କଳାହାଣ୍ଡି ୨୫।୦୮ : ଆସିପାରିଲାନି ଆମ୍ବୁଲାନ୍ସ । ଅଧାବାଟରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କୁଟିଆକନ୍ଧ ପୋଡ଼ାପଦର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।
ପୋଡ଼ାପଦରର ଡ଼ମେ ମାଝୀଙ୍କ ସ୍ତ୍ରୀ ଜନନୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ଏହାପରେ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକ l କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚି ଥିଲା ହେଲେ ରାସ୍ତା ନଥିବାରୁ ଗାଁକୁ ଯାଇ ନପାରିନଥିଲା । ଗାଁଠୁ ୧ କିଲୋମିଟର ଦୂର କଳାକୁପା-ବିଶ୍ଵନାଥପୁର ମୁଖ୍ୟ ରାସ୍ତାର ବିଜେପୁର ବଜାରପଡ଼ା ନିକଟରେ ଅଟକି ରହିଥିଲା ଆମ୍ବୁଲାନ୍ସ l ସନ୍ଧ୍ୟାରେ ଜନନୀ ତାଙ୍କ ପରିବାର ଓ ଗାଁର ମହିଳାମାନଙ୍କ ସହିତ ପ୍ରାୟ ୫୦୦ ମିଟର ଚାଷ ଜମି ରାସ୍ତାରେ ଚାଲିବା ପରେ ଏକ ନାଳ ନିକଟରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ l ପରେ ଜନ୍ମିତ ଶିଶୁପୁତ୍ରଙ୍କୁ ଧରି ୫୦୦ ମିଟର ରାସ୍ତାରେ ଚାଲି ଚାଲି ବଜାରପଡ଼ା ନିକଟରେ ଅପେକ୍ଷା କରିଥିବା ଆମ୍ବଲାନ୍ସକୁ ପାଖରେ ପହଞ୍ଚିଥିଲେ । ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମେଡିକାଲକୁ ପଠାଯାଇଥିଲେ l
ତେବେ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟରେ ବୋହି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ l ଏହାସହିତ ରାସ୍ତା ନଥୁବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ସରକାର ପକ୍ଷରୁ ମିଳିଥିବା ଘର ଖଣ୍ଡେ ମଧ୍ୟ ନିର୍ମାଣ କରିପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ଦାବି କରିଛନ୍ତି ।