LIVE TV
LIVE TV

ଏବେ ପଶ୍ଚିମବଙ୍ଗ ପାଇଁ ପ୍ରସ୍ତୁତ ରୁହ: ବିହାର ବିଜୟ ପରେ ଦଳୀୟ କର୍ମୀଙ୍କୁ ଅମିତ ଶାହଙ୍କ ଗୁରୁମନ୍ତ୍ର

NEWS7
karan-johar-rani-mukerji-will-attained-australian-parliament

ନୂଆଦିଲ୍ଲୀ:ଅହଂକାରୀ ହୁଅ ନାହିଁ। ବିହାର ରେଜଲ୍ଟ ଏକ ସାମୂହିକ ବିଜୟ। ବିହାର ପରେ ଏବେ ପଶ୍ଚିମବଙ୍ଗ ପାଇଁ ପ୍ରସ୍ତୁତ ରୁହ। ନିଜର କର୍ମୀ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟକୁ "ଦେଶରୁ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କ ସଂକଳ୍ପର ବିଜୟ" ବୋଲି ବର୍ଣ୍ଣନା କରିଛନ୍ତି ଶାହ। ଏହି ଅବସରରେ ସେ ବିଜେପି କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ନିର୍ବାଚନ ଲକ୍ଷ୍ୟ ସ୍ଥିର କରିଛନ୍ତି। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଆଗାମୀ ନିର୍ବାଚନ ପାଇଁ ତୁରନ୍ତ ପ୍ରସ୍ତୁତି ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।

ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ବାସଭବନରେ ଆୟୋଜିତ ଏକ ନୈଶଭୋଜନ ବୈଠକରେ ଅମିତ ଶାହ ବିହାର ନିର୍ବାଚନ ପ୍ରଚାରରେ ସାମିଲ ଥିବା ବିଭିନ୍ନ ରାଜ୍ୟର ଦଳୀୟ ସଦସ୍ୟମାନଙ୍କୁ ସମ୍ମାନିତ କରିଛନ୍ତି। ସେ ଏହି ବିଜୟକୁ NDAର ଏକତା ଏବଂ ଦୃଢ଼ ସଂକଳ୍ପକୁ ଶ୍ରେୟ ଦେଇଛନ୍ତି।

ସୂତ୍ର ଅନୁସାରେ, ଶାହ JDU ସଦସ୍ୟମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଲୋକମାନେ "ମୋଦୀ-ନୀତୀଶ ଯୋଡ଼ି" ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି। ସେ ଜୋର ଦେଇଛନ୍ତି ଯେ ସମସ୍ତ ପାଞ୍ଚ NDA ସହଯୋଗୀ "ପାଞ୍ଚ ପାଣ୍ଡବ" ପରି ଏକ ହୋଇ ନିର୍ବାଚନ ଲଢ଼ିଥିଲେ। ଅମିତ ଶାହ କହିଛନ୍ତି ଯେ ବିହାର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ପ୍ରେମ ଏବଂ ବିଶ୍ୱାସର ସବୁଠାରୁ ବଡ଼ ପ୍ରମାଣ।

ଦଳ କର୍ମୀଙ୍କୁ ସମ୍ବୋଧିତ କରି ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ମିଶନ ବନ୍ଦ ହେବ ନାହିଁ। ସେ କହିଛନ୍ତି ଯେ ଦଳୀୟ କର୍ମୀମାନେ ବଙ୍ଗ ଏବଂ ତାମିଲନାଡୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ଉଚିତ। ସେ ନିର୍ବାଚନ ପ୍ରଚାରରେ ସାମିଲ ଥିବା ଅନ୍ୟ ରାଜ୍ୟର ଦଳୀୟ ସଦସ୍ୟମାନଙ୍କୁ କ୍ରେଡିଟ୍ ପାଇଁ ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦେଇଥିଲେ। କାରଣ କ୍ରେଡିଟ୍ ପାଇବାର ପ୍ରକୃତ ଅଧିକାର ବିହାର ୟୁନିଟ୍ ପାଖରେ ଅଛି। ଯାହା ନିଜ କଠିନ ପରିଶ୍ରମ ମାଧ୍ୟମରେ ଏହି ଫଳାଫଳଗୁଡ଼ିକୁ ଐତିହାସିକ କରିଛି।