ସହଜ ନୁହେଁ ଭାରତ-ବାଂଲାଦେଶର ସୀମାରେ ସୁରକ୍ଷା, ବାପା ଭାରତୀୟ ହେଲେ ପୁଅ ବାଂଲାଦେଶୀ

NEWS7
kangana-ranaut-alleges-vikas-bahl-of-sexual-assault

ନୂଆଦିଲ୍ଲୀ, ୨୫/୧୨: ଘର ଗୋଟିଏ । କିନ୍ତୁ ଦୁଇ ଦେଶର ଜାତୀୟତା । ଗୋଟିଏ ପରିବାରରେ ଭାରତ ଏବଂ ବାଂଲାଦେଶର ନାଗରିକ । ଘରେ କୋଠରୀ ବଦଳିଲେ ବଦଳିଯାଏ ନାଗରିକତା । ବାପା ଭାରତୀୟ ହେଲେ ପୁଅ ବାଂଲାଦେଶୀ । ସ୍ତ୍ରୀ ଭାରତୀୟ ହେଲେ ଝିଅ ବାଂଲାଦେଶୀ । କିଛି ଏମିତି ଦେଖିବାକୁ ମିଳେ ଭାରତ ଏବଂ ବାଂଲାଦେଶ ସୀମାରେ । ନା ନିର୍ଧାରଣ କରିହୁଏ ସୀମା । ନା ଚିହ୍ନଟ ହୋଇପାରନ୍ତି କିଏ ଭାରତୀୟ ଏବଂ କିଏ ବାଂଲାଦେଶୀ । ଯାହା ଦେଶର ଆଭ୍ୟନ୍ତର ସୁରକ୍ଷା ପାଇଁ ବିପଦ । ଫାଇଦା ନିଅନ୍ତି ଅନୁପ୍ରବେଶକାରୀ । ଭାରତରେ ଆସି ଘଟାନ୍ତି ଅପରାଧ । ଆତଙ୍କବାଦଠୁ ନିଶା କାରବାର । ସବୁର ମାଧ୍ୟମ ପାଲଟେ ଦେଶର ଖଣ୍ଡିଆ ଖାବେରା ସୀମା ରେଖା ।

୧୯୦୫ ମସିହାର ସ୍ବଦେଶୀ ଆନ୍ଦୋଳନ । ତା ସହ ବଙ୍ଗ ବିଭାଜନର ନିଆଁ । ସବୁଠି ବ୍ରିଟିଶ ସରକାର ବିରୋଧରେ ପ୍ରତିବାଦ । ଲର୍ଡ କର୍ଜନଙ୍କୁ ଜୋରଦାର ବିରୋଧ । ଜଳୁଥାଏ ଭାରତ । ଦେଶ ଦେଖିଥିଲା ପ୍ରଥମ ବିଭାଜନ । ଭାରତରେ ଥାଇ ମଧ୍ୟ ନଥିଲା ଭଳି ଥିଲା ପୂର୍ବବଙ୍ଗ । ଦେଶ ବିରୋଧରେ ପ୍ରଥମ ବାହ୍ୟ ଷଡଯନ୍ତ୍ର । ୧୯୧୧ରେ ବଙ୍ଗ ବିଭାଜନକୁ ରବ୍ଦ କରିଥିଲେ ଗୋରା ସରକାର । କିନ୍ତୁ ନଥିଲା ଆଗ ଭଳି ସମ୍ପର୍କ । ମୁସିଲମ୍ ଲିଗର ନେତା ବଙ୍ଗରେ ବୁଣୁଥିଲେ କଂଗ୍ରେସ ବିରୋଧୀ ମଞ୍ଜି । ଯାହାର ଫଳ ଏବେବି ଭୋଗୁଛି ଭାରତ ।

ହଜାର ହଜାର କିଲୋମିଟରର ସୀମା ରେଖା । ପାହାଡ, ପର୍ବତ, ନଦୀର ବର୍ଡର । ନଦୀ କୂଳ ଖାଇଲେ ବଦଳିଯାଏ ସୀମା । ବଦଳିଯାଏ ଗାଁ ମାନଙ୍କର ପରିଚୟ । ୧୯୪୭ରେ ଦେଶ ବିଭାଜନ ପରେ ଆଜିର ବାଂଲାଦେଶ ଥିଲା ପୂର୍ବ ପାକିସ୍ତାନ । ସେତେବେଳେ ବି ଧର୍ମ ନାଁରେ ହିଂସା ଏବଂ ହତ୍ୟା । ୧୯୭୧ରେ ବଦଳିଥିଲା ପାକିସ୍ତାନର ମାନଚିତ୍ର । ପାକକୁ ଦୁଇ ଖଣ୍ଡ କରିଥିଲେ ଆଇରନ୍ ଲେଡି ଇନ୍ଦିରା ଗାନ୍ଧୀ । ସେତେବେଳେ ପରିସ୍ଥିତି ଥିଲା ଭିନ୍ନ । ଭାରତ ବାଂଲା ମୁକ୍ତି ସଂଗ୍ରାମରେ କରୁଥିଲା ସମର୍ଥନ । ଲକ୍ଷ ଲକ୍ଷ ବଙ୍ଗାଳୀଙ୍କ ପାଇଁ ଗୁଳି ଖାଇଥିଲେ ଭାରତୀୟ ଯବାନ । ସେବେଠୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରହି ଆସିଛି ସମ୍ପର୍କ । ବେଳେବେଳେ ବାଂଲାରେ ସକ୍ରିୟ ଥାଆନ୍ତି ପାକିସ୍ତାନର କିଛି ଗୋଷ୍ଠୀ । ଭାରତ ବିରୋଧରେ ଷଡଯନ୍ତ୍ର । ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ।

ହେଲେ କାହିଁକି ସୀମାକୁ ଜଗି ପାରୁନି ଭାରତ । କଣ ରହିଛି କାରଣ । ଫେନସିଂରେ କେଉଁଠି ରହୁଛି ଅସୁବିଧା । ତେବେ ଦୁଇ ଦେଶର ସୀମାକୁ ନଜର ପକାଇଲେ ଆମେ ଜାଣିପାରିବା ପ୍ରକୃତ ସତ । ଦେଖିବାକୁ ଗଲେ ବାଂଲାଦେଶ ସୀମାରେ ଲାଗିଛି ଭାରତର ୫ ରାଜ୍ୟ । ସବୁ ରାଜ୍ୟରେ ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଓ୍ୱାଟର୍ ବେସିନ୍ । ବାହାରିଛନ୍ତି ଶହଶହ ଛୋଟ ବଡ ନଦୀ । ମିଶିଛନ୍ତି ବଙ୍ଗୋପସାଗରରେ । କିଛି ନଦୀ ସୀମାରେ ସମାନ୍ତରାଳ ଭାବେ ପ୍ରବାହିତ । ଆଉ କିଛି ପ୍ରତି ବର୍ଷ ବଦଳାନ୍ତି ଦିଗ । ଖାଲି ନଦୀ ନୁହେଁ, କିଛି ଜାଗାରେ ବଡ ବଡ ପାହାଡ । ଘଞ୍ଚ ଅରଣ୍ୟ ବି ଅଛି । ଅର୍ଥାତ ସୀମାର ଭୌଗଳିକ ସ୍ଥିତି ଅସମାନ । ବିଭାଜନ ବେଳେ ସୀମାରେ ରହିଥିବା କିଛି ଗାଁରେ ଏବେବି ଲୋକ ରହୁଛନ୍ତି । ସବୁଠୁ ମଜା କଥା ହେଲା ଯେ, ନା ସେମାନେ ସମ୍ପୂର୍ଣ୍ଣ ଭାରତୀୟ ନା ବାଂଲାଦେଶୀ । ଘରେ ଭିନ୍ନ ଭିନ୍ନ ଦେଶର ଭୋଟର ଆଇଡି । ବାପା ପାଖରେ ଆଧାର କାର୍ଡ ରହିଛି । ହେଲେ ପୁଅ ବାଂଲାଦେଶର ନାଗରିକ ।

ସବୁ କିଛି ଠିକ୍ ଚାଲିଥିଲା । ୧୯୭୧ରୁ ବାଂଲାଦେଶରେ ପ୍ରୋ ଇଣ୍ଡିଆନ୍ ସରକାର୍ ର ରାଜୁତି । କିନ୍ତୁ ସବୁ ଦିନ ସମାନ ନଥାଏ । ୨୦୨୪ରେ ବାଲଂଦେଶରେ ପୁଣି ଥରେ ଜଳିଥିଲା ନିଆଁ । ଲୋକଙ୍କ ମନରେ ଭୟଙ୍କର ଅସନ୍ତୋଷ । ଧିରେଧିରେ ବଦଳିଗଲା ସେଖ୍ ହାସିନାଙ୍କ ସରକାର । ଗାଦି ମାଡି ବସିଲେ ଭାରତ ବିରୋଧୀ ତତ୍ୱ । ଯାହା ପରେ ବୟାନବାଜି । ସେଖ୍ ହସିନାଙ୍କୁ ଶରଣ ଦେଇଛି ଭାରତ । ଯେଉଁଥିପାଇଁ ଖପ୍ପା ବାଂଲାଦେଶର ୟୁନୁସ ସରକାର । ହଜାର ହଜାର ହିନ୍ଦୁ ପଳାଇ ଆସୁଛନ୍ତି ଭାରତ । ଭୟରେ ଛାଡୁଛନ୍ତି ନିଜ ଦେଶ । ହେଲେ ଏହାର ସୁଯୋଗ ନେଉଛନ୍ତି କିଛି ଆତଙ୍କବାଦୀ ସଙ୍ଗଠନ । ଶରଣ ନେବା ନାଁରେ ଭାରତରେ ବିଛାଉଛନ୍ତି ନେଟଓ୍ୱର୍କ । ଯାହାର ମିଳିଛି ଅନେକ ପ୍ରମାଣ ।

ସହଜ ନୁହେଁ ସୀମା ବିବାଦର ସମାଧାନ । ପାହାଡିଆ ଏବଂ ସନ୍ତସନ୍ତିଆ ଜାଗାରେ ଫେନ୍ସିଂ ଅସମ୍ଭବ । କମ୍ ସରୁକ୍ଷାକର୍ମୀରେ ପ୍ରାକୃତିକ ସୀମାରେଖାକୁ ଜଗିବା ସହଜ ନୁହେଁ । ବାଂଲାଦେଶ ଉପରେ ଡ୍ରାଗନର ଆଖି । ଭାରତକୁ ଘେରିବାକୁ ବାଂଲାଦେଶ ସବୁଠୁ ସହଜ ରାସ୍ତା । ପ୍ରତିଟି ସୁଯୋଗର ଫାଇଦା ଲକ୍ଷ୍ୟରେ ଚାଇନା । ହେଲେ କେତେ ଦିନ ଚାଲିବ ଏମିତି ଲୁଚକାଳି ଖେଳ । କେବେ ଫେରିବ ଶାନ୍ତି । ଭାରତ ବିରୋଧରେ କିଏ ସୃଷ୍ଟି କରୁଛି ପ୍ଲାନ୍ । ଚାଇନା ନା ପାକିସ୍ତାନ । କିନ୍ତୁ ବାଂଲାଦେଶ ଯେ କେବଳ ଏକ ମୋହରା ତାହା ଏକ ପ୍ରକାର ସ୍ପଷ୍ଟ ।