ତୋ କଥା ରଖି ଫଟୋ ଟା ପୋଷ୍ଟ କରୁଛି...

NEWS7
justice-burma-refuses-to-resign-in-cash-scandal

ଭୁବନେଶ୍ଵର: ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଗତକାଲି ଆରପାରିକୁ ଚାଲିଗଲେ ଅଭିଜିତ ମଜୁମଦାର। ତାଙ୍କ ବିୟୋଗରେ ଶୋକର ସାଗରରେ ଓଲିଡଡ଼ ଏବଂ ସଙ୍ଗୀତ ଜଗତ। ଏହା ପୂର୍ବରୁ କିଛି ଦିନ ତଳେ ସଭିଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲି ଯାଇଥିଲେ ହ୍ୟୁମାନ ସାଗର। ଆଉ ତାଙ୍କ ପରେ ଅଭିଜିତ ମଜୁମଦାର। ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକରେ ଅନେକ ମର୍ମାହତ। ତାଙ୍କର ଅତି ଘନିଷ୍ଠ ଲୋକେ ଅଭିଜିତଙ୍କ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ସମସ୍ତେ ଭାବ ବିହ୍ଵଳ ହୋଇ ପଡ଼ିଛନ୍ତି।

"ମୋତେ ମଜାରେ କହିଥିଲୁ, ମୁଁ ଯଦି ଆଗ ଚାଲିଯାଏ ଏହି ଫଟୋ ଟା ପୋଷ୍ଟ କରିବୁ। ହେଲେ କେବେ ଭାବି ନ ଥିଲି ତୋ କଥାଟା ସତ ହୋଇଯିବ। ତୋ ଭଳି ବନ୍ଧୁ ହରାଇ ମୁଁ ମର୍ମାହତ। ଆଉ ତୋ କଥା ରଖି ଫଟୋ ଟା ପୋଷ୍ଟ କରୁଛି"। ଖ୍ୟାତାନାମା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗରେ ଏମିତି ଦୁଃଖ ଏବଂ ଆବେଗଭରା ପୋଷ୍ଟ କରିଛନ୍ତି ମ୍ୟୁଜିକ କମ୍ପୋଜର ଗୁଡ଼ଲି ରଥ। ତାଙ୍କର ଏହି ମର୍ମସ୍ପର୍ଶୀ ପୋଷ୍ଟ ସଂପ୍ରତି ଭାଇରାଲ ହେବାରେ ଲାଗିଛି। ଗୁଡ଼ଲି ରଥଙ୍କ ସହ ମିଶି ଅଭିଜିତ ମଜୁମଦାର ଅନେକ ଦୀର୍ଘ ସମୟ କାମ କରିଛନ୍ତି।

ଜାନୁଆରୀ ୨୫ରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ଅଭିଜିତ ମଜୁମଦାର। ଦୀର୍ଘ ଦିନ ହେବ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଅଭିଜିତ। ପ୍ରଥମେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା। ସୁସ୍ଥ ହୋଇ ଘରକୁ ଫେରୁତିଲେ। କିନ୍ତୁ ତାଙ୍କ ଅବସ୍ଥା ଜଟିଳ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି। ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହାସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି।

ସୂଚନାଯୋଗ୍ୟ ଯେ, ଅନେକ ଆଲବମ ଓ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି ଅଭିଜିତ ମଦୁମଦାର । ୨୦୦୦ ମସିହାରେ କାଶିଆ କପିଳା ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅଭିଜିତ ମଜୁମଦାର। ଯାହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଫିଲ୍ମ ଏବଂ ମୋଟ୍ ଉପରେ ୭୦୦ରୁ ଅଧିକ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ଅଭିଜିତ ମଜୁମଦାର। ଯେଉଁଥିରେ ସେ ଏକାଧିକ ଫିଲ୍ମରେ ଗୀତ ବି ବୋଲିଛନ୍ତି। ସେହିପରି ଅନେକ ଯୁବ କଣ୍ଠଶିଳ୍ପୀ ଙ୍କୁ ସୁଯୋଗ ଦେବାରେ ମଧ୍ୟ ଅଭିଜିତ ମଜୁମଦାରଙ୍କ ହାତ ରହିଥାଏ ।