ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 10, 2025 IST

ରେମୁଣା ୧୦ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ‌ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, କାଠ ସାଙ୍ଗଡ଼ାକୁ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପରିଦର୍ଶନ ପାଇଁ ଯାଇଥିଲେ ଜୁନିୟର ମାଇନିଂ ଅଫିସର । ତାଙ୍କ ସହିତ ମାଇନିଂ ବିଭାଗର ଅନ୍ୟ ଜଣେ କର୍ମଚାରୀ ଓ ଡ଼୍ରାଇଭର ମଧ୍ୟ ଥିଲେ । ଜୁନିୟର ମାଇନିଂ ଅଫିସର ଏକ ଫଟୋ ଉଠାଇବା ବେଳେ ଜଣେ ପରେ ଜଣେ ବାଲି ମାଫିଆ ରୁଣ୍ଡ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । 

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୁନିୟର ମାଇନିଂ ଅଫିସରଙ୍କୁ ଭେଟିଛନ୍ତି ଜିଲ୍ଲାପାଳ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଡ୍ୟୁଟିରେ ଥିବା ସମୟରେ କୌଣସି ଅଫିସରଙ୍କୁ ଏଭଳି ଆକ୍ରମଣକୁ ବରଦାସ୍ତ କରାଯିବନାହିଁ । ସମସ୍ତ ପୋଲିସ ଅଧିକାରୀ ମାନଙ୍କ ସହ ଜିଲ୍ଲାପାଳ କଥା ହୋଇଛନ୍ତି । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଅଭିଯୁକ୍ତ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

You Can Read:

ଥାନା ଭିତରେ ଉଡ଼ିଲା ଚେୟାର ଆଉ ଫୁଲକୁଣ୍ଡ, ଅଭିଯୁକ୍ତକୁ କୋର୍ଟ ଫରଓ୍ବାର୍ଡ ପରେ ତାତିଲେ ଗ୍ରାମବାସୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.