ଚୀନ୍‌ର ନିଆରା ବାର୍, କକ୍‌ଟେଲ ଦେବା ପୂର୍ବରୁ ଯାଞ୍ଚ କରୁଛି ପଲ୍ସ

NEWS7
journey-from-bijayananda-choudhury-to-self-styled-godman-baba-bijayananda

ନୂଆଦିଲ୍ଲୀ ୧୯।୦୨; ଚୀନ୍‌ରେ ବ୍ୟସ୍ତବହୁଳ ସହର ଶଂଘାଈରେ ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି କାମ କରି ମାନସିକ ଚାପରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ବାର୍ ଖୋଲିଛି, ଯାହା ଗ୍ରାହକଙ୍କୁ ଭିନ୍ନ ଧରଣର ସେବା ଦେଉଛି । ଶଂଘାଈରେ ଗ୍ରାହକ ଏଣିକି ଏକ ପ୍ରକାର କକ୍ଟେଲ୍ ଅର୍ଡର୍ କରିପାରିବେ, ଯାହା ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍ କରିବ । ଚୀନ୍ର ପାରମ୍ପରିକ ଔଷଧ ଉପରେ ଏହି ଯାଞ୍ଚ୍ ଆଧାରିତ ।

ଧିମା ଆଲୋକଯୁକ୍ତ ଏହି ବାର୍ରେ ସ୍ନାତକୋତ୍ତର ଛାତ୍ରୀ ହେଲେନ ଝାଓ ପଲ୍ସ ଯାଞ୍ଚ୍ କରିବା ଲାଗି ନିଜର ଦୁଇ ହାତକୁ ଆଗକୁ ବଢ଼ାଇଦେଲେ । ପାରମ୍ପରିକ ଚାଇନିଜ୍ ମେଡିସିନ୍ ଦ୍ୱାରା ପ୍ରେରିତ ସ୍ୱତନ୍ତ୍ର ‘ସ୍ୱାସ୍ଥ୍ୟ’ କକ୍ଟେଲ ଅର୍ଡର୍ ଏବେ ଚୀନ୍ରେ ଟ୍ରେଣ୍ଡ୍ ପାଲଟିଛି । ଏ ପ୍ରକାର ବାର୍ ଚୀନ୍ର ଅନେକ ସହରରେ ଖୋଲୁଛି, ଯାହା ମାନସିକ ଚାପ ଓ ସମୟ ଅଭାବ ସହ ସଂଘର୍ଷ କରୁଥିବା ଯୁବପିଢ଼ିଙ୍କୁ କାମ କରିବା ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରେରିତ କରୁଛି ।

ଶଂଘାଈର ନିଆଙ୍ଗ କିଙ୍ଗ୍ ବାର୍ରେ ଚୀନ୍ର ପାରମ୍ପରିକ ଔଷଧ ଜରିଆରେ ଚିକିତ୍ସା କରୁଥିବା ଡାକ୍ତର ଧଳା କୋଟ୍ ପିନ୍ଧି ଗ୍ରାହକଙ୍କ ପଲ୍ସ ଯାଞ୍ଚ୍ କରି ସ୍ୱାସ୍ଥ୍ୟାବସ୍ଥା କହୁଛନ୍ତି । ଜଣେ ମିକ୍ସୋଲୋଜିଷ୍ଟ ତା’ପରେ ପୂର୍ବରୁ ଚୟନ କରିଥିବା ପ୍ରାକୃତିକ ଔଷଧ ଓ ଚେର-ମୂଳରେ ପାନୀୟ ପ୍ରସ୍ତୁତ କରୁଛନ୍ତି । ମଦ ଥାକ ବଦଳରେ ବାର୍ କାନ୍ଥରେ ଔଷଧଯୁକ୍ତ ଡ୍ରୟର୍ ରହିଛି । ଏହି ପାରମ୍ପରିକ ଔଷଧଗୁଡ଼ିକର ସୁଗନ୍ଧ ଲୋକଙ୍କୁ ଆକର୍ଷିତ କରୁଛି । ବାର୍ ବିଶେଷଜ୍ଞ ଡିଙ୍ଗ୍ କହିଛନ୍ତି, ଚାଇନିଜ୍ ଔଷଧ ଓ ମଦର ମିଶ୍ରଣ ନୂଆ ନୁହେଁ । ପାରମ୍ପରିକ ଚାଇନିଜ୍ ଔଷଧରେ ଏହାର ଇତିହାସ ଖୁବ୍ ପୁରୁଣା । ପୂର୍ବରୁ ଏହା ‘ଔଷଧୀୟ ୱାଇନ୍’ ନାମରେ ପରିଚିତ ଥିଲା । ବାର୍ର ଉଦ୍ଦେଶ୍ୟ ଚିକିତ୍ସା ନୁହେଁ, ବରଂ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢନ୍ତୁ- ଅଷ୍ଟ୍ରେଲିଆରେ ଭାରତୀୟ ଯୁବକଙ୍କୁ ଆକ୍ରମଣ, 'ଇଣ୍ଡିଆନ୍ ଡଗ୍' କହି ଫଟାଇଦେଲେ ମୁହଁ...ଭୟରେ ପରିବାର ଲୋକେ