଳେ ସେ କହିଛନ୍ତି ଯେ ମୁଁ ଯେତେଦୂର ଜାଣିଛି, କେବଳ ଜଣେ କି ଦୁଇଜଣ ନୁହେଁ ପ୍ରାୟ ୪୮ ଜଣ ନେତା ଏହି ସିଡି ଏବଂ ପେନ୍ ଡ୍ରାଇଭର ଶିକାର ହୋଇଛନ୍ତି। ଏବଂ ଯେତେବେଳେ ମୁଁ 'ଜଣେ' କହୁଛି ମୁଁ କେବଳ ମୋ ପକ୍ଷର ଲୋକମାନଙ୍କୁ କହୁ ନାହିଁ। ସେମାନେ (ବିରୋଧୀ ଦଳକୁ ଇଙ୍ଗିତ କରି) ମଧ୍ୟ ଏଥିରେ ସାମିଲ ଅଛନ୍ତି।"

ରାଜନ୍ନା ବାଚସ୍ପତିଙ୍କୁ ସମ୍ବୋଧନ କରି କହିଛନ୍ତି ସମ୍ମାନୀୟ ବାଚସ୍ପତି ମହାଶୟ, କର୍ଣ୍ଣାଟକକୁ ସିଡି ଏବଂ ପେନ୍ ଡ୍ରାଇଭର କାରଖାନା ବୋଲି କୁହାଯାଏ । କେବଳ ମୁଁ ନୁହେଁ, ଅନେକ ଲୋକ କହୁଛନ୍ତି। ଏହା ଏକ ଗମ୍ଭୀର ଅଭିଯୋଗ। ଟୁମକୁରର ଦୁଇ ଜଣ ଶକ୍ତିଶାଳୀ ମନ୍ତ୍ରୀ ଏକ ହନି ଟ୍ରାପ୍‌ରେ ଜାଲରେ ଫସିଥିବା କୁହାଯାଉଛି। ଏବେ, ମୁଁ ତୁମକୁରୁର ଜଣେ ମନ୍ତ୍ରୀ, ଅନ୍ୟ ଜଣେ ହେଉଛନ୍ତି ଡକ୍ଟର ପରମେଶ୍ୱର। ସେ ଆହୁରି କହିଛନ୍ତି ଯେ ସେ ଗୃହମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ କରିବେ ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବେ।

ପଢନ୍ତୁ- ପାଣିି ପାଇଁ ରକ୍ତରଞ୍ଜିତ ହେଲା କେନ୍ଦ୍ରମନ୍ତ୍ରୀଙ୍କ ଘର, ଦୁଇ ଭଣଜାଙ୍କ ମଧ୍ୟରେ ଗୁଳିମାଡ଼

ଏହା ପଛର ନିର୍ମାତା କିଏ? ଏଥିରେ କେଉଁ ନିର୍ଦ୍ଦେଶକମାନେ ଜଡିତ? ସବୁକିଛି ବାହାରକୁ ଆସିବା ଉଚିତ ଓ ଲୋକମାନେ ଜାଣିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ରାଜନ୍ନାଙ୍କ ପୁଅ ଏମଏଲସି ରାଜେନ୍ଦ୍ର ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି କହିଛନ୍ତି ଯେ ଗତ ଛଅ ମାସ ଧରି ରାଜନେତାମାନଙ୍କୁ ଏଥିରେ ଫସାଇବାର ପ୍ରୟାସ କରାଯାଉଛି। କ୍ୟାବିନେଟ୍ ମନ୍ତ୍ରୀ ପୂର୍ବରୁ ଏକ ବିବୃତ୍ତି ଦେଇ ସାରିଛନ୍ତି ଯେ ତଦନ୍ତ କରାଯିବା ଉଚିତ। ମୁଁ ଭାବୁଛି ଗୃହମନ୍ତ୍ରୀ ଏହାର ତଦନ୍ତ କରିବେ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.