News7 Logo

ସଞ୍ଜୟ କପୁର ସଂପତ୍ତି ବିବାଦ : ହାଇକୋର୍ଟରେ ଅପିଲ କଲେ କରିସ୍ମାଙ୍କ ପିଲାମାନେ, ପ୍ରିୟା କପୁର କରିଛନ୍ତି ଠକେଇ !

NEWS7
Karisma Kapoor's kids

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ମୃତ୍ୟୁ ପରେ ତାଙ୍କର ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ପ୍ରଥମେ ସଞ୍ଜୟଙ୍କ ମାଆ ଓ ତାଙ୍କର ପତ୍ନୀ ପ୍ରିୟା କପୁରଙ୍କ ବିବାଦ ଖବର ସାମ୍ନା ଆସିଥିଲା, କିନ୍ତୁ ଏବେ କରିସ୍ମା ଓ ସଞ୍ଜୟଙ୍କ ପିଲା ସମାୟରା ଓ କିଆନ ମଧ୍ୟ ଏଥିରେ ଲମ୍ଫ ପ୍ରଦାନ କରିଛନ୍ତି। ଉଭୟ ପିଲା ପ୍ରିୟା କପୁରଙ୍କ ଉପରେ ଠକେଇ ଅଭିଯୋଗ କରିଛନ୍ତି ଏବଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କର କହିବା ହେଲା ଯେ, ୨୧ ମାର୍ଚ୍ଚ ୨୦୨୫ ରେ ଯେଉଁ ଇଚ୍ଛା ପତ୍ର ଦେଖାଯାଉଛି , ତାହା ନକଲି ଓ ଫେକ୍‌।

ସଞ୍ଜୟ କପୁରଙ୍କର ସଂପତ୍ତିକୁ ନେଇ ଚାଲିଥିବା ବିବାଦରେ ଏବେ କରିସ୍ମା କପୁରଙ୍କ ଉଭୟ ପିଲା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଏକ ସିଭିଲ କେସ୍ ଦାଏର କରିଛନ୍ତି। ଏହି ମାମଲାରେ ସେ ପିତାଙ୍କ ସଂପତ୍ତିର ବଣ୍ଟନ , ହିସାହ କିତାବ ଦେଖାଇବା ଓ ଏହାକୁ ବ୍ୟବହାର ଉପରେ ସ୍ଥାୟୀ ରୋକ୍‌ ଲଗେଇବାକୁ ଦାବି କରିଛନ୍ତି।

Actor Karisma Kapoor at the last rites of ex-husband Sunjay Kapur at Dayanand Muktidham Cremation Ground, Lodhi Road, in New Delhi, in June 2025.(PTI File)

ଆବେଦନରେ କୁହାଯାଇଛି ଯେ, ଜଣେ ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ, ତାଙ୍କୁ ତାଙ୍କର ପିତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ଜିନିଷର ସେୟାର ମିଳିବା ଉଚିତ। ପିଲାମାନେ ଅଭିଯୋଗ କରିଛନ୍ତି ଯେ,  ପ୍ରିୟା କପୁର ( ସଞ୍ଜୟ କପୁରଙ୍କ ପତ୍ନୀ) ଅନେକ ତଥ୍ୟ ଲୁଚାଇଛନ୍ତି। ସେ ଜରୁରୀ କାଗଜପତ୍ର ସେୟାର କରିବାକୁ ମନା କରି ଦେଇଛନ୍ତି ଏବଂ ସନ୍ଦେହ ଯେ, ସେ ସମ୍ପତ୍ତିକୁ ବିକ୍ରି କରିବା ବା ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି।

ହାଇକୋର୍ଟକୁ ଗଲେ କରିସ୍ମାଙ୍କ ପିଲା – ସଞ୍ଜୟ କପୁରଙ୍କର ସଂପତ୍ତିକୁ ନେଇ କରିସ୍ମା କପୁରଙ୍କ ପିଲାମାନେ ଦିଲ୍ଲୀ ହାଇକୋର୍ଟରେ ଯେଉଁ ପିଟିସନ ଦାଏର କରିଛନ୍ତି , ଏଥିରେ ଅନେକ ଗୁରୁତର ଅଭିଯୋଗ ଲଗାଯାଇଛି। ପିଲାମାନେ କୋର୍ଟଙ୍କୁ ଦାବି କରିଛନ୍ତି ଯେ, ପ୍ରିୟା କପୁରଙ୍କୁ ଶପଥ ନେଇ ଏହା କହିବାକୁ ଆଦେଶ ଦିଆଯାଉ କି , ପିତାଙ୍କ ମୃତ୍ୟୁର ସମୟ , ତାଙ୍କ ସଂପତ୍ତିର ବାସ୍ତବ ସ୍ଥିତି କଣ ଥିଲା। ଏହାସହ ପରେ ସେ ଏହା ଉପରେ କଣ ପଦକ୍ଷେପ ନେଇଛନ୍ତି।

ଏହି ମାମଲାରେ ସବୁଠୁ ବଡ଼ ବିବାଦ ୨୧ ମାର୍ଚ୍ଚ ୨୦୨୫ର ଇଚ୍ଛାପତ୍ରକୁ ନେଇ ହୋଇଛି। ପିଲାମାନେ କୁହନ୍ତି ଯେ, ଏହି ଇଚ୍ଛାପତ୍ର 'ସନ୍ଦେହଜନକ'। ଅଭିଯୋଗ କରିଛନ୍ତି ଯେ, ତାଙ୍କ ପିତାଙ୍କ ମୃତ୍ୟୁ ପରେ ସପ୍ତାହେ ପର୍ଯ୍ୟନ୍ତ ପ୍ରିୟା ସେମାନଙ୍କୁ ଏବଂ କରିସ୍ମାଙ୍କୁ କହି ଚାଲିଥିଲେ ଯେ କୌଣସି ଇଚ୍ଛାପତ୍ର ନାହିଁ। କହିଥିଲେ ଯେ, ସମ୍ପୂର୍ଣ୍ଣ ସମ୍ପତ୍ତି ଆରକେ ପରିବାର ଟ୍ରଷ୍ଟରେ ଅନ୍ତର୍ଭୁକ୍ତ। କିନ୍ତୁ ହଠାତ୍ ସାତ ସପ୍ତାହ ପରେ ତାଙ୍କୁ କୁହାଗଲା ଯେ, ଏକ ଶେଷ ଇଚ୍ଛାପତ୍ର ଅଛି।

ଆବେଦନରେ କୁହାଯାଇଛି ଯେ, ଏହି ଇଚ୍ଛାପତ୍ରକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବା ପରେ , ଯେଉଁ ରହସ୍ୟମୟ ଭାବେ ସାମ୍ନାକୁ ଆସିଥିଲା, ତାହା ଏହାର ସତ୍ୟତା ଉପରେ ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି। ପିଲାମାନେ କୁହନ୍ତି ଯେ, ଛାଡପତ୍ର ସତ୍ତ୍ୱେ, ପିତା ସର୍ବଦା ସେମାନଙ୍କୁ ସମାନ ଆଦର ଓ ଯତ୍ନ କରୁଥିଲେ , ତେଣୁ ଏହା ଭାବିବା ଅସମ୍ଭବ ଯେ, ସେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥାନ୍ତେ।

ପିଲାମାନେ ଅଭିଯୋଗ କରିଛନ୍ତି ଯେ, ଇଂଲଣ୍ଡରେ ପ୍ରିୟା କପୁର ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, କୌଣସି ଇଚ୍ଛାପତ୍ର ନାହିଁ। କେବଳ ଆରକେ ପରିବାର ଟ୍ରଷ୍ଟ ସହ ଜଡିତ ଫାଇଲିଂ ଅଛି। ସେ ଟ୍ରଷ୍ଟର ହିତାଧିକାରୀ ଭାବରେ ୨୫ ଜୁଲାଇ ୨୦୨୫ ରେ ସୋନା କମଷ୍ଟାରର AGMକୁ ମଧ୍ୟ ନିମନ୍ତ୍ରଣ କରିଥିଲେ, କିନ୍ତୁ ତାପରେ ହଠାତ୍ ବିନା କାରଣରେ ହଠାତ୍‌ ମନା କରିଦେଲେ ଯେ, ତାଙ୍କର ଉପସ୍ଥିତି ଆବଶ୍ୟକ ନାହିଁ

କିଛି ସପ୍ତାହ ପରେ, ପ୍ରିୟା କପୁର ଏକ ବୈଠକ ଡାକି ଥିଲେ, ଯେଉଁଠାରେ ପ୍ରତିବାଦୀ (ଡିଫେଣ୍ଡେଣ୍ଟ) ନମ୍ବର ୪ ଅର୍ଥାତ୍‌ କଥିତ ଏକଜିକ୍ୟୁଟିଭ୍‌ ଦୂରରୁ ଏକ ଦଲିଲ ଦେଖାଇ କହିଥିଲେ ଯେ, ଏହା ସଞ୍ଜୟ କପୁରଙ୍କ ଇଚ୍ଛାପତ୍ର।  ଦାବି କରାଯାଇଥିଲା ଯେ, ସେ ଏହା ବିଷୟରେ ଗୋଟିଏ ଦିନ ପୂର୍ବରୁ (ଜୁଲାଇ ୨୯, ୨୦୨୫ ରେ) ଦୁଇଜଣ ସାକ୍ଷୀ - ଦିନେଶ ଅଗ୍ରୱାଲ ଏବଂ ନୀତିନ ଶର୍ମା (ଯେଉଁମାନେ ପ୍ରିୟା କପୁରଙ୍କ ନିକଟତର)ଙ୍କଠାରୁ ଜାଣି ଥିଲେ। ସେହି ସମୟରେ, ତରବରରେ କିଛି ଅଂଶ ପଢ଼ି ଶୁଣାଯାଇ ଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରିୟା କପୁରଙ୍କୁ ଦିଆ ଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଦଲିଲ ଦେଖାଯାଇ ନାହିଁ କି ଏହାର କପି ଦିଆଯାଇ ନାହିଁ

୨୬ ଅଗଷ୍ଟ ୨୦୨୫ରେ ଏକଜୁକ୍ୟୁଟର ପିଲାଙ୍କୁ ଇମେଲ ପଠାଇ ଆଉଥରେ କହିଥିଲେ ଯେ, ଇଚ୍ଛାପତ୍ରର କପି ଦିଆଯାଇ ପାରିବ ନାହିଁ , କାରଣ ଏହା ବ୍ୟକ୍ତିଗତ ଡକ୍ୟୁମେଣ୍ଟ, କାରଣ ସେ ଏଥିରେ ହିତାଧିକାରୀ ନୁହଁନ୍ତି । କେବଳ ଗୋପନୀୟତାର ଘୋଷଣାରେ ଦସ୍ତଖତ କରିବା ପରେ ହିଁ ତାଙ୍କୁ ଦେଖିବାକୁ ଅନୁମତି ଦିଆଯାଇ ପାରେ।

ଅନ୍ୟପଟେ ସମାୟରା ଓ କିଆନ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଇଚ୍ଛପତ୍ର ଅସଲି ଥିଲା , ତେବେ ପ୍ରିୟା କପୁରଙ୍କର ଏତେ ନିକଟତର ଦୁଇ ଜଣ ସାକ୍ଷୀ ଏହାକୁ ସାତ ସପ୍ତାହ ଯାଏ କାହିଁକି ଲୁଚାଇଲେ ? ପୂରା ଘଟଣାକ୍ରମ ଭାବିଚିନ୍ତି ଷଡ଼ଯନ୍ତ୍ର ରଚା ଯାଇଥିବା ସେମାନେ କହିଛନ୍ତି। ମାମଲାଟି ଏବେ ଦିଲ୍ଲା କୋର୍ଟରେ ଚାଲିଛି।