T 20 World Cup: ନିଶଙ୍କାଙ୍କ ଶତକ ବଳରେ ସୁପର-୮ରେ ଶ୍ରୀଲଙ୍କା, ବିଶ୍ଵକପରୁ ବିଦା ହେବ କଙ୍ଗାରୁ ଟିମ୍ !

NEWS7
judge-threat-of-shooting-threatening-to-destroy-his-family-bail-bareilly

ପାଲ୍ଲେକେଲେ: ଚଳିତ ଟି-୨୦ ବିଶ୍ଵକପରେ ସହଆୟୋଜକ ଶ୍ରୀଲଙ୍କା ସୁପର-୮ରେ ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କା ସହଜରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ଟି-୨୦ ବିଶ୍ଵକପରେ ପଞ୍ଚମ ଦଳ ଭାବେ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପଥୁମ ନିଶଙ୍କା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଶ୍ରୀଲଙ୍କାକୁ ବିଜୟୀ କରାଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ସୁପର-୮ରେ ପହଞ୍ଚିବା ମୁସ୍କିଲ ହୋଇ ପଡ଼ିଛି। ମିଚେଲ୍ ମାର୍ଶ ଓ ଟ୍ରେଭିସ ହେଡଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୧୮୧ ରନ କରିଥିଲା। ଜବାବରେ ଶ୍ରୀଲଙ୍କାରେ ମାତ୍ର ୨ ଓ୍ଵିକେଟ୍ ହରାଇ ୨ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ନିଶଙ୍କା ୧୦୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ କୁଶଲ ମେଣ୍ଡିସ ୫୧ ରନ କରିଥିଲେ।

Updating...