ମୋର ହେବୁନି, ତ କାହାର ହେବାକୁ ଦେବିନି… ବାନ୍ଧବୀଙ୍କୁ ଅନ୍ୟ କାହା ସହ ଦେଖି ତାତିଗଲେ ଯୁବକ

NEWS7
kandhhat-masjid-bisphoran-16-aruta-40-injured

ଭୁବନେଶ୍ବର ୭।୧: ହାତରେ ବନ୍ଧୁକ । ମୁହଁରୁ ବାହାରୁଛି ଫିଲ୍ମି ଷ୍ଟାଇଲରେ ଗୋଟିଏ ପରେ ଗୋଟିଏ ଡାଏଲଗ୍ । ମୋର ହେବୁନି, ତ କାହାର ହେବାକୁ ଦେବିନି I ମୋତେ ଧୋକା ଦେଲୁ, ହେଲେ ମୋ ଭାଇକୁ ଦବୁନି । ଏମିତିକା କିଛି ଫିଲ୍ମି ଡାଏଲଗ୍ କହି ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ଜଣେ ଯୁବକ କାର୍‌ରେ ଯୁବତୀଙ୍କ ସହ ଅଛନ୍ତି ଅନ୍ୟ ଜଣେ ଯୁବକ । କାର୍ ବାହାରେ ବନ୍ଧୁକ ଧରି ଠିଆ ହୋଇଛନ୍ତି ଧମକ ଦେଉଥିବା ଯୁବକ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଜଣା ପଡିଛି ଯେ, କାର୍ ଭିତରେ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର୍ ଗର୍ଲ ତାଙ୍କ ଘର କୋଲକାତାରେ ସେ ଭୁବନେଶ୍ୱରର ଏକ ବାର୍‌ରେ କାମ କରନ୍ତି ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡ଼ା ଅଞ୍ଚଳର ତେବେ ଯୁବତୀଙ୍କୁ ଅନ୍ୟ ଜଣେ ବନ୍ଧୁ ସହ କାର୍‌ରେ ଦେଖିବା ପରେ, ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଛନ୍ତି ସଂପୃକ୍ତ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଭିଡିଓରୁ ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କ ସଂପୃକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀ ଜଣଙ୍କ ତାଙ୍କୁ ଧୋକା ଦେଇଛନ୍ତି । ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଛନ୍ତି । ଧରାପଡିଯିବା ପରେ ଯୁବତୀଙ୍କୁ ସଂପୃକ୍ତ ଯୁବକ ଜଣଙ୍କ ଏଭଳି ଧମକ ଦେଉଛନ୍ତି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଦିନକୁ ଦିନ ନିଶା କାରବାର ବଢ଼ିବା ସହ ଏବେ ଖୁଲମଖୁଲା ବନ୍ଧୁକ ଧରି ବୁଲୁଛନ୍ତି ଯୁବକ ବେଆଇନ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଆତଙ୍କ ଖେଳାଉଛନ୍ତି ଏମାନେ ହେଲେ ଏସବୁ ବିଷୟରେ କେମିତି ଜାଣି ପାରୁନି ପୋଲିସ ।