ଶ୍ରୀମନ୍ଦିରରେ ଆଜି ମହାପ୍ରଭୁ କାଳୀୟଦଳନ ବେଶ, ଭିନ୍ନ ଏକ ରୂପରେ ଦେବେ ଦର୍ଶନ

Published By : Prameya-News7 Bureau | August 19, 2025 IST

ପୁରୀ ୧୯।୦୮ : ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀବିଗ୍ରହଙ୍କ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । କାଳୀୟଦଳନ ବେଶରେ ମହାପ୍ରଭୁ ଉଭା ହେବେ। ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.