ଶଙ୍ଖ ଭବନ ଆଗରେ ପାଟକୁରା ବିଧାୟକଙ୍କ ଶହ ଶହ ସମର୍ଥକ, ନିଲମ୍ବନ ନିଷ୍ପତିର ପୁନର୍ବିଚାର ପାଇଁ ପ୍ରତିଶ୍ରୁତି

NEWS7
journalist-met-the-chief-minister-mohan-charan-majhi

ଭୁବନେଶ୍ବର ୨୩।୧: ତେଜିଲା ବିଜେଡି ଭିତରେ ରାଜନୀତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ । ଶଙ୍ଖ ଭବନ ଆଗରେ ଅରବିନ୍ଦଙ୍କ ଶହ ଶହ ସମର୍ଥକ ମେଳି କରିଛନ୍ତି । ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମାନେ ମେଳି କରିଥିବା ଦେଖିବାକୁ ମିଳିଛି । ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରାଯିବ ବୋଲି କହିଲେ ସମର୍ଥକ ।

ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି । ନିଲମ୍ବନ ନିଷ୍ପତି ପୁନର୍ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । କିଛି ସମୟ ଅପେକ୍ଷା କରିବାକୁ ଶଙ୍ଖ ଭବନ ପକ୍ଷରୁ କୁହାଯାଇଥିବା ସମର୍ଥକ କହିଛନ୍ତି । ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ବରିଷ୍ଠ ନେତା ମାନେ ଅରବିନ୍ଦଙ୍କ ସମର୍ଥକଙ୍କୁ କହିଥିବା ସେ କହିଛନ୍ତି । ନିଲମ୍ବନ ନିଷ୍ପତି ପୁନର୍ବିଚାର ନହେଲେ ବିଧାୟକଙ୍କ ସହ ଆଲୋଚନା କରି ଶେଷ ନିଷ୍ପତି ନେବୁ ବୋଲି ସମର୍ଥନ କହିଛନ୍ତି । ନିଲମ୍ବନ ନିଷ୍ପତି ସମ୍ପୂର୍ଣ୍ଣ ଭୁଲ୍ । ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସମର୍ଥକ ଦାବି କରିଛନ୍ତି ।

ସେପଟେ ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ବଢ଼ିଲା ସୁରକ୍ଷା ।