LIVE TV

‘କାନ୍ତାରା ଚ୍ୟାପ୍ଟର - ୧’ର ଧମାକା : ଦୁଇ ଦିନରେ ପାଖାପାଖି ୧୦୦ କୋଟି ଟଙ୍କାର କଲା ଆୟ

NEWS7
Kantara Chapter 1

ମୁମ୍ୱାଇ : ‘କାନ୍ତାରା : ଚ୍ୟାପ୍ଟର-୧’ ଚଳିତ ବର୍ଷର ସବୁଠୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇ ପାରିଛି। ରିଷଭ ଶେଟ୍ଟୀଙ୍କର ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ରିଲିଜ ହେବାକୁ କେବଳ ଦୁଇ ଦିନ ବିତିଛି ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ୍ସ ଭାଙ୍ଗି ଦେଇଛି। କେବଳ ଏତିକି ନୁହେଁ, ଆୟ ମାମଲାରେ ମଧ୍ୟ ଏହି ଫିଲ୍ମ ୨୦୨୫ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ଗୁଡ଼ିକୁ ପଛରେ ପକାଇ ଦେଇଛି।

୨ ଅକ୍ଟୋବର ୨୦୨୫ ରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ୬୧.୮୫ କୋଟି ଟଙ୍କାର ଧମାକାଦାର ବ୍ୟବସାୟ କରିଥିଲା। Sacnilk ମୁତାବିକ , ଏଥିରେ କନ୍ନଡରୁ ୧୯.୬ କୋଟି , ତେଲୁଗୁରୁ ୧୩ କୋଟି , ହିନ୍ଦୀରୁ ୧୮.୫ କୋଟି , ତାମିଲରୁ ୫.୫ କୋଟି ଓ ମଲୟାଲମ୍‌ରୁ ୫.୨୫ କୋଟି ଟଙ୍କାର ବ୍ୟବସାୟ କରିଛି। ଦ୍ୱିତୀୟ ଦିନର କଥା ଯଦି କହିବା ତ ସନ୍ଧ୍ୟା ୭ଟା ସୁଦ୍ଧା ଏହି ଫିଲ୍ମ ୨୭.୩୧ କୋଟି ଟଙ୍କାର ବ୍ୟବସାୟ କରି ସାରିଛି।

ଦୁଇ ଦିନରେ ହିଁ କାନ୍ତାରା : ଚ୍ୟାପ୍ଟର-୧ ୮୯.୧୬ କୋଟି ଟଙ୍କାର ଆୟ କରି ସାରିଛି। ୨୦୨୫ ମସିହାରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ମଧ୍ୟରେ ଏହାର ତୁଳନା କରିବା ତ ଏହା ସମସ୍ତଙ୍କୁ ପଛରେ ପକାଇ ଦେଇଛି। ୨୦୨୫ ମସିହାର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ‘ ଛାଭା’ ପ୍ରଥମ ଦୁଇ ଦିନରେ କେବଳ ୭୨.୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

୧-୩ୟ ସବୁଠୁ ବଡ଼ ଓପନର – ୨୦୨୫ରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ଏହା ୩ୟ ସବୁଠୁ ବଡ଼ ଓପନିଂ। ରଜନୀକାନ୍ତଙ୍କ କୁଲି ଓ ପବନ କଲ୍ୟାଣଙ୍କର ‘ଦେ କଲ୍‌ ହିମ୍‌ ଓଜି’ ପରେ ଏହି ଫିଲ୍ମ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଛି।

୨ – ପ୍ରତି ଭାଷାରେ ମିଳିଲା ଆକର୍ଷଣୀୟ ରେସପନ୍ସ –

ଏହି ଫିଲ୍ମ ପ୍ୟାନ୍‌ ଇଣ୍ଡିଆ ଏବଂ ପାଞ୍ଚଟି ଭାଷାରେ ରିଲିଜ ହୋଇଛି। ପ୍ରତି ଭାଷାରେ ଏହି ଫିଲ୍ମକୁ ସୁନ୍ଦର ରେସପନ୍ସ ମିଳିଛି। ହିନ୍ଦି ଓ କନ୍ନଡରେ ଏହାର ରେସପନ୍ସ ଖୁବ୍‌ ଅଧିକ ଦେଖିବାକୁ ମିଳିଛି, ଯେବେକି ତେଲୁଗୁ ,ତାମିଲ ଓ ମଲୟାଲମ୍‌ରେ ମଧ୍ୟ ଭଲ ବ୍ୟବସାୟ କରିଛି।

୩ - ବଲିଉଡ୍‌ର ବଡ଼ ଫିଲ୍ମକୁ ଟକ୍କର –

ହିନ୍ଦୀ ବକ୍ସ ଅଫିସରେ ‘କାନ୍ତାରା : ଚ୍ୟାପ୍ଟର-୧ ’ ଅମିର ଖାନ, ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମକୁ ପଛରେ ପକାଇ ଦେଇଛି।

ବକ୍ସ ଅଫିସ ରାକିଂ ୨୦୨୫ (ଓପନିଂ ଡେ କଲେକ୍ସନ) –

୧-କୁଲି (ରଜନୀକାନ୍ତ)- ୬୫ କୋଟି ଟଙ୍କା

୨- ଦେ କଲ୍‌ ହିମ୍‌ ଓଜି ( ପବନ କଲ୍ୟାଣ) - ୬୩.୭୫ କୋଟି ଟଙ୍କା

୩ –କାନ୍ତାରା : ଚ୍ୟାପ୍ଟର-୧ – ୬୧.୮୫ କୋଟି ଟଙ୍କା