Who is Aviva Baig?; ନିର୍ବନ୍ଧ କଲେ ପ୍ରିୟଙ୍କାଙ୍କ ପୁଅ ରେହାନ, ଭାବିବୋହୂଙ୍କୁ ନେଇ ଚର୍ଚ୍ଚା ଜୋର୍ ?

NEWS7
kangana-ranaut-says-virat-kohli-is-a-panga-king

ନୂଆଦିଲ୍ଲୀ : ଗାନ୍ଧୀ ପରିବାରରେ ଏବେ ଖୁସି ହିଁ ଖୁସି। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା। ନିକଟରେ ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ନିଜ ପ୍ରେମିକା ଅବିବା ବେଗ୍ଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଭବ୍ୟ ଏନଗେଜମେଣ୍ଟ ସେରିମନି ରାଜସ୍ଥାନର ରନଥୋମବରରେ ସୋମବାର ଅନୁଷ୍ଠିତ ହୋଇଛି। କୁହାଯାଉଛି ଯେ, ରେହାନ, ଅବିବାଙ୍କ ସହ ୭ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିଛି ଦିନ ତଳେ ରେହାନ, ଅବିବାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ପରେ ଉଭୟ ପରିବାର ରାଜି ହେବାରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। କିଛି ମାସ ଭିତରେ ବିବାହ ହେବାର ସମ୍ଭାବନା ରହିଛି।

ଅବିବା ବେଗ କିଏ?

ଅବିବା ବେଗ ଦିଲ୍ଲୀର ବାସିନ୍ଦା। ଅବିବା ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା'ପରେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରୁ Media Communication and Journalismରେ ଡିଗ୍ରୀ ହାସଲ କରିଥିଲେ। ଅବିବା ଜଣେ ପ୍ରତିଷ୍ଠିତ ବା ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ସେ ତାଙ୍କର ଏକ ଅନନ୍ୟ ପରିଚୟ ତିଆରି କରିଛନ୍ତି। ସେ ଜଣେ ଭଲ ଫଟୋଗ୍ରାଫର ଏବଂ ପ୍ରଯୋଜକ ମଧ୍ୟ। ଗତ ପାଞ୍ଚ ବର୍ଷ ଧରି ଫଟୋଗ୍ରାଫିରେ ସକ୍ରିୟ ଅଛନ୍ତି। ତାଙ୍କର ଫଟୋଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୋର୍ଟାଲ୍ ଏବଂ ପ୍ରକାଶନରେ ପ୍ରଦର୍ଶିତ ହୋଇସାରିଛି। ବର୍ଷ ବର୍ଷ ଧରି, ସେ 'ୟୁ କାଣ୍ଟ ମିସ୍ ଦିସ୍' (ଇଣ୍ଡିଆ ଆର୍ଟ ଫେୟାର, (୨୦୨୩) ଏବଂ 'ଦି ଇଲ୍ୟୁସରି ୱାର୍ଲ୍ଡ' (୨୦୧୯) ଭଳି ଅନେକ ସଫଳ ପ୍ରଦର୍ଶନୀରେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି। (୨୦୧୮)ରେ India Design ID at K2ରେ ତାଙ୍କର ଫଟୋଗ୍ରାଫି ପ୍ରଦର୍ଶନ କରିଥିଲେ। ଏହାସହ ସେ ଆଟେଲିଅର୍ ୧୧ର ସହ-ପ୍ରତିଷ୍ଠାତା। ଯାହା ଏକ ଫଟୋଗ୍ରାଫି ଷ୍ଟୁଡିଓ ଏବଂ ପ୍ରଡକ୍ସନ୍ କମ୍ପାନୀ । ଯାହା ସାରା ଦେଶରେ ଅନେକ ଏଜେନ୍ସି, ବ୍ରାଣ୍ଡ ଏବଂ କ୍ଲାଏଣ୍ଟଙ୍କ ସହ କାମ କରେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଫଟୋଗ୍ରାଫି ମାଧ୍ୟମରେ ସାମାଜିକ ସମସ୍ୟାଗୁଡ଼ିକୁ ଉଠାଇବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା। କଳା ବ୍ୟତୀତ, ସେ ଜଣେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ୍ ଖେଳାଳି ଏବଂ ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୧୧,୦୦୦ ଫଲୋଅର୍ସ ଅଛନ୍ତି।

ଅବିବା ବେଗ ଏବଂ ତାଙ୍କ ପରିବାର ଦିଲ୍ଲୀର ବାସୀନ୍ଦା। ଯେଉଁଠାରେ ତାଙ୍କ ବାପା ଇମ୍ରାନ ବେଗ ଜଣେ ବ୍ୟବସାୟୀ ଏବଂ ତାଙ୍କ ମାଆ ନନ୍ଦିତା ବେଗ ଜଣେ ଇଣ୍ଟେରିଅର୍ ଡିଜାଇନର୍। ତାଙ୍କ ପରିବାର ସହ ଭଦ୍ରା ପରିବାରର ସମ୍ପର୍କ ପୂର୍ବରୁ ନିବିଡ଼ । କୁହାଯାଉଛି ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ନନ୍ଦିତା ବେଗ ପୁରୁଣା ବନ୍ଧୁ। ନନ୍ଦିତା କଂଗ୍ରେସ ମୁଖ୍ୟାଳୟ ଇନ୍ଦିରା ଭବନର ଇଣ୍ଟେରିଅର ଡିଜାଇନ୍ କରିବାରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାହାଯ୍ୟ କରିଥିଲେ ।

ରେହାନ କ’ଣ କରନ୍ତି?

ରେହାନ ପେଶାରେ ଜଣେ ଭିଜୁଆଲ୍ ଆର୍ଟିଷ୍ଟ। ସେ ତାଙ୍କର ପ୍ରଥମ ଏକକ ପ୍ରଦର୍ଶନୀ, "ଡାର୍କ ପର୍ସେପ୍ସନ୍" ଶୀର୍ଷକରେ ଆୟୋଜନ କରିଥିଲେ। ଏହା ସହିତ, ସେ ପୂର୍ବରୁ କୋଲକାତାରେ "ଦି ଇଣ୍ଡିଆ ଷ୍ଟୋରି" ନାମରେ ଆଉ ଏକ ପ୍ରଦର୍ଶନୀ ଆୟୋଜନ କରିସାରିଛନ୍ତି। ଡିସେମ୍ବର ୨୦୨୨ ମସିହାରେ ଅନୁଷ୍ଠିତ ତାଙ୍କର ଦ୍ୱିତୀୟ ପ୍ରଦର୍ଶନୀକୁ ଭଲ ଭାବରେ ପ୍ରଶଂସିତ କରାଯାଇଥିଲା। ରେହାନ ଦିଲ୍ଲୀ, ଡେରାଡୁନ୍ ଏବଂ ଲଣ୍ଡନ (SOAS ବିଶ୍ୱବିଦ୍ୟାଳୟ) ରେ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ। ସେ ଜଣେ ଭିଜୁଆଲ୍ ଆର୍ଟିଷ୍ଟ ଭାବରେ କାର୍ଯ୍ୟ କରନ୍ତି। ରେହାନଙ୍କର ଜଣେ ଭଉଣୀ ଅଛନ୍ତି, ତାଙ୍କ ନାଁ ମିରାୟା ଭଦ୍ରା। ଲୋକସଭା ନିର୍ବାଚନ ସମୟରେ, ଭାଇ ଏବଂ ଭଉଣୀଙ୍କ ଭୋଟ୍ ଦେବାର ଏକ ଫଟୋ ଭାଇରାଲ ହୋଇଥିଲା। ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା।