ନୂଆଦିଲ୍ଲୀ ୦୯।୦୫: ଅପରେସନ୍ ସିନ୍ଦୂର ପରେ ଥରହର ପାକିସ୍ତାନ । ଭାରତର ଜବରଦସ୍ତ ଆକ୍ସନରେ ବିଳିବିଳାଉଛି ଆତଙ୍କୀସ୍ତାନ । ତ୍ରାହି ତ୍ରାହି ଡାକ ଛାଡୁଛି । ଆଉ କାମ କରୁନି ପାକିସ୍ତାନର ମୁଣ୍ଡ । କେମିତି ସାମନା କରିବ ଉପାୟ ପାଉନି । ଏହାରି ମଧ୍ୟରେ ପାକିସ୍ତାନ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରୁଛି । ଏହି ଡ୍ରୋନ୍ ବିସ୍ଫୋରକରେ ସଜ୍ଜିତ । ଏହା ସିଧାସଳଖ ଲକ୍ଷ୍ୟସ୍ଥଳକୁ ଯାଇ ମାଡ ହୋଇଥାଏ । ଏହି ବିସ୍ଫୋରକକୁ କୁହାଯାଏ କାମିକାଜେ ଡ୍ରୋନ । ଆଜ୍ଞା ହଁ ଏହା ସେହି ଶବ୍ଦ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ଜଡିତ । ଏହା ଜାପାନ ଉପରେ ପରମାଣୁ ଆକ୍ରମଣର ଥିଲା ସବୁଠାରୁ ବଡ଼ କାରଣ ।
ତେବେ କଣ ଏହି କାମିକାଜି ? ଏହାର ଅର୍ଥ ଆତ୍ମଘାତୀ । ସାଧାରଣତଃ ଆଟାକ୍ ପରେ ଡ୍ରୋନ୍ ଫେରି ଆସେ । କିନ୍ତୁ କାମିକାଜି ଏପରି ଏକ ଡ୍ରୋନ୍, ଯାହା ଥରେ ଲଞ୍ଚ ହେବା ପରେ ଫେରିନଥାଏ । ଏହା ପାଇଲଟଙ୍କ ସହ ବ୍ଲାଷ୍ଟ ହୋଇଯାଇଥାଏ । ଏହି କାମିକାଜି ଶବ୍ଦଟି ସେହି ଜାପାନୀ ପାଇଲଟଙ୍କ ପାଇଁ ବ୍ୟବହାର ହେଉଥିଲା । ଯେଉଁମାନେ ଆମେରିକାର ନାକରେ ଦମ୍ କରି ରଖିଥିଲେ । ଏମାନେ ମୃତ୍ୟୁକୁ ସାଙ୍ଗରେ ନେଇ ଚାଲୁଥିଲେ । ଆଉ ଶତ୍ରୁର ବିମାନ କିମ୍ବା ସେନା କର୍ମଚାରୀଙ୍କୁ ଦେଖିବା ମାତ୍ରେ ହିଁ ସିଧାସଳଖ ସେମାନଙ୍କ ଉପରେ ହେଉଥିଲେ କ୍ରାସ୍ । ଏହି କାରଣରୁ ପାଇଲଟଙ୍କ ସମେତ ସେଠାରେ ଥିବା ଅନେକ ସୈନିକଙ୍କ ମୃତ୍ୟୁ ହୋଇଯାଉଥିଲା।
ଜାପାନର ଶାସକମାନେ ଏପରି ଅନେକ ପାଇଲଟଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରିଥିଲେ । ଯେଉଁମାନଙ୍କୁ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେବାକୁ ପଡିଥିଲା । କୁହାଯାଏ ଯେ କାମିକାଜେ ପାଇଲଟମାନେ ପୂର୍ବ ଦିନ ବହୁତ ଦୁଃଖିତ ରହୁଥିଲେ । ସେମାନେ ନିଜ ପରିବାର ଏବଂ ନିକଟତମ ଲୋକଙ୍କୁ ଚିଠି ଲେଖୁଥିଲେ । କାରଣ ସେମାନେ ଜାଣିଥିଲେ ଯେ ସେମାନେ ପରଦିନ ସକାଳେ ମୃତ୍ୟୁକୁ ଆଲିଙ୍ଗନ କରିବେ।
ଜାପାନର କାମିକାଜେ ପାଇଲଟମାନେ ଆମେରିକାର ବହୁତ କ୍ଷତି କରିଥିଲେ । ଜାପାନର ଏହି ଆତ୍ମଘାତୀ ଲଢ଼ୁଆ ବିମାନଗୁଡ଼ିକ ପ୍ରଥମେ ଆମେରିକାର ପର୍ଲ ହାର୍ବର ନୌସେନା ଘାଟି ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଆମେରିକାର ବିପୁଳ କ୍ଷତି ହୋଇଥିଲା। ଏହି କାରଣରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହ୍ୟାରି ଟ୍ରୁମ୍ୟାନ୍ ଜାପାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହାପରେ ଯେତେବେଳେ ଆମେରିକୀୟ ସେନା ଏକ ଜାପାନୀ ଦ୍ୱୀପ ଉପରେ ଆକ୍ରମଣ କଲା, ସେତେବେଳେ କାମିକାଜେ ପାଇଲଟମାନେ ଯୁଦ୍ଧଜାହାଜଗୁଡ଼ିକୁ ଧ୍ୱଂସ କରିଦେଲେ।
ଏହି ଅପରେସନରେ ଆମେରିକା ଜିତିଥିଲା, କିନ୍ତୁ ୧୨ହଜାରରୁ ଅଧିକ ସୈନିକଙ୍କୁ ହରାଇଥିଲା । ଶେଷରେ ଆମେରିକା ଥକିଗଲା ଏବଂ ପରମାଣୁ ଅସ୍ତ୍ର ଆକ୍ରମଣ କରିବାକୁ ନେଇଥିଲା ନିଷ୍ପତ୍ତି । ଆମେରିକା ୬ ଅଗଷ୍ଟ ୧୯୪୫ ସକାଳ ପ୍ରାୟ ୮:୧୫ ସମୟରେ ହିରୋସିମା ଉପରେ ଏକ ପରମାଣୁ ବୋମା ପକାଇଥିଲା। ଏହାପରେ ଜାପାନକୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ଶାସକ ମନା କରିଦେଇଥିଲେ । ଯାହା ପରେ ଆମେରିକା ୩ ଦିନ ପରେ ନାଗାସାକି ଉପରେ ମଧ୍ୟ ପରମାଣୁ ଆକ୍ରମଣ କରିଥିଲା।
ଏବେ ପାକିସ୍ତାନ ଏହି କାମିକାଜେ ଡ୍ରୋନ୍ ସାହାଯ୍ୟରେ ଭାରତର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା କହୁଛି । ଯାହା ଏକ ବଡ ଭୁଲ୍ । କୁହାଯାଉଛି ଯେ ପାକିସ୍ତାନ ନିଆଁ ସହିତ ଖେଳୁଛି, ଏବେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇପାରିବ । ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏହି ଡ୍ରୋନଗୁଡ଼ିକୁ ଇରାନଠାରୁ ପାଇଛି।