ବିନିକା: ସହ ସହ ବର୍ଷର ପୂର୍ବ ପରମ୍ପରା ରୀତି ନୀତିକୁ ବଜାୟ ରଖି କୃଷ୍ଣ ବଳରାମଙ୍କ ଜନ୍ମ ଦିନ ଠାରୁ ଆରମ୍ଭ କରି ଲୀଳା ଖେଳା ପର୍ଯ୍ୟନ୍ତ ଚାଲିଥାଏ ଗୋକୁଳାଷ୍ଟମୀ ଯାତ୍ରା l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଗୋକୁଳାଷ୍ଟମୀ ଯାତ୍ରା ମହୋତ୍ସବ ପାଇଁ ହେବାକୁ ଥିବା କଂସ ଦରବାରର ବୁଧବାର କଂସ ବରଣ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି ।
ଆସନ୍ତା ଡିସେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କଂସ ଦରବାର ମହୋତ୍ସବ ପାଳନ ହେବ । ଗ୍ରାମର ଇଷ୍ଟ ଦେବଦେବୀଙ୍କ ପାଖରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ବିନିକା ବ୍ଲକ ଅନ୍ତର୍ଡା ଗ୍ରାମର ଗୋପାଲ ପଣ୍ଡାଙ୍କୁ କଂସ ବରଣ କରଯାଇଥିଲା l
ପ୍ରଥମେ ଫୁଲମୁଠି ଗ୍ରାମରୁ ସହେରୁ ଉର୍ଦ୍ଧ୍ବ ଏକ ବାଇକରେ କମିଟିର ସଦସ୍ୟମାନେ ଶୋଭାଯାତ୍ରାରେ ଯାଇ ଅନ୍ତର୍ଡା ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଥିଲେ l ଅନ୍ତର୍ଡା ଗାଁ ମୁଣ୍ଡରୁ ବାଦ୍ୟ ଯନ୍ତ୍ର ଦ୍ବାରା ଗ୍ରାମରେ ପରିକ୍ରମା କରି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ପୂଜାର୍ଚ୍ଚନା କରି କଂସ ମହାରାଜ ଗୋପାଲ ପଣ୍ଡାଙ୍କୁ କମିଟି ପକ୍ଷରୁ ବରଣ କରାଯାଇଥିଲା l