IMDର ପୂର୍ବାନୁମାନ, ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ

NEWS7
kacha-badam-singer-bhuban-badyakar-met-with-accident

ଭୁବନେଶ୍ଵର: ଯୁଦ୍ଧ ପାଇଁ ବଢ଼ିବ ତାତି । ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ । IMDର ପୂର୍ବାନୁମାନ ଅନୁସାରେ ଏବର୍ଷ ଗ୍ରୀଷ୍ମପ୍ରବାହ ଦିନ ବଢ଼ିବ । ମାର୍ଚ୍ଚରୁ ମେ’ ମାସ ଭିତରେ ଗ୍ରୀଷ୍ମ ଦିବସ ସଂଖ୍ୟା ସ୍ବାଭାବିକ ଠାରୁ ଅଧିକ ରହିବ । ଓଡ଼ିଶା ସମେତ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ହିଟ୍ ଓ୍ବେବ୍ ଦିନ ସଂଖ୍ୟା ବଢ଼ିବ । ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ମଧ୍ୟ ସ୍ବାଭାବିକ ଠାରୁ ଅଧିକ ଗରମ ଓ କାଳବୈଶାଖୀ ହେବ । ଯୁଦ୍ଧରେ ହଜାର ହଜାର ମିଶାଇଲ୍ ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡଳ ଅତ୍ୟନ୍ତ ଉଷ୍ମ ରହିଛି । ସେହି ଗରମ ପବନ ଭାରତକୁ ମଧ୍ୟ ପ୍ରବେଶ କରୁଛି । ଏହାର ପ୍ରଭାବରେ ଦିନ ଓ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ବଢ଼ିବ ବୋଲି କହିଛନ୍ତି ପାଣପାଗ ବିଜ୍ଞାନୀ ତଥା ସୋଆର ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ବଢ଼ିବ ଗରମ୍ । ବର୍ତ୍ତମାନ ଆମେରିକା-ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ହଜାର ହଜାର ମିଶାଇଲ୍ ବିସ୍ଫୋରଣ ହେଉଛି । ନିଆଁ ଧୂଆଁରେ ଭରି ଯାଉଛି ଯୁଦ୍ଧ ଅଂଚଳର ଆକାଶ। ଜଳବାୟୁ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ । ସ୍ବାଭାବିକ ଠାରୁ ଅଧିକ ଗରମ ଓ ସ୍ବାଭାବିକ ଠାରୁ ଅଧିକ କାଳବୈଶାଖୀର ଆଶଙ୍କା ରହିଛି । ଏହାକୁ ଏକ୍ସଟ୍ରିମ୍ କ୍ଲାଇମେଟ୍ ପ୍ରଭାବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ତଥା ସୋଆ CEC ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

Also read: ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ସେ କହିଛନ୍ତି ଯେ, ବର୍ତ୍ତମାନ ସେଠାରେ ଯୁଦ୍ଧ ଯୋଗୁଁ ବାୟୁମଣ୍ଡଳ ଅତ୍ୟନ୍ତ ଉଷ୍ମ ରହିଛି । ଭାରତରେ ଉତ୍ତର ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଛି । ଯାହାକି ଇରାନ୍ ଓ ଏହାର ଆଖପାଖ ଅଂଚଳରୁ ଆସୁଛି । ଆଉ ସେହି ଗରମ ପବନ ଭାରତକୁ ମଧ୍ୟ ପ୍ରବେଶ କରୁଛି । ଏହାର ପ୍ରଭାବରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ । ସ୍ବଭାବିକ ଠାରୁ ୨ ଡିଗ୍ରୀ ଅଧିକ ଗରମ ଅନୁଭବ ହେବ । ସେହିଭଳି ସାଧାରଣତଃ ମେ` ମାସରେ ହେଉଥିବା କାଳବୈଶାଖୀର ତୀବ୍ରତା ମାର୍ଚ୍ଚ ମାସରେ ମଧ୍ୟ ଅନୁଭୂତ ହେବ ବୋଲି ସେ କହିଛନ୍ତି ।

ସେହିଭଳି ପରିବେଶବିତ୍ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବଳ ମିଶାଇଲ୍ ବିସ୍ଫୋରଣ ଯୋଗୁଁ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍ ସାଙ୍ଗକୁ ବହୁ ବିଷାକ୍ତ ରାସାୟନିକ ଗ୍ୟାସ ବାୟୁ ମଣ୍ଡଳ ସାଙ୍ଗକୁ ପରିବେଶକୁ ପ୍ରଭାବିତ କରିବ । ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲେ ପରିବେଶ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ପରିବେଶବିତ୍ ।

Also read: ମୁଖ୍ୟମନ୍ତ୍ରୀ ଡ଼ାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ, ସରକାରୀ ବାସଭବନରେ ପହଞ୍ଚିଲେଣି ମନ୍ତ୍ରୀ-ବିଧାୟକ

ସେପଟେ iMD କହିଛି ଯେ, ଏବର୍ଷ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ । ମାର୍ଚ୍ଚରୁ ମେ’ ମାସ ଗ୍ରୀଷ୍ମ ଦିବସ ସଂଖ୍ୟା ସ୍ବାଭାବିକ ଠାରୁ ଅଧିକ ରହିବ । ଓଡ଼ିଶା ସମେତ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ହିଟ୍ ଓ୍ବେବ୍ ଦିନ ସଂଖ୍ୟା ବଢ଼ିବ । ଚଳିତ ମାସ ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ । ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିବ ବୋଲି କହିଛି IMD ।