କେନ୍ଦ୍ର ମନ୍ତ୍ରୀଙ୍କୁ ‘କାଳିଆ କୁମାରସ୍ଵାମୀ’ କହିଲେ କର୍ଣ୍ଣାଟକ ମନ୍ତ୍ରୀ, ଜୋର ଧରିଲା ରାଜନୀତି

Published By : Prameya-News7 Bureau | November 11, 2024 IST

india today

ବେଙ୍ଗାଲୁରୁ: କର୍ଣ୍ଣାଟକର ମନ୍ତ୍ରୀ ତଥା କଂଗ୍ରେସ ନେତା ଜମୀର ଅହମ୍ମଦ କେ କେନ୍ଦ୍ରୀୟ ମନ୍ତ୍ରୀ ତଥା  ଜେଡିଏସ ନେତା ଏଚଡି କୁମାରସ୍ଵାମୀଙ୍କୁ ‘କାଳିଆ କୁମାରସ୍ଵାମୀ’ ସମ୍ବୋଧିତ କରି ନୂତନ ବିବାଦକୁ ଜନ୍ମ ଦେଇଛନ୍ତି। ଏହାକୁ ନେଇ ବିଜେପି କଂଗ୍ରେସକୁ ଶାଣିତ ଶବ୍ଦରେ ସମାଲୋଚନା କରିଛି। ରବିବାର ଚନ୍ନାପାଟନାରେ ରାଲିକୁ ସମ୍ବୋଧିତ କରି  ଜମୀର ଅହମ୍ମଦ ଖାଁ କହିଥିଲେ, ବିଜେପିଠୁ ଆହୁରି ବିପଜ୍ଜନକ ହେଉଛନ୍ତି କାଳିଆ ସ୍ଵାମୀ।

ଖାନ କହିଛନ୍ତି,  କଂଗ୍ରେସରେ କିଛି ମତଭେଦ କାରଣରୁ ସିପି ଯୋଗେଶ୍ଵର ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ତାଙ୍କର ବିଜେପିରେ ସାମିଲ ହେବ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଯୋଗେଶ୍ଵର ଜେଡିଏସରେ ମିଶିବାକୁ ପ୍ରସ୍ତୁତ ନ ଥିଲେ , କାରଣ ‘କାଳିଆ କୁମାରସ୍ଵାମୀ’ ବିଜେପି ଅପେକ୍ଷା ଅଧିକ ଘାତକ ଥିଲେ। ଆଉ ଯୋଗେଶ୍ଵରଙ୍କ ଘରକୁ ପ୍ରତ୍ୟାବର୍ତ୍ତନ ଘଟିଛି।  ଯୋଗେଶ୍ଵର ଚନ୍ନପଟନା ଉପ ନିର୍ବାଚନ ପୂର୍ବରୁ ବିଜେପିରୁ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି। 

Also read: କେତେବେଳେ ବି ଭାଙ୍ଗିଯାଇପାରେ ବିଜେପି ସରକାର, ବିଜେଡି ବଡ ଷ୍ଟ୍ରାଟେଜି କରିଛି : ମଙ୍ଗୁ ଖିଲ

ତେବେ ଜମୀର ଅହମ୍ମଦଙ୍କ ଏହି  ଟିପ୍ପଣୀକୁ ଜେଡିଏସ ଓ ବିଜେପି ଦୃଢ ନିନ୍ଦା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ମୁଁ କଂଗ୍ରେସ ମନ୍ତ୍ରୀ ଜମୀର ଅହମ୍ମଦ ଦ୍ଵାରା କେନ୍ଦ୍ର ମନ୍ତ୍ରୀ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ  କୁମାରସ୍ଵାମୀଙ୍କୁ ‘କାଳିଆ କୁମାରସ୍ଵାମୀ’ କହିବାକୁ ଦୃଢ ନିନ୍ଦା କରୁଛି। ଏହା କୁମାରସ୍ଵାମୀଙ୍କ ପ୍ରତି ବର୍ଣ୍ଣବୈଷ୍ଣମ୍ୟ ଟିପ୍ପଣୀ। ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ମଧ୍ୟ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ, ଉତ୍ତର ପୂର୍ବ ଲୋକଙ୍କୁ ଚୀନ, ଉତ୍ତର ଭାରତୀୟଙ୍କୁ ଆରବୀୟ ବୋଲି ଦର୍ଶାଇଥିଲେ। 

ଅନ୍ୟପଟେ ବିଜେପିର ମୁଖପାତ୍ର ଶେହଜାଦ ପୁନାଓ୍ଵାଲା କହିଛନ୍ତି, କଂଗ୍ରେସ ମନ୍ତ୍ରୀ ଜମୀର ଅହମ୍ମଦ ଏଚଡି କୁମାରସ୍ଵାମୀଙ୍କୁ କାଳିଆ ବୋଲି କହିଛନ୍ତି।  କଂଗ୍ରେସ   ହେଉଛି ଘୃଣାର ଦୋକାନ। ଏହି ଦଳ ଜାତି ଆଧାରରେ ଲୋକଙ୍କୁ ବାଣ୍ଟିବାକୁ ଚେଷ୍ଟା କରି ଆସିଛି। ଏବେ ବି ସାମ ପିଟ୍ରୋଡାଙ୍କ ପରି ତାଙ୍କ ଦଳ ଏବେ ବି ବର୍ଣ୍ଣବୈଷ୍ଣମ୍ୟକୁ ପ୍ରୋତ୍ସାହନ ଦେଉଛି। ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ କହିବାରୁ ତାଙ୍କୁ ଦଳରେ ପ୍ରମୋସନ ମିଳିଲା। ଏବେ ରାହୁଲ ଗାନ୍ଧୀ ଜମୀରଙ୍କୁ ମଧ୍ୟ ପଦୋନ୍ନତି ଦେବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.