କାହ୍ନାକୁଣ୍ଡରେ ଛାତ୍ର ନିଖୋଜ, ଗାଧୋଇବା ବେଳେ ଭାସିଗଲେ

NEWS7
kannada-film-industry-will-ban-sonu-nigam

ସୁନ୍ଦରଗଡ଼: ସଂପ୍ରତି ରାଜ୍ୟରେ ପିକନିକ୍ ଋତୁ ଜମିଛି। ବିଭିନ୍ନ ଜଳପ୍ରପାତ, ପର୍ଯ୍ୟନଟୀସ୍ଥଳ ମାନଙ୍କରେ ଜମୁଛି ଭିଡ଼। ଏହି ସମୟରେ ଅନେକ ଅଘଟଣ ବି ଘଟୁଛି। ନଦୀରେ ହେଉ କି ଜଳପ୍ରପାତରେ ଭାସି ନିଖୋଜ ହେବା ଏବଂ ମୃତ୍ୟୁର ଅନେକ ଘଟଣା ଘଟିଛି। ଏବେ କାହ୍ନାକୁଣ୍ଡରେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କାହ୍ନାକୁଣ୍ଡରେ ଗାଧୋଇବା ବେଳେ ପ୍ରଖର ଜଳସ୍ରୋତରେ ଭାସି ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ ଆଜି ରାଉରକେଲା ସ୍ଥିତ ଏନଆଇଟିରେ ପଢ଼ୁଥିବା ୫ ଜଣ ସାଙ୍ଗ ମିଶି ଏକ କାରରେ କାହ୍ନାକୁଣ୍ଡକୁ ଭୋଜି ପାଇଁ ଆସିଥିଲେ। ଦିପେଶ ପ୍ରଧାନ ନଦୀରେ ସାଙ୍ଗଙ୍କ ସହିତ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ। ପାଣିର ବେଗ ଅତ୍ୟଧିକ ଥିବାରୁ ସେ ନିଖୋଜ ହୋଇଯାଇଥିଲେ। ଘଟଣାର ସୂଚନା ପାଇ ପୋଲିସ ଓ ବାଲିଶଙ୍କରା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧ୍ୟା ହୋଇଯିବା ଓ ଆଲୋକ ବ୍ୟବସ୍ଥା ନଥିବାରୁ ଖୋଜାଖୋଜି ବନ୍ଦ ରହିଛି । ନଦୀରେ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଖୋଜାଖୋଜି ହେଲେ ମଧ୍ୟ ଦିପେଶଙ୍କ କୌଣସ ପତ୍ତା ମିଳିନଥିଲ।