Live Live
LIVE

ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ କାର୍ଯ୍ୟକାରୀ ସଭାପତି ରାମକିଶନ ଗୁର୍ଜର

NEWS7
kamikaze-drones-which-is-main-reason-of-nuclear-attack-on-japan

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ଦଳର କାର୍ଯ୍ୟକାରୀ ସଭାପତି ରାମକିଶନ ଗୁର୍ଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର କଂଗ୍ରେସର ରଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଛନ୍ତି । ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାମକିଶନ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କର ଇସ୍ତଫା ପଛରେ ବଡ଼ କାରଣ ମଧ୍ୟ ରହିଛି ।

ହରିୟାଣାରେ ଦୁଇଟି ରାଜ୍ୟସଭା ଆସନରେ ମାର୍ଚ୍ଚ ୧୬ରେ ନିର୍ବାଚନ ହୋଇଥିଲା । କିନ୍ତୁ କଂଗ୍ରେସର ବିଧାୟକମାନେ ବିଜେପିକୁ ଭୋଟ ଦେଇଥିଲେ । ଦଳୀୟ ହ୍ବିପ ନମାନି କଂଗ୍ରେସ ବିଧାୟକମାନେ କ୍ରସ୍ ଭୋଟିଂ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି, କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ମଧ୍ୟରେ ରାମକିଶନଙ୍କ ପତ୍ନୀ ଏବଂ ନାରାୟଣଗଡ଼ ବିଧାୟିକା ଶୈଲୀ ଚୌଧୁରୀ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା ।

ଶୈଲୀ ଚୌଧୁରୀ ଇସ୍ତଫା ଦେଇପାରନ୍ତି

Also Read: ମହାମେଣ୍ଟକୁ ଶକ୍ତ ଝଟ୍କା, ଏନଡିଏର ୫ ପ୍ରାର୍ଥୀ ବିଜୟୀ

ରାମକିଶନଙ୍କ ପରେ ଶୈଲୀ ଚୌଧୁରୀ ମଧ୍ୟ ଖୁବଶୀଘ୍ର ଦଳରୁ ଇସ୍ତଫା ଦେଇପାରନ୍ତି। ସୂତ୍ର ଅନୁସାରେ, ଶୈଲୀ ଚୌଧୁରୀଙ୍କ ସମେତ ପାଞ୍ଚ ଜଣ ବିଧାୟକ କ୍ରସ୍ ଭୋଟିଂ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସ ଦଳ ଏହି ବିଧାୟକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ରାମକିଶନ ଗୁର୍ଜର ସମସ୍ତ ଦଳୀୟ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ଗୁର୍ଜରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରୀ ଶୈଲଜାଙ୍କ ଅତ୍ୟନ୍ତ ନିକଟତର ବୋଲି ବିବେଚନା କରାଯାଏ।

ଗୋଟିଏ ଆସନ କଂଗ୍ରେସକୁ ଏବଂ ଗୋଟିଏ ବିଜେପିକୁ ଗଲା

ହରିୟାଣାରେ ଦୁଇଟି ରାଜ୍ୟସଭା ଆସନରେ ନିର୍ବାଚନ ହୋଇଥିଲା । ଦୁଇଟି ଆସନ ମଧ୍ୟରୁ ଗୋଟିଏ ବିଜେପି ଏବଂ ଅନ୍ୟଟି କଂଗ୍ରେସ ଖାତାକୁ ଯାଇଛି । ବିଜେପିର ସଞ୍ଜୟ ଭାଟିଆ ୩୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସର କର୍ମବୀର ବୌଦ୍ଧ ୨୮ ଭୋଟ ପାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ସତୀଶ ନନ୍ଦଲ ୧୬ ଭୋଟ ପାଇଥିଲେ। ୫ ଜଣ ବିଧାୟକ କ୍ରସ୍-ଭୋଟିଂ କରିଥିଲେ। ଗଣତି ସାଢ଼େ ପାଞ୍ଚ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ପ୍ରାୟ ୨ ଟାରେ ଫଳାଫଳ ଘୋଷଣା କରାଯାଇଥିଲା।