ଗୋଟିଏ ପରିବାରକୁ ଭାଙ୍ଗି ଦେଲେ, ସେ ମୋତେ ଶିଖାଇବେ: ମହୁଆ ମୋଇତ୍ରଙ୍କୁ କଲ୍ୟାଣ ବାନାର୍ଜୀଙ୍କ ଟାର୍ଗେଟ୍

Published By : Prameya-News7 Bureau | June 29, 2025 IST

indiatoday

ନୂଆଦିଲ୍ଲୀ: ଟିଏମ୍‌ସି ନେତା ମହୁଆ ମୋଇତ୍ର ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ପୁଣିଥରେ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି। ଏଥର କଲ୍ୟାଣ ବାନାର୍ଜୀ ମହୁଆଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟାର୍ଗେଟ୍ କରିଛନ୍ତି। ମହୁଆ ଏକ ୪୦ ବର୍ଷର ପରିବାରକୁ ଭାଙ୍ଗି ଦେଲେ ବୋଲି କଲ୍ୟାଣ କହିଛନ୍ତି। ମହୁଆଙ୍କ ପ୍ରତି ଏପରି କଟାକ୍ଷ ତାଙ୍କର ଓଡ଼ିଶା ସାଂସଦ ପିନାକୀ ମିଶ୍ରଙ୍କ ସହ ବିବାହକୁ ନେଇ କରାଯାଇଛି।  

କଲ୍ୟାଣ ବାନାର୍ଜୀ କହିଛନ୍ତି “ମହୁଆ ତାଙ୍କର ହନିମୁନ ପରେ ଭାରତ ଫେରି ଆସି ମୋ ସହିତ ଝଗଡ଼ା କରିବା ଆରମ୍ଭ କରି ଦେଇଛନ୍ତି! ସେ ମୋତେ ମହିଳା ବିରୋଧୀ ବୋଲି କହୁଛନ୍ତି, ତେବେ ସେ କ'ଣ? ସେ ୪୦ ବର୍ଷର ବିବାହ ଭାଙ୍ଗି ଜଣେ ୬୫ ବର୍ଷୀ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ କ'ଣ ସେହି ମହିଳାଙ୍କୁ ଆଘାତ ଦେଇ ନାହାନ୍ତି?”

ସେହିପରି ସାଂସଦ ଭାବେ ତାଙ୍କର ବରଖାସ୍ତ ହେବାକୁ ନେଇ ମଧ୍ୟ କଲ୍ୟାଣ କଟାକ୍ଷ କରିଛନ୍ତି। ଏବଂ କହିଛନ୍ତି “ ସଂସଦର ନୀତି ନିୟମ ଉଲ୍ଲଂଘନ କରି ଯେଉଁ ସାଂସଦ ସଂସଦରୁ ବହିଷ୍କୃତ ହୋଇଥିଲେ ସେ ମୋତେ ଭାଷଣ ଦେଉଛନ୍ତି! ସେ ସବୁଠାରୁ ମହିଳା ବିରୋଧୀ। ସେ କେବଳ ଜାଣନ୍ତି କିପରି ତାଙ୍କର ଭବିଷ୍ୟତ ସୁରକ୍ଷିତ କରିବେ ଏବଂ କିପରି ଟଙ୍କା ରୋଜଗାର କରିବେ।”

କୋଲକାତା ଲ କଲେ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ମହୁଆ ମୋଇତ୍ର କଲ୍ୟାଣଙ୍କୁ କଟାକ୍ଷା କରି 'ଖରାପ ସଂଗତି ଛାଡ଼ନ୍ତୁ ବୋଲି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ କଲ୍ୟାଣ ବାନାର୍ଜୀ ଏହି ଟାର୍ଗେଟ୍ କରିଛନ୍ତି। 

ଅନ୍ୟପଟେ ଦଳ କିନ୍ତୁ ଦୁଇ ଜଣଙ୍କ ବୟାନରୁ ଦୂରେଇ ରହିଛି। ଏହା ସେମାନଙ୍କର ବ୍ୟକ୍ତିଗତ କଥା ବୋଲି ଟିଏମ୍‌ସି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି। ଯାହାକୁ ନେଇ ମହୁଆ ମଧ୍ୟ ଟିଏମ୍‌ସିକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ ଟିଏମ୍‌ସିକୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ଭାରତରେ ମହିଳାଙ୍କ ଅପମାନ ଦଳୀୟ ସୀମାକୁ ଉଲ୍ଲଙ୍ଘନ କରେ ନାହିଁ। ମହିଳାଙ୍କ ଅପମାନ ସର୍ବଦା ନିନ୍ଦନୀୟ ବୋଲି ମହୁଆ କହିଛନ୍ତି। 

ସୂଚନା ଥାଉକି କଲ୍ୟାଣ ବାନାର୍ଜୀ ଏବଂ ଅନ୍ୟ ଜଣେ ଟିଏମସି ସାଂସଦ କୀର୍ତ୍ତି ଆଜାଦଙ୍କ ମଧ୍ୟରେ ହୋଇଥିବା ଏକ ହ୍ୱାଟ୍ସଆପ୍ ଚାଟ୍ ପବ୍ଲିକ୍ ଡୋମେନରେ ଲିକ୍ ହୋଇଗଲା। ଚାଟରେ ବାନାର୍ଜୀ ମୋଇତ୍ରାଙ୍କୁ "ବହୁମୁଖୀ ଆନ୍ତର୍ଜାତୀୟ ମହିଳା" ବୋଲି କହିଥିଲେ। ଯାହାକୁ ନେଇ କଳି ଆରମ୍ଭ ହୋଇଯାଇଥିଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.