ଶୁକ୍ରବାର ଓଡ଼ିଶା ଆସିବେ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାରେ କରିବେ ଶୁଭାରମ୍ଭ

Published By : Prameya-News7 Bureau | April 10, 2025 IST

ଭୁବନେଶ୍ୱର ୧୦।୦୪ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା । ଶୁକ୍ରବାର ଦିନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସେଠାରୁ ସିଧା କଟକ ବାଲିଯାତ୍ରା ପଡିଆ ଯିବେ । ସେଠାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ । 

କଟକକୁ ଛାଡ଼ି ଆଉ ୧୨ଟି ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ । ଏହା ପରେ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲ୍ଡିଂର ଲୋକାର୍ପଣ କରିବେ। ସେହିପରି ସିପେଟ୍ ଏବଂ ଭୁବନେଶ୍ଵର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୧୨ ତାରିଖରେ ପୁରୀରେ ହେବାକୁ ଥିବା ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ।  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.